Anil kumar Pradhan

Abstract

4.8  

Anil kumar Pradhan

Abstract

"ଗୁପ୍ତ କଥା "

"ଗୁପ୍ତ କଥା "

5 mins
351


ଗୋଟିଏ ବଣ -ଜଙ୍ଗଲ ଘେରା ପାହାଡ଼ ତଳେ ମହାଲିକପଡା ନାମରେ ଗୋଟିଏ ଗ୍ରାମ ଥିଲା l ସେଇ ଗ୍ରାମରେ ଦୁଇଜଣ ସାଙ୍ଗ ରହୁଥିଲେ l ଜଣକର ନାମ ବୋମା ଆଉଜଣକର ନାମ ଡାବୁ l ଡାବୁ -ବୋମା ଉଭୟେ ଉଭୟକୁ ସମସ୍ତ କଥା ଏମିତିକି ଜୀବନର ସୁଖ -ଦୁଃଖ ,ହସ -କାନ୍ଦ ସବୁ କହୁଥିଲେ l ସେଇ ଗାଁ ଲୋକେ ତାଙ୍କ ବନ୍ଧୁତ୍ୱକୁ ଦେଖି ବେଳେ ବେଳେ କହୁଥିଲେ "ଏ ଦୁଇଜଣ ଗୋଟିଏ ମୁଦ୍ରାର ଦୁଇଟି ପାର୍ଶ୍ୱ ଭଳି "l


ଏମିତି ଦିନକର କଥା ,ବୋମା ଆଉ ଆଗଭଳି ହସ ହସ ମୁଖରେ ଡାବୁ ସହ କଥା ହେଉନଥିଲା l ଡାବୁ କୁ ଦେଖିଲେ ଖାଲି ଉପରେ ଉପରେ ହସୁଥାଏ ଆଉ ଆଗଭଳି ଥିବାର ଅଭିନୟ କରୁଥିଲl l ମାତ୍ର ଡାବୁ ସବୁ ଜାଣିପାରୁଥିଲା l ହେଲେ ଯେତେବେଳେ ସେ (ବୋମା ) କହିବାକୁ ଚାଁହୁନି ସେଥିପାଇଁ ସେ ମଧ୍ୟ ତାକୁ କିଛି କହୁନଥିଲା l ହେଲେ ବୋମାର ହାବ ଭାବ ସବୁ ବଦଳି ଯାଇଥିବାର ଦେଖି ଡାବୁ ବହୁତ ଚିନ୍ତିତ ହୋଇଯାଇଥିଲା l ଆଉ ମନେ ମନେ ସେସବୁର କାରଣ ଖୋଜୁଥିଲା l

ମାତ୍ର ଡାବୁ ବୋମାକୁ ଦେଖି ଜାଣିପାରୁଥିଲା ଯେ ସେ କିଛି କହିବାକୁ ଚାଁହୁଛି ମାତ୍ର କିଛି କହିପାରୁନି l କଣ ଗୁପ୍ତକଥା ହୋଇଥିବ ଭାବି ଡାବୁ ଚୁପ ରହିଥିଲା l ସେ ଡାବୁର ସବୁଠାରୁ ପ୍ରିୟ ସାଙ୍ଗ ଥିବାରୁ ତାକୁ ମଧ୍ୟ ଡାବୁ ଜୋରଦେଇ କିଛି ପଚାରି ପାରୁନଥିଲା l

ହଠାତ ଗୋଟିଏ ଦିନ ଗ୍ରାମର ପୂର୍ବଦିଗରେ ଥିବା ନଦୀ(ବଡ଼ ନାଳ ) କୂଳରେ ଦୁଇ ବନ୍ଧୁ ସକାଳର ପ୍ରଥମ ପ୍ରହରରେ ବୁଲୁଥିଲେ l ବୁଲିବା ସହିତ ଉଭୟ ଉଭୟଙ୍କୁ ଟାହି ଟାପରା,ଥଟାମଜା ..ଏମିତି ବହୁତ କିଛି କରୁଥିଲେ l

