PRIYANKA PRIYADARSINI

Horror

4.0  

PRIYANKA PRIYADARSINI

Horror

ତାହେଲେ ସେ କିଏ?

ତାହେଲେ ସେ କିଏ?

2 mins
144


ପିଲାଦିନେ ହେଉ ଅବା ଏବେ , ସବୁବେଳେ ଭୂତ ପ୍ରତି ଥିବା ଡରଟା ଠିକ୍ ସେମିତି ହିଁ ରହିବ। ଏ ଭୂତ ଶବ୍ଦର ମାନ ଆଜି ପର୍ଯ୍ୟନ୍ତ ଜାଣି ହେଲା ନାହିଁ। ତେବେ ଆସନ୍ତୁ ପଢ଼ିବା ମୋ ପିଲାବେଳର ଏକ କାହାଣୀ । 

       ମୁଁ ତୃତୀୟ କି ଚତୁର୍ଥ ଶ୍ରେଣୀରେ ପଢୁଥାଏ ବୋଧେ । ସେତେବେଳେ ଗାଁରେ ଜଣେ ସ୍ତ୍ରୀ ଲୋକ ମୋ ବୋଉକୁ ଝିଅ କରିଥାଏ। ତାର ମଧ୍ୟ ଦୁଇଟି ଝିଅ ଥାଆନ୍ତି। ତାଙ୍କ ଭିତରୁ ସାନ ଝିଅ ଯିଏ ସେ ମୋ ବାପାଙ୍କ ହାତରେ ରାକ୍ଷୀ ବାନ୍ଧନ୍ତି ସବୁ ରାକ୍ଷୀ ପୂର୍ଣ୍ଣିମାକୁ । ହଠାତ୍ ଦିନେ କଣ ହେଲା କେଜାଣି ସେ ତାଙ୍କ ଘର ପଛ ପାଖ ଗଛରେ ଆତ୍ମହତ୍ୟା କରିଦେଲେ । କାରଣ ଟା ବଡ଼ ଲୋକ ଜାଣିଥିଲେ ହେଁ ଆମକୁ କେହି କହୁ ନ ଥିଲେ। ଆଗେ ଏଭଳି ଘଟଣା ଖୁବ୍ କମ୍ ହେଉଥିବା ହେତୁ ଗାଁରେ ଏକ ଭୟାତୁର ପରିବେଶ ସୃଷ୍ଟି ହୋଇ ସାରିଥାଏ । ଏହି ଘଟଣାର ଏକ ମାସ ପରେ। 

      ଯିଏ ଆତ୍ମହତ୍ୟା କରିଥିଲେ ତାଙ୍କ ଘର ଏବଂ ମୋ ସାଙ୍ଗ ଘର ଟିକେ ପାଖା ପାଖି, ତଥାପି ମଝିରେ ଦୁଇଟି ଘର ଆସି ଯାଉଛି । ମୋ ସାଙ୍ଗ ଦିନେ ରାତିରେ ବାହାରକୁ ପରିସ୍ରା ଯିବା ପାଇଁ ଉଠିଥାଏ । ସାଙ୍ଗରେ ତା ମା ମଧ୍ୟ ଉଠିଥାନ୍ତି। (ସେତେବେଳେ ଗାଁରେ ଏତେ ଶୌଚାଳୟର ବ୍ୟବସ୍ଥା ନ ଥାଏ, ଯାହା ଯେତିକି ଥାଏ କେବଳ ଝାଡ଼ା ଯିବା ପାଇଁ) । ତାଙ୍କର ଗୋଟେ ବଡ଼ ସଜନା ଗଛ ଥାଏ। ଦୁଇ ତିନି ଜଣ ଆରାମରେ ତା ଉପରେ ବସି ପାରିବେ , ଡାଳରେ ନୁହଁ ସେ ଗଣ୍ଡିର ଅଗ୍ର ଭାଗରେ। ଦୁହେଁ ପରିସ୍ରା ସାରି ଫେରିବା ବେଳେ ଦେଖିଲେ ତାଙ୍କ ସଜନା ଗଛ ଉପରେ କେହି ଜଣେ ବସିଛି । ମୋ ସାଙ୍ଗ କୁହେ ସେ ସେଇ ଆତ୍ମହତ୍ୟା କରିଥିବା ଝିଅର ମୁହଁ ହିଁ ଦେଖିଛି । ମୋ ସାଙ୍ଗର ମା ସଙ୍ଗେ ସଙ୍ଗେ ଟର୍ଚ୍ଚ ଲାଇଟି ମାରିଲେ ହେଲେ କେହି ଦେଖା ଗଲେ ନାହିଁ । ଟର୍ଚ୍ଚ ଲାଇଟ୍ ଯେମିତି ଅନ୍ୟ ଦିଗକୁ କରିଲେ ପୁଣି କେହି ଜଣେ ବସିଲା ପରି ଦେଖାଗଲା । ମୋ ସାଙ୍ଗର ମା ତାକୁ କହିଲେ ନାହିଁ କିଛି ନାହିଁ ଭାଇର ସାର୍ଟ ଉଡ଼ି ଯାଇଥିବ ଚାଲେ ଘରକୁ । ଦୁହେଁ ଘରକୁ ଆସିଲେ । ତା ପର ଦିନ ମୋ ସାଙ୍ଗକୁ ପ୍ରବଳ ଜ୍ଵର। ଏମିତି ଟିକେ ବାହାରକୁ ବୁଲିବା ପାଇଁ ଆସିଥିବା ବେଳେ ଦେଖିଲା ସେ ଗଛ ଉପରେ କୌଣସି ପ୍ରକାର ସାର୍ଟ, ପ୍ୟାଣ୍ଟ, ପୋଷାକ ଜିନିଷ ଅବା ଅନ୍ୟ ଜିନିଷ ନଥିଲା । ତାହେଲେ କାଲି ରାତିରେ ଦେଖିଥିବା ସେ ଜିନିଷଟା କଣ ଥିଲା ?


Rate this content
Log in

Similar oriya story from Horror