Trushna Das

Abstract Drama Tragedy

3  

Trushna Das

Abstract Drama Tragedy

ହୃଦୟର ଖାଲି ସ୍ଥାନ

ହୃଦୟର ଖାଲି ସ୍ଥାନ

8 mins
263


ମଣିଷ ଶରୀର ପଞ୍ଚ ଇନ୍ଦ୍ରିୟ କୁ ନେଇ ଗଢ଼ା। ସେଥି ମଧ୍ୟରୁ ଗୋଟିଏ ବି ଯଦି ନଷ୍ଟ ହୋଇଯାଏ ତାହା ହେଲେ ବଞ୍ଚିବା କଷ୍ଟ। ଜୀବନ ଟି ଖାଲି ଖାଲି ଲାଗେ। ନିଜ ଲୋକ ବି ଦୂରେଇ ଯାଆନ୍ତି। ହେଲେ ଡାକ୍ତର ମାନେ କୁହନ୍ତି ଯେ ସେ ଲୋକର ବାକି ଇନ୍ଦ୍ରିୟ ସବୁ ସତେଜ ହୋଇ ଯାଏ। କିନ୍ତୁ ଜୀବନ ସେମାନଙ୍କ ପାଇଁ ବହୁତ ଯନ୍ତ୍ରଣାଦାୟକ ହୋଇ ଯାଏ। ଜୀବନରେ ଗୋଟିଏ ଖାଲି ସ୍ଥାନ ରହିଯାଏ। ଏମିତି ଏକ କାହାଣୀ ହେଉଛି କେଶବ ଙ୍କ ଜୀବନରେ।


କେଶବ ଗୋଟିଏ ଦୁର୍ଘଟଣାରେ କେବଳ ନିଜ ଦୃଷ୍ଟି ଶକ୍ତି ଖାଲି ହରାଇ  ନାହାଁନ୍ତି, ହରାଇଛନ୍ତି ନିଜ ପରିବାର ଓ ସବୁକିଛି। ଗୋଟିଏ ବେଞ୍ଚ ରେ ବସି ଭାବୁଛନ୍ତି ଅତୀତର ସେ ସ୍ମୃତି ସବୁକୁ।


