Anita Jena

Horror Fantasy Inspirational

3  

Anita Jena

Horror Fantasy Inspirational

ନିସ୍ତବ୍ଧ ରାତିର ସାଥି

ନିସ୍ତବ୍ଧ ରାତିର ସାଥି

3 mins
260



ସମୟ ରାତି ଏଗାରଟା । ସଙ୍କେତ ତାର ସାଙ୍ଗ ଘରୁ ଜନ୍ମଦିନ ପାର୍ଟି ସାରି ଘରକୁ ଫେରୁ ଥାଏ । ଶୁନଶାନ୍ ରାସ୍ତାରେ ସଙ୍କେତ ଏକୁଟିଆ କାରରେ ଆସୁଥାଏ । ଏତିକି ବେଳେ ତାକୁ ଦୂରରୁ ଦେଖା ଗଲା କେହି ଜଣେ ରାସ୍ତା ଉପରେ ଛିଡା ହେଇ ଲିଫ୍ଟ୍ ମାଗୁଛି । ପାଖରେ ଯାଇ ପହଞ୍ଚି ଦେଖିଲା ଝିଅ ଟିଏ ରାସ୍ତାରେ ଛିଡ଼ା ହେଇଛି ଆଉ ଆଗ ଛକ ଯାଏଁ ଯିବା ପାଇଁ ଲିଫ୍ଟ ମାଗୁଛି । ସଙ୍କେତ ଆଗ ପଛ ବିଚାର ନ କରି ଭାବିଲା ଝିଅ ପିଲାଟା ଏକୁଟିଆ ଛିଡ଼ା ହେଇଛି ଲିଫ୍ଟ ଦେଇ ଦବାଟା ଭଲ ହବ । ଏହା ଭାବି ସେ ଝିଅଟି ପାଇଁ ଆଗ ସିଟ୍ ରେ ବସିବା ପାଇଁ ଡୋର୍ ଖୋଲି ଦେଲା ହେଲେ ଝିଅଟି ଆଗରେ ନ ବସି ପଛରେ ବସିବା ପାଇଁ କହିଲା ଆଉ ପଛରେ ବସିଲା । 

  କିଛି ସମୟପରେ ସଙ୍କେତ ଯେତେବେଳେ ଗାଡ଼ିର ମିରରକୁ ଚାହିଁଲା ହଠାତ୍ ସେ ଚମକି ପଡ଼ିଲା ଦେଖିଲା ପଛ ସିଟ୍ ରେ ବସିଥିବାର କେହି ବି ଦେଖା ଯାଉ ନାହାଁନ୍ତି । ସଙ୍କେତ ପଛକୁ ବୁଲି ପଡି ଦେଖିଲା ତ ଝିଅଟି ବସି ଥିବାର ଦେଖା ଗଲା । ଏ ସବୁ ଦେଖି ସଙ୍କେତର ମୁଣ୍ଡ ଆଉ କିଛି କାମ କଲା ନାହିଁ । ପିଲାଟି ଦିନରୁ ଆଜି ଯାଏଁ ଶୁଣିଥିବା ସବୁ ଭୁତ ପ୍ରେତ କାହାଣୀ ସବୁ ତାର ମନେ ପଡି ଯାଉଥାଏ । ହଠାତ୍ ସଙ୍କେତର ନଜର ପଡ଼ିଲା ରାସ୍ତା କଡ଼ରେ ଥିବା ଏକ ମନ୍ଦିର ଉପରେ । ମନ୍ଦିରରେ କେହି ଜଣେ ଥିବାର ଦେଖି ସଙ୍କେତ ଗାଡ଼ିକୁ ହଠାତ୍ ଅଟକେଇ ଦେଇ ଦଉଡ଼ି ଚାଲିଗଲା ମନ୍ଦିର ଭିତରକୁ । ମନ୍ଦିର ଭିତରେ ପୂଜାରୀ ଜଣକ ଥିଲେ ସେ ସଙ୍କେତକୁ ଏମିତି ଥରୁ ଥିବାର ଦେଖି ତାକୁ ଭିତରକୁ ଡ଼ାକି ନେଇ ପାଣି ପିଇ ବାକୁ ଦେଲେ ଆଉ କହିଲେ କଣ ହେଇଛି ବାବା ? ତମେ ଏମିତି ଭୟ କରୁଛ କଣ ପାଇଁ ? କଣ କିଛି ଅସୁବିଧା ହେଲା କି ? ସଙ୍କେତ ଝିଅଟି ବିଷୟରେ ସବୁ କିଛି କହିଲା । ପୂଜାରୀ ଜଣକ କହିଲେ ଓଃ ସେ ବୈଶାଖୀ ତାହେଲେ ତମକୁ ଆଜି ଜାଲରେ ପକେଇ ଥିଲା ? ଭଗବାନ୍ ଙ୍କୁ ଧନ୍ୟବାଦ ଦିଅ ସେ ତମକୁ ନୂଆ ଜୀବନ ଦେଲେ ନହେଲେ ଯିଏ ବି ସେ ବୈଶାଖୀର ଜାଲରେ ପଡେ ସେ ସିଧା ଶ୍ମଶାନକୁ ଯାଏ କେବେ ଘରକୁ ଫେରେ ନାହିଁ । 

