PRIYANKA PRIYADARSINI

Comedy

4.0  

PRIYANKA PRIYADARSINI

Comedy

ଏଇଟା ଜଣା କି ନାହିଁ ମ

ଏଇଟା ଜଣା କି ନାହିଁ ମ

2 mins
153


ଆମ ଗାଁ ସ୍ତ୍ରୀ ଲୋକଙ୍କ କଥା , କଣ ଆଉ କହିବି !!??.. ପୋଖରୀ ତୁଠରେ ହେଉ କି କାହା ବାରଣ୍ଡାରେ କାହା ନା କାହା ଘର କଥା ଗୋଟେ ପଡ଼ିଥିବ , ସେଇଥିରୁ ଆରମ୍ଭ ହୋଇ ଗାଁ ଗୋଟା ଯା କଥା ପଡ଼ିବ । କଥା ଚାଲିଥିବ ଯେ ଚାଲିଥିବ । ଯେ ଯାଏଁ କାହାର ଘର କଥା ମନେ ନ ପଡ଼ିଛି। 

     ସେମିତି ଦିନେ ସେବତୀ ଖୁଡୀଙ୍କ ଘର ବାରଣ୍ଡାରେ କଥା ପଡ଼ିଥାଏ । ରୂପା ନାନୀ ( ବୟସ - ୩୦ , ଅବିବାହିତ , ବିବାହ ହେବ ବୋଲି ଆଶା ମଧ୍ୟ ନାହିଁ ) ତା ମେକ୍ସିକୁ ଉପରକୁ ଉଠାଇ ଗୋଡ଼ ଦୁଇଟା ବାରଣ୍ଡାରେ ତଳକୁ ଝୁଲାଇ ଦେଇ କହିଲା , “ ଆଲୋ ଜାଣିଛ ନା ନାଇଁ ବା , ସେ ମାହାନ୍ତି ଘର ପୁଅ ନୁହଁ ଗୋଟେ ଝିଅକୁ ଭଲ ପାଇଛି ଯେ .... କହନି କହନି.... । ସେ ଝିଅ ଘର କେମିତି ଗୋଟେ ଜାଣି ଦେଲେ କାଲି ପରା ତାଙ୍କ ଘରକୁ ପରଚି ଆସିଥିଲେ। ” ସଙ୍ଗେ ସଙ୍ଗେ ଝୁମ୍ପୁଲି ଆଇ ଉତ୍ତର ରଖେ “ କିଏ କିଲୋ ?....” 

ସେବତୀ ଖୁଡୀ :- “ ସେ ବିପିନ ମାହାନ୍ତି ସାନ ପୁଅ ମ.... ଝିଅ ଟା ତା କଲେଜରେ ପଢ଼େ ଦାସ ଘର , ବହୁତ ଧନ ସମ୍ପତ୍ତି, କାଲି ପରା କଥା ଛିଡେଇ କରି ଗଲେ । ” 

ଅନିତା ଭାଉଜ :- “ ୟା ଭିତରେ ଭିତରେ ଏତେ କଥା ହେଇ ଗଲାଣି!!!!.... ଆଛା ସେବତୀ ଖୁଡୀ ତମେ ଏତେ କଥା କେମିତି ଜାଣିଲ ??? ”

ସେବତୀ ଖୁଡୀ :- “ ମୁଁ ପରା ସବୁ ଜାଣେ..... ମୋତେ ସବୁ ଜଣା ଲୋ.....” 

“ ଆଉ ତମ ଝିଅ ଯୋଉ ପ୍ରଧାନ ଘର ପୁଅ ସହ ଏକ୍ସଟ୍ରା କ୍ଲାସ କରି ଯାଇଛି ସେଇଟା ଜଣା କି ନାହିଁ ମ.......” ରାସ୍ତାରେ ସେବତୀ ଖୁଡୀଙ୍କୁ ଗାଁ ଟୋକା ଗୋଟେ କେମଣ୍ଟ ମାରି ଦେଇ ଗଲା । ଆଉ ବାରଣ୍ଡା ଉପରେ ସମସ୍ତେ ସେବତୀ ଖୁଡୀଙ୍କ ମୁହଁ ଉପରେ ଦୃଷ୍ଟି ନିବଦ୍ଧ କରି ବସିଥିଲେ।


Rate this content
Log in

Similar oriya story from Comedy