Gobinda Chandra Sethi

Crime Inspirational Thriller

4.5  

Gobinda Chandra Sethi

Crime Inspirational Thriller

ମରୁଭୂମିର ଭଙ୍ଗା ଜାହାଜ

ମରୁଭୂମିର ଭଙ୍ଗା ଜାହାଜ

3 mins
185



   ସୋମୁ ସେ ଦିନ ଛାତ ଉପରେ ଛିଡା ହୋଇ ଯୋର ଯୋର ଡାକ ଛାଡ଼ୁଥାଏ ମାମା, ଦେଖ ସିପ ଅଫ ଡେଜର୍ଟ ଆଜି ଆମ ଘର ପାଖରେ l ତା ମନରେ ଥିଲା ପ୍ରଶ୍ନ, ସେ ମରୁଭୂମିର ଜାହାଜଟା ଏଠାକୁ ଆସିଲା କିପରି ! ସେ ଦିନ କେହି କିଛି କହି ପାରିଲେ ନାହିଁ ନିରୀହ ଓଟ ପଶୁଟା ଏଠାକୁ ଆସିଲା କିପରି l ସେ ଦିନ  ନିରୀହ ପଶୁଟି ନିରାଶ୍ରୟ ହୋଇ ସହରଟା ଭିତରେ ଏ ଗଳିରୁ ସେ ଗଲି ଘୁରୁ ବୁଲୁ ଥିଲା l ଅନେକ ଛୋଟ ଛୋଟ ପିଲା ତା ପଛରେ ଧାଉଁଥାନ୍ତି l କିଏ କିଏ ଛୋଟ ଛୋଟ ଇଟା ପଥର ପକାଇ ପଶୁଟିକୁ ଭାରି ହଇରାଣ ହରକତ କରୁଥାନ୍ତି l ଦେଖିଲେ ବହୁତ ବିକଳ ଲାଗୁଥାଏ l

      ତା'ପର ଦିନ ଜାଣି ପାରିଲୁ ତାର ମାଲିକ ତାକୁ ସହରଟା ଭିତରେ ଛାଡି ପଳାଇଛି l ସେ ତାର ମାଲିକକୁ ବୁଲି ବୁଲି ଖୋଜୁଛି l ତାର ସନ୍ଧାନ ସେ ନେଉଥିଲା l ସତେ ତା ଆଖିର ଲୁହ କହୁଥାଏ ସେ ତା ମାଲିକକୁ କେତେ ଭଲ ପାଉଥିଲା l କିନ୍ତୁ ଏ ସ୍ୱାର୍ଥପର ମଣିଷ, ଆଜି ତାକୁ କଣ କଲା ସେ କିଛି କହି ପାରୁ ନ ଥିଲା l ଯେତେବେଳେ ନିରୀହ ପଶୁଟି କାମ କରିବାକୁ ଅସମର୍ଥ ସେ ତାକୁ ଏକେଲା କରି ଚାଲିଗଲା କାହିଁକି l

      କଥା ନ କହିଲେ ବି ତା ପଶୁ ଭାଷାରେ ସେ ତା ମାଲିକକୁ ସତେ ଡାକୁଥିଲା l ନିଶ୍ଚୟ ମନେ ମନେ ଭାବିଛି ସେ ତା ମାଲିକର ପିଲାଛୁଆମାନଙ୍କୁ ପୋଷିଛି l ସତରେ ମରୁଭୂମିରେ ବାଲି ଝଡର ଆଭାସ ପାଇ କେତେ ଥର ତା ମାଲିକକୁ ରକ୍ଷା କରିଛି l କିନ୍ତୁ ଆଜି ଏ ସ୍ୱାର୍ଥପର ମଣିଷ ନିଜର ସ୍ୱାର୍ଥରେ ବ୍ୟାଘାତ ଆସିଲେ ତାକୁ ଛାଡି ଚାଲିଗଲା l କାରଣ ମୁଁ ତା ପେଟ ପୋଷି ପାରିଲି ନାହିଁ l ସେ ଶେଷ ମୁହୂର୍ତ୍ତରେ ମୋତେ ଦେଖାଇ ଘରେ ଘରେ ବୁଲି ଭିକ୍ଷା ମାଗିଲା l ଯେତେବେଳେ ମୁଁ ଚାଲି ପାରିଲି ନାହିଁ l ଦିନେ

 ବି ସେ ମୋର ସେବା କଲା ନାହିଁ, ଛାଡି ଚାଲି ଗଲା l ଧନ୍ୟରେ ମଣିଷ ! ଏ ଥିଲା ପଶୁଟିର ଅନ୍ତର ବେଦନର ଅକୁହା କଥା l