କେଶବ ସଫ୍ଟୱେର ଇଞ୍ଜିନିୟର ଥାଆନ୍ତି। ସେ ଦେଖିବା ପାଇଁ କଳା ଏବଂ ଠିକ ଠାକ୍ ବ୍ୟକ୍ତି । ଛୋଟ ବେଳେ ତାଙ୍କର‌ ବିବାହ ସୁରଭି ସହ ସ୍ଥିର ହୋଇ ଥିଲା। ସୁରଭି କେଶବଙ୍କ ବାପାଙ୍କ ସାଙ୍ଗଙ୍କ ଝିଅ। ସୁରଭି ନିଜ ନାମ ପରି ଦେଖିବାକୁ ମଧ୍ୟ ବହୁତ ସୁନ୍ଦର। କେଶବଙ୍କୁ ସେ ଜମା ପସନ୍ଦ କରୁ ନ ଥାଆନ୍ତି। କେଶବ , ସୁରଭି, ଜିତୁ ଗୋଟିଏ କଲେଜରେ ପାଠ ପଢୁ ଥାଆନ୍ତି। ସୁରଭି ବିଟେକ ପ୍ରଥମ ବର୍ଷ ବେଳେ କେଶବ ଓ ଜିତୁ ବିଟେକ ଫାଇନାଲରେ ପଢୁ ଥିଲେ। , କେଶବ ଓ ସୁରଭିଙ୍କ ଭଲ ସାଙ୍ଗ। କେଶବ ଚାକିରୀ କରି ନ ଥାଆନ୍ତି। କଲେଜରେ ପାଠ ପଢୁ ଥିବା ସମୟରେ ତାଙ୍କ ଜେଜେମା ଙ୍କ ଦେହ ବହୁତ ଖରାପ ହେବାରୁ ସେ ତାଙ୍କ ଜୀବନର ଶେଷ ଇଚ୍ଛା କହିଲେ ଯେ କେଶବ ଓ ସୁରଭି ଙ୍କ ବିବାହ ଦେଖିବେ। ସୁରଭି ତାଙ୍କ ବାପା ଙ୍କୁ କହିଲେ ଯେ ସେ ଏବେ ବିବାହ ପାଇଁ ପ୍ରସ୍ତୁତ ନୁହଁନ୍ତି। ହେଲେ ତାଙ୍କ ବାପା ତାଙ୍କ କଥା ଶୁଣିଲେ ନାହିଁ। ଶେଷରେ ସୁରଭି କେଶବଙ୍କୁ କହିଲେ ସେ ଆହୁରି ପାଠ ପଢିବା ପାଇଁ ଚାହାଁନ୍ତି। ହେଲେ ତାଙ୍କ ବାପା କହୁଛନ୍ତି ବିବାହ କରି ଘର ସଂସାର କରିବା ପାଇଁ। କେଶବଙ୍କୁ ସିନା ସୁରଭି ଭଲ ପାଉ ନ ଥିଲେ, ହେଲେ କେଶବ ସୁରଭି ଙ୍କୁ ନିଜ ଭାବି ସ୍ତ୍ରୀ ଭାବରେ ଗ୍ରହଣ କରି ସାରିଥିଲେ। ସେ କହିଲେ ଯେ ଠିକ ଅଛି ଆମେ ଗୁରୁଜନ ମାନଙ୍କ କଥା ରଖି ଏବେ ବିବାହ କରି ନେବା ଓ ତାପରେ ତୁମେ ପାଠ ପଢ଼ିବ। ମୁଁ ତୁମ ଇଚ୍ଛା ବିନା ତୁମକୁ ଛୁଇଁବି ନାହିଁ। ଯେବେ‌ ତୁମେ ଚାହିଁବ ସେବେ ଯାଇ ଆମେ ଆମ ସଂସାରିକ ଜୀବନ ଆରମ୍ଭ କରିବା। ଶେଷରେ ସୁରଭି ଓ‌ କେଶବଙ୍କ ବିବାହ ହେଲା। କେଶବ ନିଜର କହିବା ଅନୁସାରେ ଗୋଟିଏ ରୁମରେ ରହିଲେ ମଧ୍ୟ ସୁରଭି ଙ୍କୁ ଛୁଇଁ ନ ଥିଲେ। ଜେଜେମା କିଛି ଦିନ ନାତୁଣୀ ବୋହୂ ର‌ ସେବା ପାଇଲା ପରେ ଇହଧାମ ତ୍ୟାଗ କଲେ। ସବୁ କର୍ମ ସରିଲା କେଶବ ତାଙ୍କ ବାପା ଓ ମାଆଙ୍କୁ କହିଲେ ସୁରଭି ଆଗକୁ ପଢ଼ିବା ପାଇଁ ଚାହାଁନ୍ତି। ଜେଜେମା ଖୁସି ପାଇଁ ସେ‌ କଲେଜ ଯାଉ ନ ଥିଲେ। ଆପଣମାନେ ଆଜ୍ଞା ଦେଲେ ସେ ଆଗକୁ ପଢ଼ିବେ। ଏ କଥା ଶୁଣି କେଶବଙ୍କ ମାଆ ରୋମା ଖୁସି ହୋଇ କହିଲେ ଆରେ ସୁରଭି ଯଦି ପାଠ ପଢିବା ପାଇଁ ଚାହେଁ ପଢୁ । ଆମର କେଉଁଠି ରେ ଅଭାବ ଅଛି ଯେ ଆମେ ତାର ପାଠ ପଢା ଉଠାଇ ପାରିବା ନାହିଁ। ଆଉ ଘର‌କାମ ପାଇଁ ତ ଚାକର ଚାକରାଣୀ ସମସ୍ତେ ଅଛନ୍ତି। ସୁରଭି ଓ ‌କେଶବ ଏକା ସାଙ୍ଗରେ କଲେଜ ଯାଉ ଥିଲେ। ହେଲେ ସୁରଭି କେଶବଙ୍କୁ କେବେ ସ୍ୱାମୀ ବୋଲି ସ୍ୱୀକାର କରି ପାରୁ ନ ଥାଆନ୍ତି।


