Anita Jena

Abstract Fantasy Inspirational

4  

Anita Jena

Abstract Fantasy Inspirational

ହୃଦୟହୀନ

ହୃଦୟହୀନ

3 mins
214



ବର୍ତ୍ତମାନ ଦୁନିଆର ପରିସ୍ଥିତି ଯାହା ହେଲାଣି, ଲାଗୁଛି ଆଉ କେହି ବଞ୍ଚିବେ ନାହିଁ , ହେଲେ ତଥାପି ଏମିତି ଅନେକ ଲୋକ ଅଛନ୍ତି ଯିଏ ନିଜ ଗର୍ବ ଆଉ ଅହଙ୍କାର କୁ ଛାଡିବାକୁ ରାଜି ନୁହଁନ୍ତି । ଏତେ ନିର୍ଦ୍ଦୟ ଆଉ ହୃଦୟହୀନ ଲୋକ ବି ସଂସାର ରେ ଅଛନ୍ତି ଭାବିଲେ ବହୁତ୍ ରାଗ ଲାଗେ । କଣ ହେବ ଏ ଦୁନିଆର ଯଦି ସବୁ ଲୋକ ମାନେ ଏମିତି ହେଇଯିବେ ! 

  ହଁ ଏବେ ମହାମାରୀ ମାଡି ଚାଲିଛି ଆଉ ଏଇଟା ଗୋଟିଏ ସଂକ୍ରମିତ ରୋଗ ବି ହେଲେ ଆମକୁ ସଚେତନ ହେବାକୁ ପଡ଼ିବ । ରୋଗୀ କୁ ଘୃଣା ନ କରି ତାକୁ ଭୟ ନ କରିବା ପାଇଁ କହିବାକୁ ହେବ । ଏ ସବୁ ବିଷୟରେ ଖବରକାଗଜ , ମିଡ଼ିଆ ସବୁ ଆଡ଼େ ସରକାର ଅନବରତ ପ୍ରଚାର କରୁଛନ୍ତି ହେଲେ ତଥାପି ଲୋକ ମାନେ ଏ ସବୁ ବୁଝିବାକୁ ଅସମର୍ଥ । ଏମିତି କି ବେଶୀ ଜ୍ଞାନ ଥିବା ଲୋକ ହିଁ ମୁର୍ଖାମି ର କାମ କରୁଛନ୍ତି । 

  ଆଜି କୁ ଦୁଇ ଦିନ ତଳେ ମିଶ୍ର ବାବୁ ଯିଏ କି ଜାଣେ କଲେଜ୍ ର ପ୍ରିନ୍ସ ପାଲ୍ , ଉଚ୍ଚ ଶିକ୍ଷିତ କଣ କଲେ ନା ଗୋଟିଏ ବିଲେଇ କୁ ପିଟି ପିଟି ମାରିଦେଲେ । କାହିଁକି ନା ସେ ବିଲେଇ ଟି ସେ ଘର ର ବିଲେଇ ଥିଲା । 

  ଆପଣ ମାନେ ଭାବୁଛନ୍ତି ନା ସେ ଘର ର ବିଲେଇ ହେଲା ବୋଲି କଣ ହେଲା ? କଣ ପାଇଁ ମାରିଲେ ମିଶ୍ର ବାବୁ? ଦୀପକ ମଙ୍ଗରାଜ ଯିଏ କି ମିଶ୍ର ବାବୁ ଙ୍କ ପଡୋଶୀ ! ଦୀପକ ମଙ୍ଗରାଜ ଙ୍କ ପୁଅ ଆୟୁଷ ଫେରି ଥିଲା ଗୁଜରାଟ ରୁ ଆଉ ସାଙ୍ଗ ରେ ନେଇ ଆସିଥିଲା ଭୟଙ୍କର ମହାମାରୀ କରୋନା କୁ । ଆୟୁଷ ର ରିପୋର୍ଟ ପଜିଟିଭ୍ ଆସିବା ପରେ ଗାଁ ରେ ଆରମ୍ଭ ହେଇଗଲା ତାକୁ ନେଇ ନାନାଦି କଥା ବାର୍ତ୍ତା । ତାଙ୍କ ଘରକୁ ଯିବା ଆସିବା ବନ୍ଦ୍ ହେଇଗଲା । ଆୟୁଷ ଯାଇ କୋଭିଡ୍ ହସ୍ପିଟାଲ୍ ରେ ରହିଲା , ଚିକିତ୍ସା ହେଲା ଆଉ କିଛି ଦିନ ପରେ ଭଲ ହେଇ ଘରକୁ ବି ଫେରିଲା । କିନ୍ତୁ ସେ ଭଲ ହେଇ ଆସିବା ପରେ ବି ତାଙ୍କ ଘରକୁ ଲୋକ ମାନେ ଯେମିତି ଛିଃ କରି ଦେଇଥିଲେ । ଦୀପକ ମଙ୍ଗରାଜ ଙ୍କ ର ଡାଲି ଚାଉଳ ଦୋକାନ ଥିଲା , ସବୁବେଳେ ଭିଡ଼ ହୁଏ ହେଲେ ଆୟୁଷ ଆକ୍ରାନ୍ତ ହେବା ପର ଠୁ ଆଉ କେହି ଆସନ୍ତି ନାହିଁ ତାଙ୍କ ଦୋକାନ କୁ । 