      ସେ ଦିନ ସୋମୁର ଥିଲା ଗୋଟିଏ ଜିଦି, ତାକୁ ଖାଇବାକୁ ଦିଅ l ଗୋଟିଏ ଥାଳିରେ କିଛି ଚାଉଳ ନେଇ ।

ଓଟକୁ ଖାଇବାକୁ ଦେଲା l ଓଟଟି ଖାଇଲା ସତ, କିନ୍ତୁ ସମୁଦ୍ରକୁ ଶଙ୍ଖେ ପରି ତା ଉଦର ଭରିବା ପାଇଁ ଆମ ପାଖରେ କିଛି ନ ଥିଲା l ପଶୁ ଜାତି ଖାଇବ କଣ, ରହିବ କିପରି ସେ କୌଶଳ ଆମକୁ ଜଣା ନ ଥିଲା କି ସହରଟା ଭିତରେ ତା ପାଇଁ ରହିବାକୁ ଜାଗା ନ ଥିଲା l କିଛି ସମୟ ପରେ ବୁଲା କୁକୁରମାନଙ୍କ ଭୋକିବା ଶବ୍ଦରେ ନିରୀହ ପଶୁଟି ଦୂରକୁ ଦୂରକୁ ଚାଲି ଗଲା l ଦୁଇଦିନ ପରେ ଜଣା ପଡିଲା ରାସ୍ତା କଡରେ ଓଟଟି ମରି ପଡିଛି l ସହରର କେତେ ଲୋକ ଏକାଠି ହୋଇ ମୁନିସିପାଲିଟିକୁ ଜଣାଇବା ପରେ ଏକ JCB ସାହାଯ୍ୟରେ ତାକୁ ନେଇ ଏକ ଘଞ୍ଚ ଜଙ୍ଗଲିଆ ପଡିଆ ମଧ୍ୟରେ ପୋତି ଦିଆଗଲା l

   ଆଜି ପଶୁଟି ମରିଗଲା ! କିଛି ଦୁଃଖ ନାହିଁ l କାରଣ ଦିନେନା ଦିନେ ପଶୁପକ୍ଷୀଠାରୁ ଆରମ୍ଭ କରି ସମସ୍ତେ ମରିବେ l କିନ୍ତୁ ଏଠାରେ ପ୍ରଶ୍ନ ଉଠୁଛି, ମଣିଷ ଆଜି ଏତେ ସ୍ୱାର୍ଥପର ହେଉଛି କାହିଁକି ? ତା ମଣିଷ ପଣିଆ ଗଲା କୁଆଡେ l ତାର ହିତାହିତ ଜ୍ଞାନ ଆଜି ହଜୁଛି କାହିଁକି ? ଆଜିର ଏ ଯୁଗରେ ନିଜର ସ୍ୱାର୍ଥରେ ବ୍ୟାଘାତ ଆସିଲେ ମଣିଷ ମଣିଷ ଭିତରେ ଯେଉଁ ସଂଘର୍ଷ ହେଉଛି ଆଜି ସଂସାର ଦେଖୁଛି l ତଥାପି ଓଟଟିକୁ ବ୍ୟବହାର କରି ଓଟ ମାଲିକ, ଓଟ ଜୀବଦ୍ଦଶାରେ ଥିବା ଭିତରେ ଅନେକ ଅର୍ଥ ରୋଜଗାର କରିଛି l ସେଥିରେ ତାର ପରିବାରର ସବୁ ଭରଣ ପୋଷଣ କରିଛି l କିନ୍ତୁ ଆଜି ଯେତେବେଳେ ମରୁଭୂମିର ଜାହାଜଟି ଅକାମି ହୋଇଗଲା ତା ମାଲିକ ପାଇଁ ସେ ବୋଝ ହୋଇଗଲା l ନିଜ ସ୍ୱାର୍ଥ ପୂରଣ ପାଇଁ ସେ ତାକୁ ଆଦର କରୁଥିଲା, ଯତ୍ନ ନେଉଥିଲା l ଯେତେବେଳେ କାମ କରି ପାରିଲା ନାହିଁ ତାକୁ କେତେବେଳେ ପ୍ରଦର୍ଶନୀ ପଡିଆରେ ତ ଆଉ କେବେ ଘର ଘର ବୁଲାଇ ଟଙ୍କା ପଇସା ରୋଜଗାର କଲା l କିନ୍ତୁ ପଶୁଟି ଅର୍ଥାତ ମରୁଭୂମିର ଜାହାଜଟି ଯେବେ ଚାଲି ପାରିଲା ନାହିଁ ସେ ତା ପାଇଁ "ଭଙ୍ଗା ଜାହାଜ" ହୋଇଗଲା l ତାକୁ ସେ ଜନ ଗହଳି ପୂର୍ଣ୍ଣ ଅଜଣା ସହର ଜାଗାରେ ଛାଡି ଦେଇ ନୂତନର ସନ୍ଧାନରେ ଚାଲିଗଲା l ଧନ୍ୟ ଆମ ସମାଜ l ଧନ୍ୟ ଆମର ସେ ମଣିଷ ପଣିଆ l ଏ ଥିଲା ବାସ୍ତବରେ ଆଜିକା ସମାଜର ଏକ "ମରୁଭୂମିର ଭଙ୍ଗା ଜାହାଜ"ର ଆତ୍ମକଥା l





Rate this content
Log in

Similar oriya story from Crime