Dr Jharana Satapathy

Action Inspirational

4.0  

Dr Jharana Satapathy

Action Inspirational

ମୋବାଇଲ ହେଲା କାଳ

ମୋବାଇଲ ହେଲା କାଳ

2 mins
244


ଚକାଚକା ଭଉଁରି ମାମୁଁ ଘର ଚଉଁରି ମାମୁଁ ମତେ ମାଇଲେ ମାଇଁ ମତେ ଧଇଲେ ଦୁଧଭାତ ଖୋଇଲେ ଭଲ ପିଲା ବୋଇଲେ.........। ଦେଖ ଦେଖ ସାଇଲୁ ମୁଁ କେମିତି ଘିର ଘିର ବୁଲୁଛି ତୁ ଏମିତି ବୁଲିପାରିବୁ ? 


ନା ମୁଁ ତୋ ସହ ଏମିତି ଚକାଭଉଁରି ଖେଳ ଖେଳିଵିନି। 


ଦେଖ ଆସେ ମୋ ପାଖକୁ ଏମିତି ଖାଲି ଘୁରିବା କଥା। 


ଆଜି ତୋର କଣ ହୋଇଛି ମନ ଦୁଃଖରେ ଅଛୁ। ମୋ ସହ ଖେଳିଵୁନି? 


ନା..... ମତେ ଏସବୁ ଖେଳ ଭଲ ଲାଗେନା !


ଜାଣିଛୁ ଲାଡଲି ମତେ ମୋବାଇଲରେ ଭିଡିଓ ଗେମ୍ ଖେଳିବାକୁ ଭାରି ଭଲଲାଗେ। କିନ୍ତୁ ମୋ ଭାଇ ଭାରି ଖଡୁଶ। ତା ମୋବାଇଲଟା ମତେ କେଵେ ଦେଉନି। ମୋ ଭାଇ ତା ମୋବାଇଲରେ ଭଳିକି ଭଳି ଗେମ୍ ରଖିଛି। ମେରିଓ, ପବଜି, ଆଙ୍ଗ୍ରି ବାର୍ଡ ,ଷ୍ଟ୍ରିଟ୍ ଫାଇଟର,ଗଡ ଅଫ୍ ଓ୍ବାର ଇତ୍ୟାଦି ଇତ୍ୟାଦି... । ମୁଁ ତା ମୋବାଇଲଟିକୁ ଯଦି କେତେବେଳେ ନେଇଆସି ଖେଳିବାକୁ ଚେଷ୍ଟାକରେ ମତେ ସେ ଗାଳି ଦେଉଛି। କହୁଛି ତୁ ମୋ ମୋବାଇଲକୁ ଖରାପ କରିଦେବୁ। ମମିର ମୋବାଇଲ ମମି ପାଖରେ। ପାପାର ମୋବାଇଲ ପାପା ପାଖରେ।


ଏଥିପାଇଁ କାହିଁକି ମନ ଦୁଃଖ କରୁଛୁ ଆସେ ତୋର ମୋର ସାଥୀ ହୋଇ ଘିରଘିର ଵୁଲିଵା। 


ଆଃ... ଆଃ..... 


ଦେଖିଲୁ ଦେଖିଲୁ ସାଇଲୁ କଣ ଗୋଟେ ଏ ଵାଲିରେ ପୋତି ହୋଇରହିଛି। ମୋ ଗୋଡକୁ ବାଜିଲା। 


କାଇଁ... କିଛି ନାଇଁ ତ। 


ଦେଖ ଭଲରେ ନଜର କର। 


ହଁ ....ଲ ...ଲାଡଲି ଇଏ ଗୋଟେ ବ୍ୟାଟରି ବୋଧେ। 


କ'ଣ ମୋବାଇଲ ବ୍ୟାଟରି। ଏହାକୁ ନେଇ ଚାର୍ଜ କରିହେବ ?