ଏମିତି କଥା ସ୍ୱରରେ ବୋମା ପାଖରୁ ଛୁଟିଆସିଲା ଏକ କଥା l ଯାହାଥିଲା ଏକ ଅକୁହା କଥା l ମାନେ ଗୁପ୍ତ କଥା l କଥାଟି ଥିଲା ..."ଆଜି ଯଦି ମୁଁ ତାକୁ ଏହି ସ୍ଥାନକୁ ବୁଲେଇ ଆଣିଥାନ୍ତି ସେ ବହୁତ ଖୁସି ହୋଇଥାନ୍ତ" lସଙ୍ଗେ ସଙ୍ଗେ ଏହି ଗୋଟିଏ କଥା ଶୁଣି ଡାବୁର ମନ ଗଡ଼ବଡ଼ ହୋଇଗଲl l ତା'ମନରେ ଖାଲି ଗୋଟିଏ ପ୍ରଶ୍ନ "ତାକୁ " ମାନେ କାହାକୁ କିଛିବାଟ ଚାଲିବା ପରେ ପୁଣି ବହୁତ ଭାବି ଉତ୍ତର ନପାଇ ଡାବୁ ବୋମା କୁ ପଚାରିଲା ଶୁଣିଲୁ ତୁ କିଛି ସମୟ ପୁର୍ବରୁ କହିଥିବା କଥାରେ ତାକୁ ମାନେ କାହାକୁ କହିଲୁ ମୁଁ କିଛି ବୁଝିପାରିଲିନି l

ସେତିକି ବେଳେ ବୋମା କିଛି ନଜାଣିଲା ନସୁଣିଲାପରି ହେଉଥିଲା l ବାର ବାର ଡାବୁ ପଚାରିବାରୁ ବୋମା କହିଲା କଉ କଥା ଓଃ ସେଇ "ତାକୁ ମାନେ ତାକୁ " ଛାଡ଼େ ସେକଥା l ଏ ଦେଖିଲୁ କେତେ ସୁନ୍ଦର ଦିଶୁଛି ସେ ଫୁଲ ଚାଲ ତୋଳିବା କହି କଥା ଟାଳିବାକୁ ଚାଁହୁଥିଲା l ମାତ୍ର ଡାବୁ ଭାବୁଥିଲା ସେଇ "ତାକୁ" ଶବ୍ଦ ଭିତରେ କଣ ଗୋଟିଏ ରହସ୍ୟ ଲୁଚି ରହିଛି ,ନଚେତ ମୋତେ ଏଇ କଥାଟି କାହିଁକି କହୁନି ନିଶ୍ଚେ କଣ ଗୋଟେ ରହସ୍ୟ ଅଛି "l

ବେଳ ବଢ଼ି ବଢ଼ି ଚାଲିଥାଏ ଦୁଇ ବନ୍ଧୁ ଖୁବ ବୁଲିସାରିଥିଲେ l ଥକି ପଡ଼ିଥିଲେ l ଦୁଇଜଣ ଏକ ବର ଗଛ ତଳେ ହାଲ୍କା ହାଲ୍କା ଥଣ୍ଡା ପବନ ଖାଉଥିଲେ l ଶାନ୍ତ ପରିବେଶ ଥିଲା l ଡାବୁ ବୋମାକୁ ନରାଗିବାକୁ କହିଲା l ଆଉ ପଚାରିଲା ତାକୁ ମାନେ କଣ

ବହୁତ ମନାକଲା ପରେ ନାହିଁ ନାହିଁ ହୋଇ ବୋମା କହିଲା ହଉ କହିବି ହେଲେ ତୁ କାହାକୁ କହିବୁ ନାହିଁ l ବୋମା ସର୍ତ୍ତରେ ଡାବୁ ରାଜିହୋଇଗଲ l

ତା'ପରେ ବୋମା କହିଲା ତାକୁ ମାନେ" ମୋ' ପ୍ରେମିକା" l ଏକଥା ଶୁଣି ଡାବୁ ଆଶ୍ଚର୍ଯ୍ୟ ହୋଇଗଲl l

ଡାବୁ ପଚାରିଲା ଆରେ ତୁ 'ତ ମାଛିକୁ ମ ନକହିବା ଲୋକ ପ୍ରେମିକା କେମିତି କାହାକୁ କେବେ କଣ କହୁଛୁ ଏମିତି ଅନେକ ପ୍ରଶ୍ନ କଲା l


ତା' ପରେ ବୋମା କହିଲା ଶୁଣେ ଏହା ମୋର ଏକ ଗୁପ୍ତ କଥା ,ଏକଥା କେହି ଜାଣିନଥିଲେ l ତୁ ଆଜି ଜାଣିଲୁ l

