Suneet 'Fictionist'

Drama Classics

3.8  

Suneet 'Fictionist'

Drama Classics

ପାଗଳ

ପାଗଳ

6 mins
178


ଧୂ ଧୂ ଖରା ବେଳ ଚାରିଆଡ଼େ ଶୂନଶାନ ପରିବେଶ,ରାସ୍ତା ଦୁଇ ପାର୍ଶ୍ଵରେ ଥିବା ଗଛଗୁଡିକ ମଧ୍ୟଦେଇ ସୂର୍ଯ୍ୟର କିରଣ ପିଚୁ ରାସ୍ତାରେ ପଡି ମରୀଚିକାର ଭ୍ରମ ସୃଷ୍ଟି କରୁଥିଏ।

              ହଠାତ ସେହି ଶାନ୍ତ ପରିବେଶକୁ ଚିରି ଗୋଟିଏ ଧଳା ଆମ୍ବସାଡ଼ର କାର ପ୍ରତାପଗଡ଼ ଗାଁରେ ପ୍ରବେଶ କଲା।କାରଟି ଥିଲା ପ୍ରତାପଗଡ଼ ଗାଁର ଜମିଦାର ସୂର୍ୟଭାନୁ ମହାପାତ୍ରଙ୍କର,କାର ଫେରୁଥିଲା ଭୁବନେଶ୍ୱର ଏୟାରପୋର୍ଟରୁ,କାରରେ ବସିଥାନ୍ତି ଗୋଟିଏ ଦମ୍ପତି,ସେ ଆଉ କେହି ନୁହେଁ ଖୋଦ ଜମିଦାରଙ୍କର କନ୍ୟା ସନ୍ଧ୍ୟା ଏବଂ ତାଙ୍କ ସ୍ୱାମୀ ଆଦିତ୍ୟ ଓ ଡ୍ରାଇଭର ବାବୁ।

               ସନ୍ଧ୍ୟା ଓ ତାଙ୍କ ସ୍ୱାମୀ ଆମେରିକାରେ ରୁହନ୍ତି,ସନ୍ଧ୍ୟା ଉଚ୍ଚ ଶିକ୍ଷାପାଇଁ ଆଠବର୍ଷ ପୂର୍ବେ ଆମେରିକା ଯାଆନ୍ତି ଆଉ ସେଠି ତାଙ୍କର ଦେଖାହୁଏ ଅଦିତ୍ୟଙ୍କ ସହ ଦୁଇଜଣ ପରସ୍ପରକୁ ପସନ୍ଦ କରନ୍ତି ଆଉ ଵିଵାହକରନ୍ତି ଏବେ ଆଦିତ୍ୟ ଗୋଟିଏ ବଡ କମ୍ପାନୀରେ ମ୍ୟାନେଜର ଓ ସନ୍ଧ୍ୟା ମଧ୍ୟ ଗୋଟିଏ ଜଣେ ବ୍ୟାଙ୍କ କର୍ମଚାରୀ ତେଣୁ ତାଙ୍କ ଜୀବନରେ କୌଣସି ଅସୁବିଧା ନଥାଏ ଏଭଳି କର୍ମବ୍ୟସ୍ତତା ମଧ୍ୟରେ ସନ୍ଧ୍ୟାଆଉ ଗାଆଁକୁ ଆସିପାରିନାହାନ୍ତି।

               ହେଲେ ଦିନେ ତାଙ୍କୁ ଗାଁରୁ ଫୋନ ଆସେ ଆଉ ସେ ଜାଣିବାକୁପାଆନ୍ତି ତାଙ୍କ ବାପାଙ୍କ ଦେହ ବହୁତ ଖରାପ,ବୁଢା ବାବୁ ବଂଚିବେ କି ନାହିଁ ସନ୍ଦେହ ସେଥିପାଇଁ ସୁଦୁର ଆମେରିକାରୁ ଦୀର୍ଘ ଆଠବର୍ଷ ପରେ ଗାଁକୁ ଫେରୁଛନ୍ତି ସନ୍ଧ୍ୟା,ତାଙ୍କୁ ସବୁ ନୂଆ ନୂଆ ଲାଗୁଥାଏ, ହେଲେ ଏହି ଗାଁ ଯେ ତାଙ୍କର ଜନ୍ମସ୍ଥାନ ଏମିତି ଭାବୁଭାବୁ ଆକସ୍ମାତ ଗାଡ଼ି ଜଣେ ଲୋକକୁ ଧକ୍କା ଦିଏ ଆଉ ଗାଡ଼ିର ବ୍ରେକ ଉପରେଜୋର ରେ ପାଦଦିଅନ୍ତି ଡ୍ରାଇଭର ବାବୁ।

