SushreeBaisakhi Sahoo

Abstract Classics Others

3  

SushreeBaisakhi Sahoo

Abstract Classics Others

ମାଆ

ମାଆ

2 mins
234



ପୁରା ଦୁନିଆ ପାଇଁ ଲେଖିପାରୁଥିବା ମୋର ଏଇ କଲମଟି ଆଜି ତା ପାଇଁ ଲେଖିଲାବେଳେ ଅଟକି ଯାଏ । ଯିଏ ମୋତେ ଶବ୍ଦ କହିବା ଶିଖେଇଛି ତାକୁ କେଉଁ ଶବ୍ଦ ରେ ବା ମୁଁ ବର୍ଣ୍ଣନା କରିବି ମୁଁ ନିଜେ ବି ଜାଣିପାରେନି । କୋଉଠୁ ଆସିବ ମୋ କଲମ ମୁନରେ ଏତେ ଶକ୍ତି , କ'ଣ ଲେଖିବି ତା ପାଇଁ ଯିଏ ସମ୍ପୂର୍ଣ୍ଣ ମତେ ଲେଖିଛି। 

    ଅଜଣା ସାମ୍ରାଜ୍ୟର ସାମ୍ରାଜ୍ଞୀ , କୌଣସି କ୍ଷମତାର ଲୋଭ , ନା ଆଧୁନିକତାର ଗର୍ବ , ଶରୀର ଏକ କିନ୍ତୁ ପରିଚୟ ଅସଂଖ୍ୟ । ଚନ୍ଦ୍ରମାଠୁ ଶିତଳ , ସୂର୍ଯ୍ୟଠୁ ବି ଉଜ୍ଜ୍ବଳ । ଧରିତ୍ରୀ ସାଜି ବେଦନା ବି ସହ୍ୟ କରେ , ପଦ୍ମ ପାଖୁଡ଼ା ପରି କୋମଳ । ଅସୀମ ସେ ଧୈର୍ଯ୍ୟଶକ୍ତି ,ମମତାର ପ୍ରତିମୂର୍ତ୍ତି ଓ ନିସ୍ୱାର୍ଥପ୍ରେମ ର ଉଧାହରଣ ଟିଏ "ମା" ।

       ମୋ ଜାଣିବାରେ ମାଆ ସ୍ନେହର ମୂଲ୍ୟଦବା ବିଶ୍ୱର କୌଣସି ଧନଶାଳୀ ବ୍ୟକ୍ତିର ମଧ୍ୟ ନାହିଁ । ତା ସ୍ନେହର ବି କୌଣସି ତୁଳନା ନାହିଁ , ଯାହା ଲୁହା ଠାରୁ ମଧ୍ୟ ଭାରି ଆଉ ତୁଳା ଠାରୁ ବି ନରମ । ମା ଏମିତି ଏକ ବ୍ୟତିତ୍ୱ ଯିଏ ସନ୍ତାନ ସନ୍ତତିଙ୍କୁ ଋଣି କରିଥାଏ କିନ୍ତୁ ପରିଶୋଧ କରିବାର ମଧ୍ୟ ଅବସର ଦିଏନି । କେତେ ନିସ୍ୱାର୍ଥି ସିଏ , କେବେହେଲେ କହେନି ଯେ .....ଆରେ କହିବା ତ ଛାଡ଼ ଭାବି ନଥାଏ ମଧ୍ୟ .....କି ତାର ବି ଖୁସି ବୋଲି କଣ ଗୋଟେ ଅଛି। 