ବିଟେକରେ କେଶବ ପ୍ରଥମ ହେଲେ। ହେଲେ ତାଙ୍କୁ ଘରେ ରହିବାକୁ ଭଲ ଲାଗୁ ନ ଥାଏ। ବିବାହ କୁ ପାଖାପାଖି ଆଠ ମାସ ହେଲାଣି। ହେଲେ ଏ ଯାଏଁ ସୁରଭି ତାଙ୍କ ସହ ଥରୁଟିଏ ବି ହସି କଥା ହେଉ ନାହାଁନ୍ତି। ବଧେ ପାଠ ପଢା ରେ ବ୍ୟସ୍ତ ରହୁଛନ୍ତି ବୋଲି ଭାବି କେଶବ ନିଜକୁ ବୁଝାଉ ଥାଆନ୍ତି। ଶେଷରେ ସେ ଭାବିଲେ ସହରକୁ ଯାଇ ଚାକିରୀ କରିବେ । ତାହେଲେ ହୁଏ ତ ସୁରଭି ଠାରୁ ଦୂରେଇ ରହି ପାରିବେ। ଆଉ ସୁରଭି ବି ଭଲରେ ପାଠ ପଢ଼ିବେ। ବାପା ମାଆଙ୍କୁ ବହୁତ ବୁଝାଇ ସେ ସହରକୁ ଚାକିରୀ ପାଇଁ ଗଲେ। ସୁରଭି ପାଠ ପଢୁ ଥିବାରୁ ସେ ଗାଁ ରେ ରହିଲେ। 


କେଶବ ମଝିରେ ମଝିରେ ଛୁଟି ରେ ଆସି ଗୋଟିଏ ଦୁଇ ଦିନ ରହି ଗାଁ ରୁ ଯାଆନ୍ତି। ଆସିବା ସମୟରେ ବାପା ମାଆ ଓ ସୁରଭି ଙ୍କ ପାଇଁ କେତେ କିଛି କିଣି ଆଣି ଥାଆନ୍ତି। ହେଲେ ସୁରଭି ଏ ଯାଏଁ ତାଙ୍କୁ ନିଜ ସ୍ୱାମୀ ଭାବରେ ଗ୍ରହଣ କରି ନ ଥିବାରୁ ହତାଶ ହୋଇ ଫେରି ଯାଆନ୍ତି।


ଏହି ଭିତରେ ସୁରଭିଙ୍କର ପାଠ ପଢା ସାରି ଗଲା। ହଠାତ ଦିନେ ସୁରଭିଙ୍କ ବାପା ଓ ମାଆ ଏବଂ କେଶବ ଙ୍କ ବାପା ଓ ମାଆ ସୁରଭି ଙ୍କୁ ନେଇ ସହରକୁ ଆସିଲେ ଏବୁ ସୁରଭି ଙ୍କୁ କେଶବଙ୍କ ପାଖରେ ଛାଡି ଦେଇ କହିଲେ ଏବେ ବାହାଘରକୁ ବି ବହୁତ ବର୍ଷ ହେଲାଣି। ଘର ସଂସାର ଆଗକୁ ବଢାଅ। କେଶବ ଭାବିଲେ ବୋଧହୁଏ ସୁରଭି ଏବେ ଏ ସବୁ ପାଇଁ ରାଜି ଅଛନ୍ତି। ବାପା, ମାଆ, ଶାଶୁ ଶଶୁର ସବୁ ଗଲା ପରେ ଦିନେ କେଶବ ସୁରଭି ଙ୍କୁ ବଜାର ପଠାଇ ନିଜେ ବାସର ରାତିର ବିଛଣା ସଜ କରିଛନ୍ତି। ଆଉ ନିଜେ ମଧ୍ୟ ନିଜକୁ ପ୍ରସ୍ତୁତ କରିଛନ୍ତି। ହେଲେ ସୁରଭି ଆସି ଏ ସବୁ ଦେଖି ବିରକ୍ତ ହୋଇ ଉଠିଲେ। ଯେମିତି କେଶବ କେତେ ବଡ଼ ଭୂଲ କାମ କରି ଦେଇଛନ୍ତି। ସୁରଭି କହିଲେ ସେ ଏ ସବୁ ପାଇଁ ପ୍ରସ୍ତୁତ ନୁହଁନ୍ତି। ଆଉ ଯଦି କେଶବ ଏ ସବୁ ଚାହାଁନ୍ତି ତେବେ ସେ ଘର ଛାଡ଼ି ଚାଲି ଯିବେ। କେଶବଙ୍କ ମନ ପୁରା ଭାଙ୍ଗିଗଲା। ସେ ଧିରେ ଧିରେ ମଦ ପିଇବାରେ ଲାଗିଲେ। ଆଉ ଘରକୁ ଆସି ନିଶାରେ ଶୋଇ ଯାଉ ଥାଆନ୍ତି। ଜିତୁ ବି ଏବେ ସେଇ ସହରରେ ଚାକିରୀ କରୁଛନ୍ତି। ଆଉ ମଝିରେ ମଝିରେ କେଶବଙ୍କ ଘରକୁ ଆସନ୍ତି।