  ମିଶ୍ର ବାବୁ ନିଜେ ଆଉ ନିଜ ପିଲା ମାନଙ୍କୁ କଡ଼ା ତାଗିଦ୍ ରେ ରଖି ଥାନ୍ତି । ଦୀପକ ଙ୍କ ଘରକୁ ନ ଯିବା ପାଇଁ । ସେଦିନ ଦୀପକ ବାବୁ ଙ୍କ ବିଲେଇ ଭୁଲ୍ ବଶତଃ ଚାଲି ଆସିଥିବା ମିଶ୍ର ବାବୁ ଙ୍କ ଘରକୁ । ବିଲେଇ କୁ ଦେଖି ମିଶ୍ର ବାବୁ ରାଗି କି ପଞ୍ଚମ । ବିଚାରୀ ବିଲେଇ କୁ ପିଟି ପିଟି ମାରିଦେଲେ କହିଲେ ସେ ଘର ର ବିଲେଇ ହେଇ ତୁ ମୋ ଘରକୁ ଚାଲି ଆସିଲୁ । ନିଜେ ତ ଆସିନୁ ମୋ ଘରକୁ ମହାମାରୀ ନେଇ କି ଆସିଛୁ । ସେ ଦୀପକ ଜାଣି ଜାଣି ମୋ ଘରକୁ ଏ ବିଲେଇ କୁ ପଠେଇ ଥିବ ଆମ ଘରକୁ ଶ୍ମଶାନ ସଜେଇ ଦେବା ପାଇଁ । 

   ବିଲେଇ ଟି ଛଟପଟ ହେଇ ସେଇଠି ମରିଗଲା । ମିଶ୍ର ବାବୁ ବିଲେଇ କୁ ନେଇ ଫୋପାଡି ଦେଲେ ପାଚେରୀ ପରେ ଦୀପକ ଙ୍କ ଘରକୁ । ଆଉ ଗାଳି କରି ଦେଇ ଗଲେ ଅନେକ କିଛି । 

  ଦୀପକ ବାବୁ ଙ୍କ ଘରେ ତିନି ଦିନ ଚୁଲି ଲାଗିଲା ନାହିଁ ବିଲେଇ ର ବିୟୋଗ ରେ କାହିଁକି ନା ବିଲେଇ ଟି ଛୋଟ ବେଳୁ ହିଁ ରହି ଆସୁଥିଲା ତାଙ୍କ ଘରେ ସତେ ଯେମିତି ଘର ର ସଦସ୍ୟ ଟିଏ ଥିଲା ସେ । 

  ଦୀପକ ବାବୁ ମନେ ମନେ ଭାବୁ ଥିଲେ , ଏଠି ଲୋକ ମାନେ ଅନ୍ୟ ମାନଙ୍କୁ ସାହାଯ୍ୟ କେମିତି କରିବେ ଯୋଉଠି ମାନବିକତା ହିଁ ନାହିଁ । ସତରେ କେତେ ହୃଦୟହୀନ ବନେଇ ଦେଲା ଏ ମହାମାରୀ ଲୋକ ଙ୍କୁ । ଏତେ ଜ୍ଞାନୀ ହେଇ ବି ଏମିତି ଭୁଲ୍ କରିବାକୁ ତାଙ୍କ ହାତ ବି ଟିକେ ଥରିଲା ନାହିଁ । 

  ଏମିତି ଅମଣିଷ କାମ କରିବା ଠୁ ତ ବହୁତ୍ ଭଲ ଏ ମହାମାରୀ ର ଶିକାର ହେଇ ସବୁଦିନ ପାଇଁ ଦୁନିଆ ରୁ ଦୂର କୁ ଚାଲି ଯିବା ।


Rate this content
Log in

Similar oriya story from Abstract