Chandrasekhar Das

Crime Others

4.1  

Chandrasekhar Das

Crime Others

କୁଳାଙ୍ଗାର ପୁଅ

କୁଳାଙ୍ଗାର ପୁଅ

2 mins
537


ଦୀର୍ଘ ଦଶବର୍ଷ ପରେ ଗାଁ କୁ ଫେରିଛି ଦନେଇ ମଉସାଙ୍କ ପୁଅ ରାଧାକାନ୍ତ, ଗାଁରେ ସମସ୍ତେ ତାକୁ ରାଧୁଆ ବୋଲି ଡାକୁଥିଲେ | କଳା ମଚମଚ ଜୋତା ଆଉ ଇଂରେଜି ପେଣ୍ଟ ସାର୍ଟ |ଗାଁ ମୁଣ୍ଡରେ କେହି ଜଣେ ପରିଚୟ ପାଇ ଦନେଇ ମଉସା ପାଖକୁ ଧାଇଁକି ଆସି କହିଲା ମଉସା....ମଉସା ତମ ପୁଅ ରାଧୁଆ ଭାଇ ଆସୁଛନ୍ତି |ହଠାତ ପୁଅ ର ଆସିବା ଖବର ଶୁଣି ବୁଢାର କାନକୁ ବିଶ୍ୱାସ ହେଲାନାହିଁ |କାରଣ ରାଧୁଆ ଯେତେବେଳେ ଚାରି ବରଷର ହେଇଥିଲା ତା ମା', ଏ ଦୁନିଆ ଛାଡି ଚାଲିଗଲା |ପୁଅ ଛଡା ବୁଢ଼ାର ଆଉ କେହି ନାହିଁ | ବୁଢା ବହୁତ କଷ୍ଟରେ ପୁଅକୁ ବଡ଼ କରିଥିଲା କାରଣ ଜାଗା କହିଲେ ବୁଢା ରହୁଥିବା ଘର ଆଉ ଖଣ୍ଡେ ଛୋଟିଆ ବିଲ | ସେଇଥିରେ ବୁଢା ଚାଷ କରେ ଆଉ ଦୁହେଁ ଚଳୁଥିଲେ | ରାଧୁଆ ବହୁତ ଦୁଷ୍ଟ ଥିଲା |ସବୁଦିନ ନୂଆ ନୂଆ ଝଗଡା ଘରକୁ ନେଇ ଆସୁଥିଲା ଆଉ ପାଠପଢ଼ାର ନାଗନ୍ଧ ନଥିଲା | ଦନେଇ ମଉସା ଭାବୁଥିଲେ କେମିତି କଅଣ କରି ପୁଆଟାକୁ ମେଟ୍ରିକ ପାସ କରେଇ ଦେଲେ ,ତା ପରେ ଯାହା ହେବ ଦେଖାଯିବ | ହେଲେ ରାଧୁଆର ତ ପାଠ ନା ଶୁଣିଲେ ଜ୍ଵର, ଠିକ ମାଟ୍ରିକ ପରୀକ୍ଷା ପାଖେଇ ଆସିବା ସମୟରେ ରାଧୁଆ ଘରଛାଡି କୁଆଡେ ପଳେଇଗଲା |ମଉସା ଭାଗ୍ୟକୁ ଆଦରି ଦେହରେ ବଳ ନଥିଲେ ମଧ୍ୟ ଖଟିକି ଖାଉଥିଲେ | ଦୀର୍ଘ ପନ୍ଦର ବର୍ଷ ପରେ ବୁଢା ପୁଅକୁ ଦେଖିବ, ପୁଅ ଆସିବା ଖବର ଶୁଣି ମଉସା ବହୁତ ଖୁସି | ଗାଁ ମୁଣ୍ଡରୁ ପୁଅକୁ ପାଛୋଟି ଆଣିଲା ବାପ ପୁଅ ଖୁସିରେ ଦିନ କାଟିଲେ ହେଲେ କେଇଟା ଦିନ ପରେ ରାଧୁଆ ଆସିବାର କାରଣ ଜଣା ପଡିଲା, ରାଧୁଆ ତା ବାପାକୁ ଦଶଲକ୍ଷ ଟଙ୍କା ମାଗିଲା | ମଉସା ପଚାରିଲେ କିରେ ଏତେ ଟଙ୍କା ତୋର କଣ ହବ ? ରାଧୁଆ କହିଲା ବାପା ମୁଁ ଗୋଟେ ବିଜନେସ କରୁଛି, ଯଦି ଏ ଟଙ୍କା ସେ ବିଜନେସରେ ନଲଗାଏ ତା ହେଲେ ମୋ ବିଜନେସ ବନ୍ଦ ହୋଇଯିବ | ମୋତେ ସାହାଯ୍ୟ କର ବାପା, ଏତେ ଦିନ ପରେ ପୁଅ ଘରକୁ ଆସିଛି, ପୁଅ ଛଡା ତ ତାର କେହିନାହିଁ, ମନା କରିପାରିଲାନାହିଁ |