ଏମିତି କିଛି ଦିନ ଗଲା ପରେ ଏବେ ସୁରଭି ଟିକେ ପରିବର୍ତ୍ତନ ହେଲେ। କେଶବଙ୍କ ସହ ହସି କଥା ହେଉଛନ୍ତି। ବୁଲାବୁଲି ବି ଯାଉଛନ୍ତି। କେଶବ ବି ମନେ ମନେ ଭାବୁ ଥାଆନ୍ତି ଯାହା ହେଉ ସୁରଭି ମୋ ସହ ଏବେ ମିଶିଲେଣି। ଗାଁ ରୁ ବାପା ମାଆ ଆସି କିଛି ଦିନ ରହିଲେ। ସେମାନେ ଥିବା ସମୟରେ ହଠାତ୍ ସୁରଭି ଅଚେତ ହୋଇ ପଡ଼ି ଗଲେ। ଡାକ୍ତରଖାନା ନେଇ ଯିବାରୁ ଡାକ୍ତର କହିଲେ ଖୁସି ଖବର ଅଛି ସୁରଭି ମାଆ ହେବାକୁ ଯାଉଛନ୍ତି।‌ ଏ କଥା ଶୁଣି ବାପା ମାଆ ସିନା ଖୁସି ହେଲେ , କିନ୍ତୁ କେଶବ ମନେ ମନେ ଭାବୁ ଥାଆନ୍ତି ଏହା କେମିତି ସମ୍ଭବ। ଆମ ଭିତରେ ତ କିଛି ହୋଇ ନାହିଁ। ରାତିରେ କେଶବ ସୁରଭି ଙ୍କ ପାଖକୁ ଯାଇ ପଚାରିଲେ ଏହା କେମିତି ହେଲା। ଆମ ଭିତରେ ତ ସମ୍ପର୍କ କିଛି ହୋଇ ନାହିଁ। ସୁରଭି କହିଲେ ତୁମର ବୋଧେ ମନେ ନାହିଁ ମଝିରେ ତୁମେ ଘରକୁ ମଦ ପିଇ ଆସୁ ଥିଲ ଆଉ ତାପରେ ନିଶାଗ୍ରସ୍ତ ହୋଇ ମୋ ସହ ଶାରୀରିକ ସମ୍ପର୍କ ରଖୁଥିଲ। କେଶବ ଏ ସବୁ ନିଶାରେ କରୁଥିବା ଶୁଣି ନିଜକୁ ଲଜ୍ଜିତ ମନେ କଲେ ଏବଂ ସୁରଭି ଙ୍କୁ କ୍ଷମା ମାଗିବାରୁ ସୁରଭି କେଶବଙ୍କୁ ଜାକି ଧରି କହିଲେ ଲଭ୍ ୟୁ କେଶବ। କେଶବ ଏବେ ବହୁତ ଖୁସି ଯେ ସୁରଭି ଏ ସମ୍ପର୍କରେ ଖୁସି ଅଛନ୍ତି।


