Tapan Kumar Swain

Romance

3  

Tapan Kumar Swain

Romance

ଭଲ ପାଇବା

ଭଲ ପାଇବା

1 min
181



ଭଲ ପାଇବାକୁ

ଶବ୍ଦର ଧାଡିରେ ସଜାଉ ସଜାଉ

କେତେବେଳେ କବିତା ତ

କେତେବେଳେ ପାଲଟି ଯାଏ ଗପ

ରାଗ ଆଉ ରୁଷାକୁ ନେଇ

ଫାଟିଯାଏ ସମ୍ପର୍କର ମାଟି ଯେ

ଯାହାକୁ ତମାମ ଶ୍ରାବଣରେ

ଭିଜେଇଲେବି

ଲିଭେନା ସେ ତାତି ।


କ'ଣ ଥାଏ ସେ ପ୍ରାପ୍ତିରେ

ଯାହା ପାଇଁ ଭୁଲି ହୋଇଯାଏ ଭୋକ

ଆଖି ପତାର ନିଦ

ଜୀବନଯାକର ଦୁଃଖ

   ତଥାପି

ସେ ପ୍ରାପ୍ତିରେ ହେଉ

ଅବା ଅପ୍ରାପ୍ତିରେ

କେବଳ ଭଲ ପାଇହୁଏ

 ଭୁଲି ହୁଏନା ।



Rate this content
Log in

More oriya story from Tapan Kumar Swain

Similar oriya story from Romance