କହୁଛି ଶୁଣେ କଥା ଦେ କାହାକୁ କହିବୁ ନାହିଁ l

ଏତିକି କହି ବୋମା କହିଲା "ମୁଁ ତାକୁ ପ୍ରଥମେ ବିଦ୍ୟାଳୟରେ ଓ ପରେ ଉଚ୍ଚବିଦ୍ୟାଳୟରେ ଦେଖି ଦେଖି ଆସୁଥିଲି ମାତ୍ର ପ୍ରେମ କରିନଥିଲି l ହେଲେ ସେ ମତେ ଦିନେ ଆସି କହିଲା ଏତିକି କହି ହଠାତ ବୋମା କଥା କହିବା ବନ୍ଦ କରିଦେଲା l ହଠାତ କଥାଟି କହିଲା "ରେ ରହିଯିବା ଶୁଣି ଡାବୁ କିଛି ବୁଝିପାରିଲା ନାହିଁ l ପଚାରିଲା କଣ କହିଲା


ଥାଉ, ଆଉ ଗୋଟେ ଦିନ କହିବି କହି ବୋମା କଥା କହିବା ବନ୍ଦ କରିବ ଭାବୁଥିଲା l ମାତ୍ର ଡାବୁ ବଡ଼ ଅଡୁଆ ପିଲା ସେ ତ' ପାଣିରୁ ଘିଅ କାଢ଼ିବା ଲୋକ ଏଣେ ବୋମା ତା'ବନ୍ଧୁ ଛାଡିବ କୁଆଡେ l ପୁଣି କହିବାକୁ ପଡିଲା ଆଉ ବୋମା କହିଲା "ସେ ପ୍ରେମ କରୁଛି କହିଲା "l

ତା ପରେ ଡାବୁ- ତୁ' କଣ କହିଲୁ

ବୋମା -ତାହାହିଁ ହେଉ କହିଲି l

ଡାବୁ ର ଆଉ ବଢିଯାଉଥିଲା ସେ ବିଷୟରେ ଜାଣିବା ପାଇଁ l

ପୁନଶ୍ଚ ପଚାରିଲା ତା'ପରେ କଣ ହେଲା ବୋମା କହିଲା କଣ ଆଉ ହେବ ,ସେଇ ଦିନଠାରୁ ଆମ ଦୁଇଜଣଙ୍କ ଏମିତି ମିଳାମିଶା ବଢ଼ିଗଲାଯେ ସବୁ କାମରେ ଅଧା ଅଧା l ସେତକ ଶୁଣି ଡାବୁ କହିଲା ଏତେ ବାଟ ଆଗେଇ ଗଲୁଣି ତାହାଲେ ?

ବୋମା ମୁରୁକି ମୁରୁକି ହସି ଦେଇ କହିଲା "ନାଇଁମ "l

କିନ୍ତୁ ଡାବୁ ଜାଣିପାରୁଥିଲା ତାରି ନାଇଁମ ରେ ସଫା ସଫା ଜଣାଯାଉଥିଲା ..ସେ କେତେ ପ୍ରତିଶତ (ସତପ୍ରତିଶତ )"ହଁମ "l

ସମୟ ବଢ଼ି ସାରିଥିଲା l ଦୁଇ ବନ୍ଧୁ ଘରକୁ ଫେରୁଥିଲେ l

ହଠାତ ଡାବୁ ପଚାରିଲା ବୋମା ପ୍ରେମ ର ଅର୍ଥ କଣ ? ତାହା କେଉଁଠି ହୁଏ କିପରି ହୁଏ

ପ୍ରଶ୍ନ ଟି ଶୁଣିଲା ପରେ ବୋମା ଏକ ନିଶ୍ୱାସରେ କହିଲା "-ପ୍ରେମ ମାନେ ଦୁଇଟି ମନର ମିଳନ l ଏହା ଭଗବାନଙ୍କର ଦାନ l ତାହା କେମିତି ହୁଏ କିପରି ହୁଏ କେହି ଜାଣିପାରେନି l ଯେମିତି ରାଧା କୃଷ୍ଣଙ୍କୁ କାହିଁକି ଭଲ ପାଅନ୍ତି ନଜାଣି ମଧ୍ୟ ଭଲ ପାଉଥିଲେ ସେପରି l


ଖରାବଢ଼ି ଯାଉଥିଲା l ଦେହରୁ ଗମଗମ ଝାଳ ବହୁଥିଲା l ଦୁଇଜଣ ଗାଁ ଠାରୁ ଦୁଇ.କି.ମି ଦୂରରେ ଥିବା ଆମ୍ବ ଗଛମୂଳେ ବସିଥିଲେ l ହଠାତ

ଡାବୁ- ବନ୍ଧୁ ତମ ପ୍ରେମକାହାଣୀ ଏବେ କେମିତି ଚାଲିଛି ?

