Smrutirani Polai

Abstract Tragedy

4.5  

Smrutirani Polai

Abstract Tragedy

ବିଫଳତା ହିଁ ସଫଳତାର ଚାବିକାଠି

ବିଫଳତା ହିଁ ସଫଳତାର ଚାବିକାଠି

2 mins
388


    ମାନବ ଜୀବନ ଗୋଲାପ ଫୁଲର ଶଯ୍ୟା ନୁହେଁ।ଜୀବନରେ ସର୍ବଦା ଉତ୍ ଥାନ,ପତନ,ସୁଖ, ଦୁଃଖ ଲାଗି ରହିଥାଏ।ଆମେ ଆମ ଜୀବନର ସୁଦିନ ଗୁଡ଼ିକ ଯେପରି ଆନନ୍ଦରେ କଟାଉ,ସେହିପରି ଦୁର୍ଦ୍ଦିନ ମାନଙ୍କର ସମ୍ମୁଖୀନ ମଧ୍ୟ ହେବା ଉଚିତ୍।ଦୁର୍ଦ୍ଦିନ ପାଇଁ ଆମେ ଆମର ଭାଗ୍ୟ କିମ୍ବା ଅନ୍ୟ କାହାରିକୁ ଦୋଷ ଦେବା ଉଚିତ୍ ନୁହେଁ।ଦୃଢ଼ ମନୋଭାବ ଓ ଏକାନ୍ତ ଇଚ୍ଛା ଥିଲେ ଆମେ ଜୀବନରେ ପ୍ରତ୍ୟେକ କଷ୍ଟ ଓ ଅସୁବିଧା କୁ ସମ୍ମୁଖୀନ କରିପାରିବା।ଆମେ ସର୍ବଦା ମନେ ରଖିବା ଉଚିତ୍ ଯେ," ବିଫଳତା ହିଁ ସଫଳତାର ଚାବିକାଠି।"ଦୃଢ଼ ଇଚ୍ଛା ଥିଲେ ଯେ କୌଣସି ବ୍ୟକ୍ତି ଦିନେ ନା ଦିନେ ନିଜ ଲକ୍ଷ୍ୟ ସ୍ଥଳରେ ପହଞ୍ଚିପରେ।ଏପରିକି ଯେଉଁମାନେ ନିଜ ଲକ୍ଷ୍ୟ ହାସଲ ପାଇଁ ଚେଷ୍ଟା କରନ୍ତି, ଭଗବାନ୍ ସେମାନଙ୍କର ସହାୟକ ହୁଅନ୍ତି।ଯେଉଁମାନେ ଅଳସୁଆ ଓ ଭିରୁ ସେମାନେ କଦାପି କୌଣସି କାର୍ଯ୍ୟରେ ସଫଳ ହୋଇ ପାରନ୍ତି ନାହିଁ।                   ଆମେ ଜାଣୁ ଯେ,"ଏଭରେଷ୍ଟ" ପୃଥିବୀର ଉଚ୍ଚତମ ଶୃଙ୍ଗ।ଅନେକ ପର୍ବତ ଆରୋହଣକାରୀ ଦଳ ଏହି ଶୃଙ୍ଗକୁ ଆରୋହଣ କରିବା ପାଇଁ ଚେଷ୍ଟା କରିଛନ୍ତି।ଅନେକ ପର୍ବତ ଅରୋହଣକାରୀ ଏଥିପାଇଁ ଜୀବନ ମଧ୍ୟ ଦେଇଛନ୍ତି।ସେ ସାହସୀ ବ୍ୟକ୍ତିମାନଙ୍କୁ ଅତି କଠିନ ପରିସ୍ଥିତିର ସମ୍ମୁଖୀନ ହେବାକୁ ପଡିଛି,କିନ୍ତୁ ସେମାନେ ଏଥିରେ ହତୋତ୍ସାହ ହୋଇନାହାନ୍ତି।ସେମାନେ ନିଜ ଚେଷ୍ଟାରୁ ଓହରି ନ ଯାଇ ନିଜ ଚେଷ୍ଟା ଅବ୍ୟାହତ ରଖିଛନ୍ତି।                       ୧୯୫୩ମସିହାରେ ଗୋଟିଏ ପର୍ବତ ଆରୋହଣକରୀ ଦଳ ଏଭରେଷ୍ଟ ଶୃଙ୍ଗ ଆରୋହଣ କରିବା ପାଇଁ ଚେଷ୍ଟା କଲେ। ସାର ଜନ ହଣ୍ଟ ନାମକ ଜଣେ ବ୍ୟକ୍ତି ଏହି ଦଳର ନେତା ଥିଲେ। ଏଡ୍ ମଣ୍ଟ୍ ହିଲାରୀ ଓ ତେନ୍ ଜି ନର୍କେ ମଧ୍ୟ ଏହି ଦଳରେ ଥିଲେ।ଦଳର ଶେଷ ଶିବିରରୁ ଦୁଇଜଣ ଆରୋହଣକାରୀ ଏଭେରେଷ୍ଟ ଜୟ କରିବା ପାଇଁ ବାହାରିଲେ।ସେତେବେଳେ ପାଗ ଅନୁକୂଳ ଥିଲା।ସେଠାରେ ଅସହ୍ୟ ଥଣ୍ଡା ପଡ଼ିଥିଲା।ଆମେ ଯେତେ ଉଚ୍ଚକୁ ଯିବା ବାୟୁରେ ଅମ୍ଳଜାନ ସେତେ କମ୍ ହୋଇଯିବ।ତେଣୁ ସୁବିଧାରେ ଶ୍ୱାସ କ୍ରିୟା ପାଇଁ ସେମାନେ ଅମ୍ଳଜାନ ର ଥଳୀ ଓ ଅନ୍ୟାନ୍ୟ ଆବଶୟକୀୟ ଜିନିଷ ସାଙ୍ଗରେ ନେଇଥିଲେ।ସେମାନେ ଅକ୍ଲାନ୍ତ ଉଦ୍ୟମ କଲେ,କିନ୍ତୁ ଏଭେରେଷ୍ଟ ଉପରେ ପହଞ୍ଚି ପାରିଲେ ନାହିଁ।ସାଙ୍ଗରେ ନେଇଥିବା ଅମ୍ଳଜାନ ର ଥଳୀ ରୁ ଅମ୍ଳଜାନ ସରି ଆସିବାରୁ ସେମାନେ ୨୮,୭୦୦ ଫୁଟ ଉଚ୍ଚରୁ ଫେରି ଆସିଲେ।ଏହା ସତ୍ତ୍ଵେ ପର୍ବତ ଆରୋହୀ ମାନେ ହତୋତ୍ସାହ ହେଲେ ନାହିଁ।ସେମାନଙ୍କର ମନୋବଳ ଲୁହା ପରି ଟାଣ ଥିଲା।                             ପରଦିନ ସକାଳୁ ଏଡମଣ୍ଟ ହିଲରୀ ଓ ତେନ୍ ଜି ନର୍କେ ଏଭରେଷ୍ଟ ଆରୋହଣ କରିବା ପାଇଁ ବାହାରିଲେ।ପାଗ ଖରାପ ଥିବା ସତ୍ବେ ସେମାନେ ଏଭରେଷ୍ଟ ଉପରକୁ ଆରୋହଣ କରିବାକୁ ଆରମ୍ଭ କଲେ।ପ୍ରତି ମୁହୂର୍ତ୍ତରେ ସେମାନଙ୍କର ଜୀବନ ସଙ୍କଟାପନ୍ନ ହେବାର ଆଶଙ୍କା ଥିଲା।ଅନେକ ସ୍ଥାନରେ ଆଗକୁ ଯିବା ପାଇଁ ରାସ୍ତା ମଧ୍ୟ ନଥିଲା।ବେଳେବେଳେ ସେମାନଙ୍କୁ ପ୍ରାଚୀର ଭଳି ବରଫ ସ୍ତୁପ ଅତିକ୍ରମ କରି ଆଗକୁ ଯିବାକୁ ପଡୁଥିଲା।ସେମାନେ ଜାଣିଥିଲେ ଯେ,ଟିକିଏ ଅସାବଧାନତା ବଶତଃ ଗୋଡ଼ ଖସିଗଲେ ବରଫ ସ୍ତୁପ ତଳେ ସେମାନଙ୍କର ସମାଧି ଘଟିବ।