  ସଙ୍କେତ କହିଲା ପୂଜାରୀ ନାନା ଆପଣ କେମିତି ଜାଣିଲେ ସେ ଝିଅଟିର ନାଁ ବୈଶାଖୀ ବୋଲି ? ସେ ଏମିତି ଲୋକଙ୍କୁ ହଇରାଣ କଣ ପାଇଁ କରୁଛି ? 

 ପୂଜାରୀ କହିଲେ ବୈଶାଖୀ ଏଇ ପାଖ ଗାଁ ର ଝିଅ , ବହୁତ୍ ପାଠ ପଢି ଥିଲା । ତାର ବାପା ମରିଯାଇଥିଲା ହେଲେ ରୋଗୀ ମା ଟିଏ ଥିଲା । ନିଜ ଦମ୍ ରେ ଚାକିରୀ ଖଣ୍ଡିଏ ବି କରିଥିଲା । ହେଲେ ଦଇବ ସହିଲା ନାହିଁ , ଦିନେ ରାତିରେ ଘରକୁ ଫେରିଲା ବେଳେ ଖୁବ୍ ଜୋରରେ ବର୍ଷା ପବନ ଆରମ୍ଭ ହେଇଗଲା । ଶୀଘ୍ର ଘରକୁ ଫେରି ଆସିବା ପାଇଁ ଅଫିସ୍ ର ଦି ଜଣ ଅଫିସ୍ ବୟ୍ ଙ୍କୁ ସାହାଯ୍ୟ ମାଗିଲା । ହେଲେ ସେ ଦି ଜଣଙ୍କ ପ୍ରକୃତି ହଠାତ୍ ବଦଳିଗଲା , ରାସ୍ତା ମଝିରେ ଶୁନଶାନ୍ ଜାଗା ରେ ବୈଶାଖୀକୁ ବଳାତ୍କାର କରି ତାର ତଣ୍ଟି ଚିପି ହତ୍ୟା କରି ଜଙ୍ଗଲରେ ଫିଙ୍ଗି ଦେଇ ଗଲେ । ସେଦିନ ନିସ୍ତବ୍ଧ ରାତିର ସାଥି ସାଜି ସାହାଯ୍ୟର ହାତ ବଢ଼େଇ ତାକୁ ମରଣ ମୁହଁକୁ ଠେଲି ଦେଲେ ସେଇ ମାନେ ଯାହାକୁ ସେ ବିଶ୍ବାସର ସହିତ ଟିକିଏ ସାହାଯ୍ୟ ମାଗି ଥିଲା । 

  ସେଇ ଦିନ ଠୁ ତାର ଅତୃପ୍ତ ଆତ୍ମା ଏଇ ଜାଗାରେ ଘୁରି ବୁଲୁଛି । ଏକୁଟିଆ ପୁଅ ପିଲାଙ୍କୁ ଦେଖିଲେ ସେ ତାଙ୍କୁ ସାହାଯ୍ୟ ମାଗୁଛି ଆଉ ହଇରାଣ କରି ତାଙ୍କୁ ମାରି ଦେଉଛି । ଆଜି ମୁଁ ଘରକୁ ବାହାରିଲା ବେଳକୁ ହଠାତ୍ ମେଘ ପବନ ହେବାରୁ ମୁଁ ରହିଗଲି ଆଉ ଯାଇ ପାରିଲି ନାହିଁ । 

  ସଙ୍କେତ ଏ ସବୁ ଘଟଣା ଶୁଣି ଖାଲି ଭୟରେ ଥରୁ ଥାଏ । ସେଦିନ ଆଉ ସଙ୍କେତ ଘରକୁ ନ ଫେରି ସେଇ ମନ୍ଦିର ବେଢ଼ାରେ ରାତି ବିତେଇ ଦେଲା ଆଉ ସକାଳୁ ସକାଳୁ ଗାଡ଼ି ନେଇ ଘରକୁ ଫେରି ଆସିଲା । 

  ହେଲେ ରାତିର ଘଟଣା ତାର ମନରୁ ଲିଭୁ ନ ଥାଏ , ସେ ଭୟଙ୍କର ରାତି ଆଉ ଭୟଙ୍କର ଦୃଶ୍ୟ ତାର ଆଜୀବନ ମନେ ରହିବ ବୋଲି ସେ ମନେ ମନେ କହୁଥାଏ ।



Rate this content
Log in

Similar oriya story from Horror