Dr Jharana Satapathy

Comedy Romance

4.3  

Dr Jharana Satapathy

Comedy Romance

ଏ ମନ ଭାବୁଥାଏ ଯାହା କାଳପ୍ରାପତ

ଏ ମନ ଭାବୁଥାଏ ଯାହା କାଳପ୍ରାପତ

3 mins
316



ବହୁତ ଦିନରୁ ନାଇଟି ଗୋଟେ ପିନ୍ଧିବାର ଅଭିପ୍ରାୟ ଥିଲା ପ୍ରେମ ଆଇଙ୍କର। ଏ କଥା କାହା ଆଗରେ ପ୍ରକାଶ କରିଵାକୁ ସଙ୍କୋଚ ଵୋଧ କରୁଥାନ୍ତି । ଏପରିକି ଆନନ୍ଦ ଅଜା ସମ୍ମୁଖରେ ଵି ନୁହଁ। ମନର କଥା ମନ ଭିତରେ ହିଁ ରଖିଥାନ୍ତି। ମନେ ମନେ ଭାବୁଥାନ୍ତି ଏ ବୟସରେ ନାଇଟି ପନ୍ଧି ଘରେ ଏପଟେ ସେପଟେ ହେଲେ ଲୋକେ କଣ କହିବେ? ଟାହିଟାପରା ତ ନିଶ୍ଚୟ କରିବେ ? 


ସଦାବେଳେ ପୁଅ ବୋହୁ,ଝିଅ ଯୋଇଁ ନାତିନାତୁଣୀଙ୍କ ସହ କୁଣିଆଁ ମୈତ୍ରଙ୍କ ମଧ୍ୟ ଯିବାଆସିବା ଲାଗିରହିଛି। ଯାହା ନ ହେଇଚି ବାଳୁତ କାଳେ ତାହାକି ହୋଇବ ପାଚିଲା ବାଳେ ଛାଡ... ଛାଡ... ସେକଥା...... ମନଦୁଃଖ କରି ଆଉ କିଛି ଲାଭ ନାହିଁ! 


ପୁରା ନୈଷ୍ଟିକ ବ୍ରାହ୍ମଣ ଘରର ଵୋହୁ ହେତୁ ମଥାରୁ ତ କେଵେ ଲୁଗା ଵି ଖସି ନାହିଁ । ଵର୍ତମାନ ବୟସ ବି ଅଶି ପାଞ୍ଚ ଛୁଇଁଲାଣି। ମଥାରୁ ଯାର ଲୁଗା ଖସେ ନାହିଁ ପୁଣି ସେ ପିନ୍ଧିବ ନାଇଟି ଏକଥା ନିଜ ମନକୁ ନିଜେ ବୁଝାଇଦିଅନ୍ତି। କିନ୍ତୁ ମନଟି ସର୍ବଦା ରହିଥାଏ ସେହି ନାଇଟି ଖଣ୍ଡିକ ଉପରେ ଥାଏ । ଦଶ ବାରହାତିଆ ଲୁଗା ଖଣ୍ଡେ ଯେଉଁ ପିନ୍ଧୁଥାନ୍ତି ତା ସହ ବ୍ଲାଉଜ ସାୟା ପିନ୍ଧିବାରେ ଭାରି ଝାମେଲା ଲାଗେ।

କିନ୍ତୁ କରିବେ କଣ ? ବିଭିନ୍ନ ରଙ୍ଗର ଯେଉଁ ସମ୍ବଲପୁରି ଶାଢୀ ରଖିଥାନ୍ତି ତାକୁ ଲସରଫସର ହୋଇ ଗୁଡାଇ ପଡନ୍ତି। ଦେଖିବାକୁ ପୁଣି ବହୁତ ଗେଡା। ପାଚିଲା କେଶରେ ନାଲିଟହଟହ ସିନ୍ଦୁରର ଧାର। ଗୋରାତକ ତକ ମୁହଁରେ ନାଲି ସିନ୍ଦୁର ଟୋପାଟି ଭାରି ଝଟକୁଥାଏ। 


ଆନନ୍ଦ ଅଜା ,ପ୍ରେମ ଆଇର ରୂପ ବଦନ ବେଶଭୂଷାକୁ ଦେଖି ଵୁଢା ବୟସରେ ମଧ୍ୟ ଖାଲି ରସିକନାଗର ଭଳି ହେଉଥାନ୍ତି। ପ୍ରେମ ଆଇ ଦେଖିବାକୁ ଏତେ ତରୁଣୀ ଦିଶନ୍ତି ଏମିତିକା ନାତୁଣୀ ଯୋଇଁମାନେ ଘରକୁ ଆସିଲେ କେହି ତାଙ୍କ ପାଖତଡ ଛାଡି କୁଆଡେ ଯାଆନ୍ତି ନାହିଁ । ଆଉ ଆନନ୍ଦ ଅଜା ଟିଭି ଦେଖିବା ସମୟରେ ଯଦି ପ୍ରେମ ଆଇ ତାଙ୍କ ପାଖରେ ନ ବସନ୍ତି ତାହେଲେ ସରିଲା କଥା ନାତିନାତୁଣୀ ମାନଙ୍କୁ ସେ ରଖେଇ ଥୋଇଦିଅନ୍ତି ନାହିଁ । ତୋ ଆଇ କୁଆଡେ ଗଲା ? ହଁ.... ରୋଷେଇ ଘରକୁ ଯାଇଥିବ କାମ କରିବାକୁ ଘରେ ଏତେ ଲୋକ ଥାଉଣୁ। ଖାଇବା,ଶୋଇବା ଏମିତିକି ଟିଭିଦେଖା ମଧ୍ୟ ମୁହଁକୁ ମୁହଁ ଲଗାଇ ଦେଖନ୍ତି।


