Lipi Sahoo

Classics

4.0  

Lipi Sahoo

Classics

ନାମ ଏକ ସଂଜ୍ଞା ଅନେକ

ନାମ ଏକ ସଂଜ୍ଞା ଅନେକ

2 mins
7


ଚେମି ଗରଗର ହେଇ ଚାଳି ଭିତରୁ ବାହାରି ଆସିଲା । ହାତରେ ଗୋଟେ ସାତ ସିଆଁ ନୁହଁ ସତର ସିଆଁ କନ୍ଥା । ବାହାର ଦୌଡିରେ ପକେଇ ଦେଲା । ଖରା ଦେବା ପାଇଁ । ଧୀରେ ଧୀରେ ଶୀତ ଆଗମନର ସୂଚନା ସକାଳର ହାଲକା କୁହୁଡି ଦେଲାଣି । ହେଲେ ଚେମିର ମୁଣ୍ଡ ଗରମ ବାହା ହେଇ ଆସିବା ଦିନରୁ ପ୍ରାୟ କୋଡିଏ ବର୍ଷ ସେଇ ଛିଣ୍ଡା କନ୍ଥାକୁ ଘୋଡେଇ ଚିନ୍ତା ଶୁଏ । ତେଣିକି ଯେତେ ଶୀତ ପଡୁ । ଚେମି କହି କହି ଥକି ଗଲାଣି ଗୋଟେ ନୂଆ କମ୍ବଳ ଆଣିବାକୁ । ହେଲେ ଚିନ୍ତା ଟସ୍ ସେ ମସ୍ ହୁଏନି । ସେ ପୁଣି ବହପ ମାରି କହେ ତୁ କ'ଣ ଜାଣିବୁ , ଏଇ କନ୍ଥା ମୋ ମା ତା'ର ପୁରୁଣା ଶାଢୀରେ ନିଜ ହାତରେ ସିଇଁଚି । ଏଇ ତ ତା'ର ଶେଷ ସନ୍ତକ।ଏଇଟା ଘୋଡେଇ ହେଇଗଲେ ମୁଁ ମୋ ରାଜ୍ୟର ପୃଥ୍ବୀରାଜ ଆଉ ତୁ ମୋର ସଂଯୁକ୍ତା କହି ଚେମିର ଚିବୁକକୁ ଟିକେ ଚାପିଦିଏ । ଚେମି କିଛି ବୁଝେନା କହେ କିଏ ଲୋ ସେ ଅଜରା ଗୁଡା ତୁ ପୃଥିଫୁତି ହେଉଥା ମୁଁ ଚେମି ଠିକ୍ ଅଛି । କାରଖାନାର ସାଇରନ ବାଜିବା ସମୟ ହେଇ ଆସିଲା ଚିନ୍ତା ଗାମଛାଟା ଦୁଇହାତରେ ଟିକେ ଘୂରେଇ ସିନେମା ଷ୍ଟାଇଲେ କାନ୍ଧରେ ପକେଇ ହ୍ବିସିଲ ମାରି ବାହାରି ଗଲା କାରଖାନା ଆଡେ । ତା ଆଗରେ ଲାଲ ଟୁକଟୁକ ସାଧବବୋହୂଟେ ଡଗଡଗ ହେଇ ଚାଲିଥାଏ ଠିକ୍ ତା'ର ମା ପରି । ଦିନ ରାତି ଚାଲୁଣି ପରି ସେ ଚାଲିଥାଏ । କେବେ ତ ତାକୁ ଥକିବାର ଦେଖିନି ହେଲେ ସବୁବେଳେ ମୁହଁରେ ତା'ର ଥାଏ ବିମଳ ହସ । ମା କଥା ଭାବି ଫିକକିନା ହସି ଦେଲା ଚିନ୍ତା ।

              ଗପ (୨)


ଛଅମାସର ସିମି ହଠାତ୍ କାନ୍ଦି ଉଠିଲା । ନିର୍ଜା ନିଦରୁ ଉଠି ଘଣ୍ଟାକୁ ଦେଖିଲା । ରାତି ତିନିଟା ବାଜିଚି । ସେ ବିରକ୍ତ ହେଇ ଅମନକୁ ହଲେଇଲା ଟିକେ ବେବିକୁ ଧରି ଦିଅନା । ମୁଁ ସାରା ରାତି ଠିକ୍ ସେ ଶୋଇନି । ଭାରି ଥକା ଲଗୁଚି । ଅମନ ନିଦ ବାଉଳିରେ କହିଲା ମୁଁ ବି ତ ଲେଟ ନାଇଟରେ ଶୋଇଚି । ମୋତେ ଡିଷ୍ଟର୍ବ କରନି । କାଲି ସକାଳୁ ପୁଣି ଅଫିସ ଅଛି । ତମେ ତ ଲିଭରେ ଅଛ । ସକାଳେ ଶୋଇ ପାରିବ । ତମେ ଧର । ନିର୍ଜା ଗରଗର ହେଇ ଉଠିଯାଇ ସିମିକୁ ପିଠିରେ ପକେଇ ରୁମରେ ବୁଲିବାକୁ ଲାଗିଲା । ମନେ ମନେ କହିଲା ଛଅମାସରେ ମୋ ମୁଣ୍ଡ ପୁରା ଖରାପ ହେଇଗଲାଣି । ଛୁଆ ଜନମ କରିଚି ବୋଲି ସବୁ ଦାୟିତ୍ବ କ'ଣ ମୋର ?? ଅମନ କିଛି ବି କରିବନି ?? କାଲି ସକାଳେ କହିବି ସେ ଫୋନ୍ କରି ତା ମାଙ୍କୁ ଡାକୁ । ମୁଁ ଆଉ ପାରିବିନି । ମୋର ବି ତ ଲିଭ ସରି ଆସିଲାଣି ମୋତେ ବି ତ ଅଫିସ ଯିବାକୁ ପଡିବ , ସେତେବେଳେ.? ଝାପସାନୀଳ ଆଲୋକ ଘର ଭିତରେ ସେ ଭୂତଙ୍କ ଭଳି ବୁଲୁଥିଲା ସିମିକୁ କାନ୍ଧରେ ପକେଇ ।



Rate this content
Log in