କିଛି ଦିନ ପରେ ବାପା ମାଆ ସହରରୁ ଗାଁ କୁ ଗଲେ। କେଶବ ସେମାନଙ୍କୁ ଛାଡି ଦେଇ ଆସିବା ସମୟରେ ସୁରଭି ଙ୍କ ପାଇଁ ସରପ୍ରାଇଜ ପ୍ଲାନ କରୁଛନ୍ତି। ରାତିରେ ସୁରଭି ଙ୍କୁ ନେଇ ହୋଟେଲ ରେ କେଣ୍ଡେଲ ନାଇଟ ଡିନର ପ୍ରଗ୍ରାମ କରିଛନ୍ତି। ଖୁସିରେ ଅନେକ କଥା ଭାବି ଭାବି ଗାଡ଼ି ଚଳାଉଛନ୍ତି। ଠିକ ଏତିକି ବେଳେ ଗୋଟିଏ ଝିଅ ଟି ତା କୁକୁର ପଛରେ ଗୋଡାଇ ଗୋଡାଇ ଗାଡ଼ି ସମ୍ମୁଖକୁ ଆସିଗଲା। ଝିଅଟି କୁ ବଞ୍ଚାଇବା ପାଇଁ କେଶବ ଗାଡ଼ି ଅଲଗା ଆଡ଼କୁ କାଟି ଦେବାରୁ ଗାଡ଼ି ଗଛରେ ଯାଇ କୁଟି ହେଲା ଆଉ କେଶବଙ୍କ ମୁଣ୍ଡରେ ମାଡ଼ ହେଲା। ଝିଅଟି ବି ଖଣ୍ଡିଆ ଖାବରା ହେଲା।


ସ୍ଥାନୀୟ ଲୋକମାନେ କେଶବଙ୍କୁ ନେଇ ଡାକ୍ତରଖାନା ଗଲେ। ଝିଅଟିକୁ ତା ବାପା ମାଆ ଅଲଗା ଡାକ୍ତରଖାନା ନେଲେ। କେଶବଙ୍କ ଚେତା ଆସିଲା ବେଳକୁ ସେ‌ ଜାଣିବା ପାଇଁ ପାଇଲେ ଯେ ସେ ତାଙ୍କର ଦୃଷ୍ଟି ଶକ୍ତି ହରାଇ ବସିଛନ୍ତି। ପାଖରେ ଜିତୁ ଓ ସୁରଭି ବସିଛନ୍ତି। ସେ ପୁରା ଭାଙ୍ଗି ପଡି ଥାଆନ୍ତି। ବାପା ମାଆ ଶାଶୁ ଶଶୁର ସବୁ ଆସି ଥାଆନ୍ତି। କିଛି ଦିନ ପରେ କେଶବ ଘରକୁ ଗଲେ। କେଶବଙ୍କୁ ଗାଁ କୁ ନେବାର ଅବସ୍ଥା ନାହିଁ ବୋଲି ଡାକ୍ତର କହିଛନ୍ତି ବୋଲି ସୁରଭି କହିବାରୁ ତାଙ୍କ ଶାଶୁ ରୋମା ରହିଲେ ଆଉ ବାକି ସବୁ ଗାଁକୁ ଚାଲି ଗଲେ। କିଛି ଦିନ ପରେ କେଶବଙ୍କ ବାପାଙ୍କ ଦେହ ବି ଖରାପ ହେବାରୁ ରୋମା ମଧ୍ୟ ଗାଁ କୁ ଚାଲି ଗଲେ। ଜିତୁ ସବୁଦିନ କେଶବଙ୍କୁ ଦେଖା କରିବା ପାଇଁ ଆସୁ ଥାଆନ୍ତି। ଆଉ ଘରର ଭଲ ମନ୍ଦ ବୁଝୁ ଥାଆନ୍ତି। ସବୁଦିନ ରାତିରେ ଔଷଧ ଖାଇ ନିଶାରେ ଶୋଇ ପଡ଼ୁ ଥାଆନ୍ତି କେଶବ। ହେଲେ ଦିନେ ରାତି ଅଧରେ ନିଦ ଭାଙ୍ଗିଲା ରୁ ଉଠି ପାଖ ଶୋଇ ଥିବା ସୁରଭି ଉପରେ ହାତ ମାରିଲା ବେଳକୁ ସୁରଭି ରୁମରେ ନାହାଁନ୍ତି। ସୁରଭି ଙ୍କୁ ଡାକିବାରୁ ସୁରଭି ଶୁଣିଲେ ନାହିଁ। ଶେଷରେ ସେ ପାଣି ଆଣିବା ପାଇଁ ବାହାରକୁ କାନ୍ଥରେ ହାତ ମାରି ମାରି ଗଲେ। ପାଖ ରୁମରେ ସୁରଭି କାହା ସହ ଫୁସରୁ ଫୁସୁରୁ କଥା ହେଉ ଥିବା ଶୁଣିଲେ। ଆଖି ନଷ୍ଟ ହୋଇ ଯାଇଛି ସିନା, ଶ୍ରବଣ ଶକ୍ତି ବଢ଼ି ଯାଇଛି। ଆଉ ସୁରଭି ଆଉ କାହା ସହ ନୁହେଁ ବରଂ ଜିତୁ ସହ କଥା ହେଉ ଥିବାର ଶୁଣିଲେ। ଜିତୁ କହୁ ଥାଆନ୍ତି ଥରେ‌ ମୋର‌ ବିଦେଶରେ ଚାକିରୀ ହୋଇ ଗଲେ ମୁଁ, ତୁମେ ଆଉ ଆମ ଛୁଆ ଆମେ ବିଦେଶ ପଳାଇବା। ସୁରଭି କହିଲେ ହଁ , ଆଉ ଏ ମୁର୍ଖ କେଶବ ଭାବୁ ଥିବ ଏ ସବୁ କେମିତି ହେଲା। ଯେମିତି ମୁଁ ତାକୁ ଗର୍ଭ ବିଷୟରେ ମିଥ୍ୟା କଥା ଯେ ସେ ବାପା କହିଲି ଆଉ ସେ ମାନିଗଲା। ଜିତୁ ଓ ସୁରଭି ହସିଲେ ଆଉ ଭିତର ଶବ୍ଦ ରୁ ଲାଗୁ ଥାଏ ସେ ଦିନ ବି ଦୁହିଁଙ୍କ ମଧ୍ୟରେ ସବୁ ହେଉଛି। 