ଦେଲୁ ଦେଲୁ ଦେଖିବା। । ଘରକୁ ନେଇ ମୁଁ ଚାର୍ଜ ବସେଇ ଦେଖିବି ହେଉଛି ନା ନାହିଁ। 


କେଡେ ସୁନ୍ଦର ହୋଇଥାନ୍ତା ତୋର ମୋର ସାଥୀହୋଇ ଭିଡିଓ ଗେମ୍ ଖେଳିଥାନ୍ତେ।


ଆରେ ଆଗେ ତାକୁ ନେଇ ମୁଁ ପରିକ୍ଷା କରେ। ରହିଥା ଭାଇ ତୁ ମତେ କେବେ ଖେଳିବାକୁ ତୋ ମୋବାଇଲଟି ଦଉନୁ ପରା ଦେଖିବୁ ମୁଁ ଏ ପବଜି ଖେଳରେ ତୋଠୁ ବଳିଯିବି। ପାପାଙ୍କ ପୁରୁଣା ମୋବାଇଲଟି ଅଛି ସେଥିରେ ବ୍ୟାଟେରି କେବେଠୁ ଖରାପ ହୋଇଯାଇଛି। ପାପା ତାକୁ ଗୋଟେ କୋଣେ ଫୋପାଡି ଦେଇଛନ୍ତି। ମୁଁ ସେ ମୋବାଇଲରେ ଏ ବ୍ୟାଟେରୀ ପକାଇ ଦେଖିବି କାମ କରୁଛି ନା ନାହିଁ। 


ତୁ ଏ ବିଷୟରେ କାହାକୁ କହିବୁନି ଲାଡଲି ତତେ ଵିଦ୍ୟାରାଣ


ହଁ ହେଲା ଏକଥା ମୁଁ କାହାକୁ କହିଵିନି


ଏଡିକି ଏଡିକି ଲାଉ ଯାଆ ଘରକୁ ଯିଏ ଯାଉ......। 


ସାଇଲୁ ମତେ ଜଣେଇବୁ। ଠିକ୍ ଅଛି ତତେ କାଲି କହିବି ଲାଡଲି। 


ସାଇଲୁ ଘରକୁ ଫେରି ପଢିବ କଣ ସେ ବ୍ୟାଟେରି କଥା ଭାବୁଥାଏ। ତାକୁ ସେ ବହି ବେଗ ଭିତରେ ଲୁଚାଇ ରଖିଥାଏ। ଭାବୁଥାଏ ତା ପାପା,ମାମା,ଭାଇ ଶୋଇପଡିଲା ପରେ ସେ ତା କାମ କରିବ। ସେମିତି ସାଇଲୁ ରାତି ଗୋଟାଏ ପର୍ଯ୍ୟନ୍ତ ନ ଶୋଇ ସେଜରେ ପଡିରହିଥିଲା। ତା ବାପା ମାଆ, ଭାଇ ଶୋଇଲାପରେ ତାର ଏକ୍ସପେରିମେଣ୍ଟ ଆରମ୍ଭ କରିଦେଲା। ସେ ତା ପାପାର ପୁରୁଣା ମୋବାଇଲଟାକୁ ଆଣି ସେଥିରେ ବ୍ୟାଟେରିଟା ପକାଇ ମୋବାଇଲ କଡରେ ଚାର୍ଜ କରିବାକୁ ଲାଗିଲା। ତାକୁ ହାତରେ ଧରି ଅନ୍ କରିବାକୁ ଯାଇଛି ନା ନାହିଁ ପ୍ରଚଣ୍ଡ ବିଷ୍ପରୋଣରେ ତାର ହାତ ଛିନ୍ଛତର ହୋଇଗଲା। ଏତେ ପ୍ରଚଣ୍ଡ ବିଷ୍ପୋରଣ ଘଟିଥିଲା ନିମିଷେକ ମଧ୍ୟରେ ସବୁ ଛାରନାର ହୋଇଯାଇଥିଲା। ଏକଥା ତା ବାପା ଏବଂ ମାଆ କେହି ଜାଣିନଥିଲେ । ପ୍ରଚଣ୍ଡ ଶବ୍ଦ ଶୁଣି ଯେତେବେଳେ ସେମାନେ ବାହାରକୁ ଆସି ଦେଖିଲେ ସଵୁ ସରିଯାଇଥିଲା ଝିଅ କଳାକାଠ ପଡି ସବୁଦିନ ପାଇଁ ଶୋଇ ଯାଇଥିଲା। 


ଏ ଗପ ମାଧ୍ୟମରେ ମୁଁ ଏତିକି ଅବଗତ କରାଇବାକୁ ଚାହୁଁଛି ସମସ୍ତଙ୍କୁ ------


ଖରାପ ବ୍ୟାଟେରୀକୁ ଏଣେ ତେଣେ ବାହାରେ ନ ଫୋପାଡି ତାକୁ ସଙ୍ଗେ ସଙ୍ଗେ ନଷ୍ଟ କରିଦେବା ଉଚିତ୍।


ଛୋଟ ପିଲାମାନେ ବାପାମାଆଙ୍କ ଅଜଣାତରେ କୌଣସି କାମ କରନ୍ତୁନାହିଁ। 


କୌଣସି ଅଜଣା ବସ୍ତୁକୁ ଗ୍ରହଣ କରନ୍ତୁ ନାହିଁ।


#Non-Stop November


Rate this content
Log in

Similar oriya story from Action