ଦିନେ ଦୁଇଜଣ ମିଶି ଟିଭି ଦେଖିବା ସମୟରେ ଆନନ୍ଦ ଅଜା କହିଲେ ଦେଖିଲ ପ୍ରେମ ଏ ସିରିୟଲରେ ଯେଉଁ ବୁଢିଟି ଅଭିନୟ କରୁଛି ସାକ୍ଷାତ ତୁମ ଭଳି ଦିଶୁଛି।


ଏକଥା ଶୁଣି ପ୍ରେମ ଆଇ ରାଗତମ ତମ ହୋଇ ଗଳା ଖଙ୍କାରି କହିଲେ


କ'ଣ ମୁଁ ତା ଭଳିଆ ଵୁଢୀ ହୋଇଗଲି କି? ବୁଢୀଟିଏ କହୁଛ?


 ନାଇ... ମ.. ତୁମକୁ.. ନୁହଁ ,ତାକୁ.....


ହଁ ଏଥର ସଠିକ୍ କଥା କହିଲ। ସତରେ ଵୁଢୀ କହିଦେଲେ କାଇଁ ମତେ ବହୁତ ଚିଡାମାଡେ। 


ନାଇ...ମ ବୟସରେ ସେ ତୁମଠୁ କେତେ ବଡ ହେଵ !  


ହଁ ସତ କଥା କହିଲ। 


ଆଉ ଗୋଟେ କଥା କହିବି....


ଆରେ କହୁନ.... !


ତୁମ ଭଳି ସେ ଵୁଢୀଟି ଭାରି ସୁନ୍ଦରିଆ ,ଗୁଲୁଗୁଲିଆ ଦିଶୁଛି।


ସତରେ ଛି.....। କି ଇଏ ମ 'ତୁମେ...। ମୋ ଭିତରେ ଆଉ ତା ଭିତରେ କିଛି ଫରକ ଦିଶୁନି ତୁମକୁ !


ଆନନ୍ଦ ଅଜା କହିଲେ ନାହିଁ ତ?


ପ୍ରେମ ଆଇ କହିଲେ ତୁମେ ଆଉ ଟିକେ ଭଲରେ ନିରେଖି କର ! 


ତୁମ ଆଖି ସହ ତା ଆଖି ସମାନ ତୁମ ମୁହଁ ସହ ତା ମୁହଁ ସମାନ ତୁମେ ଦେଖିଵାକୁ ଯେମିତି ସ୍କିମ ଏବଂ ଫିଟ୍ ସିଏ ବି ସେମିତି । ଆଉ ଫରକ କ'ଣ ?


ହଁ ....ହଁ..... ମୋ ନଜର ପଡିଲା ଆଉ ଗୋଟିଏ ଫରକ ଆସୁଛି ତୁମେ ଶାଢୀ ପିନ୍ଧିଛ, ସିଏ ଏକ ନାଇଟି ପିନ୍ଧିଛି। 


 ହଁ... ଦେଖିଲ ତ ପ୍ରକୃତ କଥାଟି ତୁମ ନଜରରେ ପଡିଲା। 


ଆରେ ସେଇଟା ଗୋଟେ କଥା ! ତୁମେ ଯଦି ତା ଭଳିଆ ଏକ ନାଇଟି ପିନ୍ଧିଵ ଦୁହେଁ ଠିକ୍ ଜାଆଁଳା ଭଉଣୀ ଭଳି ଦିଶିବ। ଆଜି ହିଁ ବଜାର ଯାଇ ତୁମ ପାଇଁ ହଳେ ନାଇଟି ଆଣିଦେବି। କହିଲ କହିଲ କେଉଁ ରଙ୍ଗର ଆଣିବି ନାଲି, ନିଳ ନା ହଳଦିଆ। ତୁମକୁ ତ ସବୁ ରଙ୍ଗମାନିବ। ସବୁ ରଙ୍ଗରୁ ଗୋଟେ ଗୋଟେ ନେଇ ଆସିବି। ଦିନକୁ ଗୋଟିଏ ଗୋଟିଏ ପିନ୍ଧିବ। ଖାଲି ନାଇଟି ନୁହଁ..ମ...ତା ସହ ଜିନ୍ ପେନ୍ଟ ସାର୍ଟ ବି କିଣି ଆଣିବି। ତୁମେ ପିନ୍ଧିବ। 


ଅଜାଙ୍କ ଏକଥା ଶୁଣି ପ୍ରେମ ଆଇ ମନେ ମନେ ଭାବିଲେ ଏ ମନଭାବୁଥାଏ ଯାହା କାଳପ୍ରାପତ ହୁଏ ତାହା। ମନେମନେ ଯାହା ଭାବୁଥିଲେ ତାହା ପୁଣି ସତ ହୋଇଗଲା। ଆନନ୍ଦ ଅଜା ନିଜ ସହଧର୍ମିଣୀ ପାଇଁ ଏକାଥରକେ ବଜାରଯାକ ନାଇଟି ଗୋଟାଇ ଆଣିଲେ ।


Rate this content
Log in

Similar oriya story from Comedy