ସକାଳ ହେବାରୁ ସୁରଭି କବାଟ ଖୋଲି ଜିତୁ ସହ ବାହରକୁ ବାହାରିବା ସମୟରେ କେଶବଙ୍କୁ ପାଇ ଚମକି ଗଲେ। କେଶବ କହିଲେ ଏତେ ସବୁ ଡ୍ରାମା କଣ ପାଇଁ ସୁରଭି। ସୁରଭି କହିଲେ ସେ ଛୋଟବେଳୁ ଜିତୁଙ୍କୁ ଭଲ ପାଆନ୍ତି। ଏ ବିଷୟରେ ସେ ତାଙ୍କ ବାପା ଙ୍କୁ କହି ଥିଲେ। ହେଲେ ବାପା ସବୁ ଜାଣି ମଧ୍ୟ କେଶବଙ୍କ ସହ ବିବାହ କରିଦେଲେ। ହେଲେ ସେ ଜିତୁଙ୍କୁ ଭୁଲି ପାରିଲେ ନାହିଁ। ଆଉ ସହରକୁ ଆସିଲା ପରେ ଜିତୁ ଓ ସୁରଭି ଙ୍କୁ ଦିନ ବେଳେ ଅନ୍ତରଙ୍ଗ ସମୟ ମିଳିଲା ଆଉ ଦୁହିଁଙ୍କ ପ୍ରେମର ସନ୍ତକ ତାଙ୍କ ଗର୍ଭ ରେ । 


ଏ ସବୁ ଶୁଣିଲା ପରେ କେଶବ ସୁରଭି ଙ୍କୁ ଡିଭର୍ସ ଦେଲେ ଏବେ ଯାଇ ଗାଆଁରେ ବାପା ମାଆଙ୍କ ସହିତ ରହୁଛନ୍ତି। ହେଲେ ହୃଦୟରେ ସୁରଭି ଯେଉଁ ଖାଲି ସ୍ଥାନ କରି ଦେଲେ ତାହା ବଞ୍ଚାଇବା କଷ୍ଟକର କରି ଦେଉଛି।