ବୋମା -କିଛି ଖଟା ଆଉ କିଛି ମିଠା l

ଶବ୍ଦଟି ଡାବୁ କୁ ବୁଝିବାରେ କାଠିକର ପାଠ ହୋଇପଡିଲା l ପୁଣି ପ୍ରଶ୍ନ କଲା କିଛି ଖଟା କିଛି ମିଠା ମାନେ ?

ବୋମା କହିଲା କଣ ମୋ ଏତିକି ବୁଝିପାରୁନୁ ମାନେ ଗୋଟିଏ ଗୋଟିଏ ଦିନ ହସ ,ଖୁସି ,ମଜା ,ଆଦି ରେ ବୁଡ଼ିଯାଉ ମାତ୍ର ଦିନେ ଦିନେ ଆଣ୍ଟିପାଟି l


ପୁନଶ୍ଚ ଦୁଇବନ୍ଧୁ ଗଛଛାଇ ପରିତ୍ୟାଗ କରି ଚାଲିବା ଆରମ୍ଭ କରୁଥିଲେ ଗାଁ ଆଡକୁ l

ଡାବୁ -ବୋମା ତୋ' ପ୍ରେମିକାର ନାମ ଟିକିଏ କହିଲୁ ?

ବୋମା -କଣ ପାଇଁ ?

ପ୍ରଶ୍ନରେ ପ୍ରଶ୍ନ ଶୁଣି ଡାବୁ ଆଉ କିଛିକହିପାରିଲା ନାହିଁ l

ବୋମା -ତୋର ସେମିତି କେହି ଅଛନ୍ତିକି ?

ଡାବୁ -ନିରୁତ୍ତର l

ଡାବୁ କିଛି କହିପାରିଲା ନାହିଁ l କାରଣ ଡାବୁ ର ଜୀବନରେ ସେମିତି କିଛି କହିବାକୁ ଉତ୍ତର ନଥିଲା l ସେତିକି ବେଳେ ହସି ହସି ଡାବୁ ମଜାକ ରେ କହିଲା "ତାହାଲେ ତୋ'ର ଏହି କଥାଟି ଏକ ଗୁପ୍ତ କଥା ,ଯଦି ଏହିକଥାଟି ଘରେ କହିଦିଏ ...l

କଥା ଶୁଣି ହଠାତ ବୋମା ଚମକି ପଡିଲା ଆଉ ଅଚେତ ହୋଇ ତଳେ ପଡିଗଲା l ତା' କିଛି ସମୟ ପାଇଁ ଡାବୁ ଅବାକ ହୋଇ ରହିଗଲା l ଦଉଡି ଯାଇ ପାଣି ଟିକେ ଆଣି ବୋମା ର ମୁଁହରେ ମାରିଲା l ଭଗବାନଙ୍କ କୃପାରୁ ବୋମା ଚେତାଫେରି ପାଇଲା l ମାତ୍ର ପରବର୍ତ୍ତୀ ସମୟରେ ଡାବୁ ତା'ପ୍ରେମିକାର ନାମ ପଚାରିବାକୁ ଚାଁହୁଥିଲା l ମାତ୍ର ବୋମା ର ପରିସ୍ଥିତି ଡାବୁ ଜାଣିପାରିଥିଲା -"କଥାଟି ବଡ଼ ମାରାତ୍ମକ ,ଅକୁହା କଥା l

ମୋଟା ମୋଟି ଭାବେ ସେଇ କଥାଟି ଡାବୁ ଆଉ ତା ବନ୍ଧୁ ବୋମା ପାଇଁ ଏକ ଗୁପ୍ତକଥା ଥିଲା l

ସେତେବେଳେ ଦୁଇ ବନ୍ଧୁ ଗାଁ ମୁଣ୍ଡରେ ପହଂଚି ଯାଇଥିଲେ l ଡାବୁ କଣ ଗୋଟିଏ କହିବା କୁ ଚାଁହୁଥିଲା l

ଏତିକି ବେଳେ ବୋମାର ଘର ଆସିଯାଇଥିଲା l ସେ ଘରକୁ ଚାଲିଗଲା

ଡାବୁ ଆଉକେବେ କହିବ ଭାବି ନିଜ ଘର ଆଡକୁ ଚାଲିଲା


Rate this content
Log in

Similar oriya story from Abstract