    ସୂର୍ଯ୍ୟ ଉଇଁବା ପୂର୍ବରୁ ଉଠି ,ସବୁ ଶୋଇଗଲେ ଯାଇ ଶୁଏ । ଘର ଠାରୁ ଅଗଣା ଯାଏ ଛୁଞ୍ଚି ଠାରୁ ଛାଞ୍ଚୁଣି ପର୍ଯ୍ୟନ୍ତ ତା ହାତ ସବୁଥିରେ ବାଜେ । ବାପା ,ଜେଜେ ,ଜେଜେମା ସଭିଙ୍କ କଥା ବୁଝେ ଆଉ ମନ ଜାଣି ସବୁ ଦିଏ ତାସହ ସନ୍ତାନ ସନ୍ତତିଙ୍କ ଅଳି ଅର୍ଦ୍ଧଳି ସବୁ ବୁଝେ । ପ୍ରତିଦିନ ଏପରି କାମଗୁଡିକ ର ନିରନ୍ତରତାରେ ଧନ୍ଦି ହୋଇଯାଏ ଯେ ଭୁଲିଯାଏ କି ତାର ମଧ୍ୟ କିଛି ବ୍ୟକ୍ତିଗତ ଇଚ୍ଛା ଓ ଆକାଂକ୍ଷା ଅଛି ବୋଲି । ଅବିରତ କାମ କରୁଥିଲେ ମଧ୍ୟ କେବେ ଅଭିମାନ କି ଅଭିଯୋଗ କରିନି । ଧରା ପରି ସର୍ବଂସହା , ବୃକ୍ଷ ପରି ଦୟାମୟୀ , ସାଗର ରୂପୀ ସ୍ନେହ ମମତାକୁ ନିସ୍ୱାର୍ଥପର ଭାବରେ ଢାଳି ଦିଏ ; ଯାହା ତାର ତ୍ୟାଗ ଓ ବଳିଦାନ ଦର୍ଶାଏ ।

       ମା ଆଶୀର୍ବାଦର ଥାଳ ,ଅନ୍ତହୀନ ମମତାର ମୂର୍ତ୍ତୀ ,ଅମୃତର ସ୍ପର୍ଶ , ଶକ୍ତିର ଉତ୍ସ ,ଧର୍ମର ମହାକୁମ୍ଭ , ପୂର୍ଣ୍ଣତୋୟା ଗଙ୍ଗା , ଚିରନ୍ତନ ସତ୍ୟ , ସମ୍ବେଦନ ,ଭାବନା, ସଫଳତାର ସିଡ଼ି ଓ ବିଶ୍ଵାସର ପ୍ରତୀକ । ସେ ସୁଖରେ ଦୁଃଖରେ ସ୍ଥିତପ୍ରଜ୍ଞ ସାଧକ । ତା ପଣତକାନି ଠାରୁ ସୁରକ୍ଷିତ ସ୍ଥାନ ବୋଧେ ଅସମ୍ଭବ ଏ ମର୍ତ୍ତ୍ୟମଣ୍ଡଳ ରେ ଖୋଜିପାଇବା ମୋ ପାଇଁ । ଗୋଟିଏ ହାତରେ ମାଡ ମାରି ଆର ହାତରେ ଶ୍ରଦ୍ଧାର ସହ ଖୁଆଇ ଦେଉଥିବା ସ୍ନେହି ମଣିଷଟିଏ ହେଉଛି ମା । କୋଟି କୋଟି ତାରାଙ୍କ ମେଳରେ ଝଲସୁଥିବା ଜହ୍ନଟିଏ ହେଉଛି ମା , ସ୍ୱାର୍ଥ ଆଉ ଲୋଭର ସାଗରରେ ତ୍ୟାଗର ମୁକୁତାଟିଏ ହେଉଛି ମା , ବୈଶାଖ ଝାଞ୍ଜି ରେ ଶୀତଳ ଶ୍ରାବଣ ଟିଏ ହେଉଛି ମା ।

        ସତରେ ତା ସହନଶୀଳତା , ତା ତ୍ୟାଗ ଅମୁଲ୍ୟ ଓ ଅତୁଳନୀୟ । ଜୀବନ ଯୁଦ୍ଧରେ ମୁଖ୍ୟ ପ୍ରଶିକ୍ଷକ , ପରିଚାଳକ , ଦାର୍ଶନିକ , ଉପଦେଷ୍ଟା ମୋର ସେଇ ସମସ୍ତ ମା ମାନଙ୍କୁ ମାତୃଦିବସର ହାର୍ଦ୍ଦିକ ଶୁଭେଚ୍ଛା ଓ ମୋର ଭୂମିଷ୍ଟ ପ୍ରଣାମ । 

   



Rate this content
Log in

Similar oriya story from Abstract