ଏମିତି ବେଞ୍ଚ ରେ ବସି ଭାବୁଥିବା ସମୟରେ କେଶବଙ୍କ ଆଖିରୁ ଲୁହ ଝରି ଯାଉ ଥାଏ। ଏତିକି ବେଳେ ଗୋଟିଏ ଝିଅ ତାର କୁକୁର କୁ ନେଇ ସେଇ ବେଞ୍ଚ ପାଖରେ ଆସି ବସିଲା। ଆଉ କେଶବଙ୍କ ଲୂହ ପୋଛି ଦେଇ କହିଲେ ହାଏ ମୁଁ ତାନି ଆଉ ଆପଣ।


କେଶବ ଉଠି ଚାଲି ଯିବା ପାଇଁ ବାହାରିଲା ରୁ ତାନି ତାଙ୍କୁ ଧରି ଅଟକାଇଲେ ଏବଂ କହିଲେ ମୁଁ ସହରରେ ରହି ପାଠ ପଢ଼ୁଥିଲି। ପାଠ ପଢିବାରୁ ଏ ଗାଁ କୁ ବୁଲିବା ପାଇଁ ଆସିଛି। ମୋତେ ଆପଣ ଆପଣଙ୍କ ଗାଁ ବିଷୟରେ କୁହନ୍ତୁ ନା। 


କେଶବ ଏତେ ଦିନ ପରେ କାହାର ହସ ଭରା କଥା ଶୁଣି ବସି କଥା ହେଲେ। ତାନି ତାପରେ ଗୋଟିଏ ଗୀତ ଗାଇ କେଶବଙ୍କୁ ଶୁଣାଇଲେ। କେଶବଙ୍କୁ କିଛି ସମୟ ପାଇଁ ସବୁ ଭୁଲି ଗଲେ। ତାପରେ ସବୁ ଦିନ ସେ କେଶବଙ୍କୁ ସେଇ ବେଞ୍ଚ‌ ପାଖରେ ଦେଖା କରନ୍ତି ।ଆଉ କେଶବ ସବୁ ଦିନ ସେଇ ଗୀତ ଗାଇବା ପାଇଁ କୁହନ୍ତି। ଏମିତି ମାସେ ବିତି ଗଲା। ତାନି ଓ କେଶବ ପରସ୍ପର କୁ ଭଲ ପାଇ ବସିଲେଣି। କେଶବଙ୍କ ହୃଦୟରେ ସୁରଭି ଙ୍କ ଖାଲି ସ୍ଥାନ କେତେବେଳେ ତାନି ପୁରଣ କରି ସାରିଲେଣି କେଶବ ବୁଝି ପାରିଲେ ନାହିଁ। ଗାଁ ରୁ ଯିବା ଆଗରୁ ତାନି ତାଙ୍କୁ ବିବାହ କରିବା ପାଇଁ ଚାହାଁନ୍ତି କହିବାରୁ କେଶବ ନିଜର ଅସହାୟ ଅବସ୍ଥା ପାଇଁ ମନ‌ କଥାକୁ ହୃଦୟରେ ରଖି ମିଛରେ କହିଲେ ସେ ବିବାହିତା। ତାଙ୍କ ସ୍ତ୍ରୀ ସହ ଖୁସିରେ ଅଛନ୍ତି। ଏ ସବୁ କଥା ସୁରଭି ଙ୍କ ବାପା ଦେଖୁ ଥାଆନ୍ତି। କେଶବ ଗଲା ପରେ ସେ ତାନିଙ୍କୁ ସବୁ କଥା କହିଲେ। ତାନିର ବାପା ମାଆ କେଶବଙ୍କୁ ଦେଖି କହିଲେ ଏ ହେଉଛି ସେ ପିଲା ଯିଏ ତୋ ବଞ୍ଚାଇବା ପାଇଁ ଯାଇ ଦୁର୍ଘଟଣାରେ ଆଖି ହରାଇଲା। ତାନି ମନରେ କେଶବଙ୍କ ପାଇଁ ପ୍ରେମ ଆହୁରି ବଢିଗଲା। ହେଲେ କିଛି ନ କହି ସହରକୁ ଚାଲି ଗଲେ।


କିଛି ଦିନ ପରେ ସହରରୁ ଡାକ୍ତର କେଶବଙ୍କ ବାପାଙ୍କୁ ଫୋନ କରି କହିଲେ ଯେ ଆଖିର ଯୋଗାଡ଼ ହେଇ ଯାଇଛି। ଆଜି ହିଁ ଅପରେଶନ କରିବା ପାଇଁ ପଡିବ। ଆଉ କେଶବ ତାପରେ ଦେଖି ପାରିବେ।