ତଥାପି ସେମାନେ ହତୋତ୍ସାହ ହେଉ ନଥିଲେ। ଲକ୍ଷ୍ୟ ସ୍ଥଳରେ ପହଞ୍ଚିବା ପାଇଁ ଜୀବନକୁ ପାଣି ଛଡେଇ ଆଗକୁ ଯାଉଥିଲେ।କଠୋର ପ୍ରତିଜ୍ଞା କରି ସେମାନେ ଆସ୍ତେ ଆସ୍ତେ ଆଗକୁ ଚାଲୁଥିଲେ।ପରିଶେଷରେ ଦିନ ୧୧.୩୦ ମିନିଟରେ ସେମାନେ ପୃଥିବୀର ସର୍ବୋଚ୍ଚ ଶୃଙ୍ଗ ଉପରେ ପାଦ ରଖି ପାରିଲେ।ସେ ଦିନଟି ଥିଲା ୧୯୫୩ ମସିହା ମେ ମାସ ୨୯ ତାରିଖ।ସେମାନେ ତାଙ୍କ ଲକ୍ଷ୍ୟ ହାସଲ କରି ପାରିଥିଲେ।        ଲୋକମାନେ ଯେତେବେଳେ ତେନ ଜି ଓ ହିଲାରୀଙ୍କ ଏଭରେଷ୍ଟ ବିଜୟ ଖବର ପାଇଲେ,ସେମାନେ ପର୍ବତ ଆରୋହଣକରି ଙ୍କ ସାହସ ଓ ଦୃଢ଼ ମନୋବଳ ର ଅଶେଷ ପ୍ରଶଂସା କରିବାକୁ ଲାଗିଲେ।ପୃଥିବୀର ସବୁଆଡୁ ସେମାନଙ୍କୁ ସମ୍ମାନ ଓ ଅଭିନନ୍ଦନ ମିଳିଲା।ଆଜି ପୃଥିବୀର ପ୍ରତ୍ୟେକ ସ୍ଥାନରେ ସେମାନେ ପରିଚିତ।କାରଣ ସେମାନେ ଥିଲେ ଦୃଢ ପ୍ରତିଜ୍ଞ ବ୍ୟକ୍ତି।କଠିନ ପରିସ୍ଥିତି ରେ ପଡି ମଧ୍ୟ ସେମାନେ ନିଜ ଚେଷ୍ଟାରୁ ବିରତ ହୋଇ ନଥିଲେ।କୌଣସି ବାଧାବିଘ୍ନ ସେମାନଙ୍କୁ ଲକ୍ଷପଥରୁ ବିଚ୍ୟୁତ କରି ପାରି ନଥିଲା।                                      ତେନ୍ ଜି ଓ ହିଲାରି ଙ୍କ ପରି ଆମର ମନୋବଳ ଲୁହାପରି ଟାଣ ହେବା ଉଚିତ।କେବେହେଲେ ଆମେ ହତୋତ୍ସାହ ହେବା ଉଚିତ୍ ନୁହେଁ।କୌଣସି କାର୍ଯ୍ୟ କରିବା ପାଇଁ ଆମର ଯଦି ଇଚ୍ଛା ଶକ୍ତି ଥାଏ ଏବଂ କୌଣସି ଅସୁବିଧାକୁ ଆମେ ଯଦି ଭ୍ରୁକ୍ଷେପ ନ କରିବା ତେବେ ଆମେ ନିଶ୍ଚୟ ସଫଳତା ହାସଲ କରି ପାରିବା।                     ଟାଣ କଲେ ନିଜ ମନର ବଳକୁ                  ଶେଷରେ ପାଇବ ଲକ୍ଷ୍ୟ ର ଫଳକୁ।


Rate this content
Log in

Similar oriya story from Abstract