ଅତୀତର କିଛି ଅଲିଭା ସ୍ମୃତି
ଅତୀତର କିଛି ଅଲିଭା ସ୍ମୃତି
ଆଜି କାହିଁ ମନଟା ଭାରି ବ୍ୟସ୍ତ ଏବଂ ଆନ୍ଦୋଳିତ
ହେଉଛି; ଅତୀତର ସେହି ସ୍ମୃତି ଗୁଡାକ ଭାରି ମନେ
ପଡୁଛି। କଣ ଯେ କରିବି ! ଫେରି ଆସନ୍ତି କି ମୋର ସେହି ହଜିଯାଇଥିବା ପିଲାଦିନ। କେତେ ସ୍ୱଚ୍ଛ ଥିଲା ସେ ପିଲାଦିନ ନିସ୍କପଟ, ନିସ୍ପାପ। ବାଚଳ ବୁଦ୍ଧି ମନରେ ସମସ୍ତଙ୍କ ପାଇଁ ସ୍ନେହ ଭାବନା। ଯଦି ସମ୍ଭବ ହୁଅନ୍ତା ସମୟକୁ ଟାଣି ଆଣିଲେ ପଛକୁ ଫେରି ଆସନ୍ତା ତେବେ ମୁଁ ମୋର ସେ ସମୟକୁ ଫେରି ଯାଆନ୍ତି ଯାହାକୁ ମୁଁ ଖୋଜୁଛି। ସତରେ ଏପରି ହୁଅନ୍ତାନି, ମୁଁ ବାସ୍ତବକୁ ବିଶ୍ୱାସ କରେ ସତ, କିନ୍ତୁ ଆଜି କାହିଁ ସ୍ଵପ୍ନ ଦେଖିବାକୁ ଇଚ୍ଛା ହେଉଛି। ଅତୀତର ସେହି ସ୍ମୃତି ମଧ୍ୟରେ ଅନ୍ୟତମ ହେଉଛନ୍ତି ମୋ ‘ଜେଜେ’। ସେ ଜଣେ ଏପରି ବ୍ୟକ୍ତି ଯାହାଙ୍କ ବିଷୟରେ ବର୍ଣ୍ଣନା କଲେ କଲମରୁ କାଳୀ ସରିଯିବ ଏବଂ କହିଲେ ତୁଣ୍ଡ ରହିଯିବ। ତାଙ୍କର ପ୍ରତ୍ୟେକ ଅନୁଶାସନ ଏବଂ ସଂସ୍କାରରେ ମୁଁ ଅନୁପ୍ରାଣିତ। କାହିଁକି କେଜାଣିତାଙ୍କ ସହ ଦିନ ଆରମ୍ଭ ନକଲେ କିଛି ଭଲ ଲାଗେନା। ତାଙ୍କର ସମାଜ ପାଇଁ ଯେତିକି ଅବଦାନ ଥିଲା ଆମପାଇଁ ମଧ୍ୟ ସେତିକି। ମନ ହେଉଛି ସେ ଆଜି ଆମ ସେଥିରେ ଥାଆନ୍ତେକି, କେତେ ଭଲ ହୁଅନ୍ତା। ହେଲେ କଣ ହେବେ ସମସ୍ତଙ୍କୁ ଦିନେ ନା ଦିନେ ଈହ ଧାମ ତ୍ୟାଗ କରିବାକୁ ପଡ଼ିବ। ସେ ମଧ୍ୟ ସେଇଆ କଲେ। ଆଜିବି ତାଙ୍କ ସହ କଟାଇଥିବା ପ୍ରତ୍ୟେକ ମୁହୂର୍ତ୍ତ ମୋ ଭିତରେ ଅନ୍ତାନିହିର୍ତ ହୋଇ ଅଛି। ତାଙ୍କର ପ୍ରତ୍ୟେକ ଭାଷା ମୋ ଭିତରେ ପରିଭାସା ହୋଇ ଅଛି ସବୁଦିନ ପାଇଁ ମଧ୍ୟ ରହିବ। ମୋ ମନର ରସା ତଳେ ଆଜିବି ମଧ୍ୟ ସ୍ତମ୍ଭିଭୂତ ହୋଇ ଅଛି। କଥାରେ ଅଛି ଅତୀତ ଯତେ ପୁରୁଣା ହୁଏ ସେତେ ବସେ। ଓଃ କି ତୃପ୍ତି ମିଳେ ଟିକେ ଶୁଙ୍ଘି ଦେଲେ ମନକୁ ଶାନ୍ତି ଲାଗେ। ପୁଣି ତାକୁ ରଖି ଦେଲେ ମନ ଅଶାନ୍ତ ହୋଇଯାଏ। ସେ ମୋର ଜଣେ ପ୍ରକୃତ ବନ୍ଧୁ ମୋର ସଠିକ ମାର୍ଗ ଦର୍ଶକ ଥିଲେ। ସେ ଯିବା ପରେ ସତେ ଏପରି ଲାଗିଲା ଯେମିତି ମୁଁ ବାଟବଣା ହୋଇଯାଇଛି। ତାଙ୍କ ବିନା ଯେମିତି ମୋର ଅସ୍ତିତ୍ଵ କିଛି ନାହିଁ। ଦିନେ ମୁଁ ମୋର ଗୋଟେ ସାଙ୍ଗ ସହ ଝଗଡା କରି ଆସିଥିଲି। ମନ ଖରାପ ଥିଲା, ମୋତେ ପଚାରିଲେ କଣ ହେଇଛି ମୋ ବୁଢୀର। ମୁଁ କହିଲି ମୋର ସାଙ୍ଗ ସହ ମୋର ଝଗଡା ହେଇଛି। ସେ ମୋତେ କହିଲେ। ଦେଖ ବୁଢ଼ୀ
ଜଣେ ବ୍ୟକ୍ତି ଧନୀ ଓ ଶକ୍ତିଶାଳୀ
ହୋଇପାରେ କିନ୍ତୁ ସେ ବିଶ୍ୱସ୍ତ ବନ୍ଧୁ
ବିନା କେବେ ସୁଖୀ ହୋଇପାରିବ ନାହିଁ।
ଜଣେ ବ୍ୟକ୍ତି ଦରିଦ୍ର ହୋଇପାରେ କିନ୍ତୁ
ସେ ଯଦି ବିଶ୍ୱସ୍ତ ବନ୍ଧୁଙ୍କ ସହିତ ଥାଏ
ତେବେ ସେ ଖୁସି ହୋଇପାରିବ।
ଏହିପରି ଭାବରେ ସେ ମୋର ଦୈନନ୍ଦିନ ଜୀବନରେ ଅନେକ ମହତ୍ତ୍ଵ ପୂର୍ଣ୍ଣ କଥା କୁହନ୍ତି। ଯାହାକୁ ମୁଁ ସର୍ବଦା ଆପଣେଇ ଚାଲିଛି ଆଉ ଚାଲିବି ମଧ୍ୟ।