କେଶବଙ୍କ ର ସହରରେ ଅପରେଶନ ହେଲା। ଅପରେଶନ‌ ପରେ କେଶବ ପୁଣି ନିଜ ଦୃଷ୍ଟି ଶକ୍ତି ଫେରି ପାଇଲେ। ଏବେ ସେ ଗାଁ କୁ ଗଲେ ତାନି ବିଷୟରେ ବୁଝିବେ ଏବଂ ତାଙ୍କୁ ବିବାହ କରିବେ ବୋଲି ଭାବୁ ଥାଆନ୍ତି। ଡାକ୍ତରଖାନାରୁ ଆସିଲା ବେଳକୁ କେଶବଙ୍କ ମନରେ ପ୍ରଶ୍ନ ଉଠିଲା ଯେ ଯିଏ ବି ଆଖି ଦେଇଛି ତା ପାଇଁ କି ତା ଘର ଲୋକଙ୍କ ପାଇଁ କିଛି କରିବେ। ତେଣୁ ସେ ଡାକ୍ତର ଙ୍କୁ ଦେଖା କରିବା ପାଇଁ ଭିତରକୁ ଗଲେ। ଏତିକି ବେଳେ ତାଙ୍କ କାନରେ ଗୋଟିଏ ସୁନ୍ଦର କବିତା ଶୁଣା ଗଲା, ଯେଉଁ ଟା ତାନି ଗାଉଥିଲେ। ସେ କବିତା ଶୁଣି ଶୁଣି ଯାଇ ତାନି ପାଖରେ ପହଞ୍ଚିଲେ। ଗୀତରୁ ସେ ଜାଣି ଗଲେ ସେ ଝିଅ ହିଁ ତାଙ୍କର ତାନି। ତାନିଙ୍କ ଆଖିରେ କଳା ଚଷମା ଦେଖି ସେ ଜାଣି ଗଲେ ଆଜି ସେ ତାନିଙ୍କ ଚକ୍ଷୁ ରେ‌ ଦେଖୁଛନ୍ତି। ସେ ତାନିକୁ ଯାଇ ପଚାରିଲେ ଏ ସବୁ କଣ ପାଇଁ କରିଛନ୍ତି। ତାନି କହିଲେ ସେ ତାଙ୍କୁ ବହୁତ ଭଲ ପାଆନ୍ତି। ଆଉ ଯେତେବେଳେ ସେ ଜାଣିଲେ ଯେ କେଶବ ତାଙ୍କ ‌ପାଇଁ ନିଜ ଦୃଷ୍ଟି ଶକ୍ତି ହରାଇଛନ୍ତି, ସେ ନିଜକୁ କ୍ଷମା କରି ପାରିଲେ ନାହିଁ।


କେଶବ ତାଙ୍କ ହାତ ଧରି କହିଲେ ଆଜିଠାରୁ ମୁଁ ତୁମର ଆଉ ଯେତେ ଦିନ ଯାଏଁ ତୁମର ଅପରେଶନ ହୋଇ ତୁମେ ନ ଦେଖି ପାରିଛ ଆମେ ଦୁହେଁ ଏଇ ଆଖି ଦେଖିବା। ମୁଁ ତୁମକୁ ବହୁତ ଭଲ ପାଉଥିଲି ହେଲେ ସେଦିନ ମିଛରେ ମନା କରି ଥିଲି। ତାନିଙ୍କ ପାଖରେ ମନ୍ଦିର ରୁ ଆସିଥିବା ସିନ୍ଦୂର ଥାଏ । ସେଇ ସିନ୍ଦୂର କେଶବ ତାନିଙ୍କ ମୁଣ୍ଡରେ ଦେଇ ତାଙ୍କୁ ସ୍ତ୍ରୀ ରୁପେ ଗ୍ରହଣ କଲେ। ଏବେ କେଶବଙ୍କ ହୃଦୟର ଖାଲି ସ୍ଥାନରେ କେବଳ ତାନି ହିଁ ରହିଲେ।


Rate this content
Log in

Similar oriya story from Abstract