ନିଜ ଘରଢିହ ଓ ଜମି ବନ୍ଧା ପକେଇ ପୁଅକୁ ଦଶଲକ୍ଷ ଟଙ୍କା ଦେଲା, ରାଧୁଆ ଟଙ୍କା ନେଇ ତୁରନ୍ତ ସହରକୁ ପଳାଇଲା | କିଛି ମାସ ପରେ ଦିନେ ତାଙ୍କ ଗାଁ କୁ ପୋଲିସ ଆସିଲା ଓ ଦନେଇ ମଉସାକୁ ଗୋଟେ ଲାସ ଚିହ୍ନିବାକୁ କହିଲେ, ମଉସା ସେ ଲାସକୁ ଦେଖି ବୋହୁତ ଜୋରରେ କାନ୍ଦିଲେ କାରଣ ସେ ଲାସ ରାଧୁଆର ଥିଲା | ମଉସା କାନ୍ଦି କାନ୍ଦି ପୋଲିସକୁ କହିଲେ ,ମୋ ପୁଅ ତ ସହରରେ ଚାକିରୀ କରିଥିଲା ! ମୋ ପୁଅକୁ କିଏ ମାରିଲା ? ପୋଲିସ କହିଲେ ତମ ପୁଅ କୌଣସି ଚାକିରୀ କରୁନଥିଲା | ସେ ସ୍ମଗଲିଙ୍ଗ କରୁଥିଲା ମାନେ ନିଶା କାରବାର କରୁଥିଲା ଓ ନିଶା ଖାଉଥିଲା ମଧ୍ୟ । ସେ କିଛି ଲୋକଙ୍କ ଠାରୁ ଦଶଲକ୍ଷ୍ୟ ଟଙ୍କା ଦେଇ ନିଶା ଜିନିଷ କିଣୁଥିଲା ସମୟରେ ଆମେ ଚଢ଼ଉ କରିଥିଲୁ | ସେମାନେ ପଇସା ନେଇ ଫେରାର ହୋଇଗଲେ | ୟାକୁ ଆମେ ଧରିବାକୁ ଚେଷ୍ଟା କରୁଥିବା ସମୟରେ ସେ ଆମ ଉପରକୁ ଆକ୍ରମଣ କଲା ଆଉ ଆମ ହାତରେ ଏନକାଉଣ୍ଟର ହେଇଗଲା | ଦନେଇ ମଉସା ଏକଥା ଶୁଣି ଆହୁରି ଜୋରରେ କାନ୍ଦିଲେ | ବହୁତ ଧୈର୍ଯ୍ୟ ର ସହିତ କହିଲେ ଏ ମୋର ପୁଅ ନୁହେଁ, ନେଇଯାଅ ୟାକୁ, ମୋର କେହି ପୁଅ ନାହିଁ ନା ମୋର କେହି ପୁଅ ନାହିଁ | ଏମିତି କହି କହି ମଉସା ସେଠୁ ପଳେଇଲେ |ଆଜି ମଉସା ଗଛ ତଳେ ଶୋଇଛି ଆଉ ଭାଗ୍ୟକୁ ନିନ୍ଦୁଛି | ଧନ୍ୟରେ ତୁ ପୁଅ, ଧିକ କୁଳାଙ୍ଗାର ପୁଅ |


Rate this content
Log in

Similar oriya story from Crime