     ଏମିତି ଆଶ୍ଚର୍ଯ୍ୟ ଆଉ ବ୍ୟସ୍ତ ବ୍ୟବ୍ରତ ମଧ୍ୟରେ ଗାଡ଼ିରୁ ଓଲ୍ହାନ୍ତି ସନ୍ଧ୍ୟା ଆଉ ଆଦିତ୍ୟ,ଆଉ ଦେଖନ୍ତି ଗାଡି ସାମ୍ନାରେ ଜଣେ ଜରାଜୀର୍ଣ୍ଣ ଲୋକ,ଦେହ ସାରା ଫଟା କପଡା,ଆଖି ମୁହଁ ଶୁଖିଲା,ଗୋଡ ହାଥ ଅପରିଷ୍କାର,ଲୋକଟିର ଗୋଡ ଆଉ ହାଥରୁ ରକ୍ତ ବାହାରୁ ଥାଏ ବୋଧେ କାରରେ ବାଜି ଏମିତି ହେଇଛି,ହେଲେ ଏହି ଭିତରେ ସନ୍ଧ୍ୟା ଦେଖିବାକୁ ପାଆନ୍ତି ଲୋକଟିର ତାର ଖଣ୍ଡିଆ ହେଇଥିବା ଗୋଡ ହାଥକୁ ନଜରନାହିଁ ହେଲେ ସେ ଭୁଇଁରେ ପଡିଥିବା ଶୁଖିଲା ଫୁଲ ମାଳ ଆଉ କେତେକଭଙ୍ଗାଚୁଡି ଦଅତି ଯତ୍ନରେ ସାଉଁଟିବାକୁ ଲାଗିଥାଏ ଆଉ ମଝିରେ ମଝିରେ ରାଗି ରାଗି ଅନାଉଥିଏ ଗାଡିକୁ,ତାକୁ ଅଦିତ୍ୟ ଉଠେଇବାକୁ ଯାଇ ତାର ହାଥ ଧରନ୍ତି ହେଲେ ସେ ଲୋକଟି ରାଗରେ ହାଥ ଛଡ଼ାଇ ନେଇ ସେଠୁ ଧୀରେ ଧୀରେ ଚାଲିଯାଏ ,ଡ୍ରାଇଭର ଆସି କୁହେ ଚାଲନ୍ତୁ ବାବୁ ,ଡେରି ହେଲାଣି,ଲୋକଟା ପାଗଳ,ଆପଣ ଵ୍ୟସ୍ତ ହୁଅନ୍ତୁନି।।                

                          ସନ୍ଧ୍ୟା ଗାଡ଼ିରେ ବସନ୍ତି ସତ ହେଲେ ତାଙ୍କ ମନରେ ଉଙ୍କିମାରୁଥାଏ ସେଇ ଲୋକଟିର କାର୍ଯ୍ୟକଳାପ,ସେ ଯାହାବି ହଉ ଏମିତି ହେଇ ଗାଡିଲାଗିଲା ଜମିଦାରଙ୍କ ଅଟ୍ଟାଳିକା ସାମ୍ନାରେ,ଗାଡିରୁ ଓଲ୍ହାଉ ଓଲ୍ହାଉ ଚାକରବାକର ବୋଲହାକରେ ଲାଗିଗଲେ,ସନ୍ଧ୍ୟା ଯାଇ ଦେଖନ୍ତି ତ ତାଙ୍କ ବାପା ଶଯ୍ୟାଶାୟୀ,ପାଖରେ ଯାଇ ପାଦଛୁଇଁ ପ୍ରାଣମକରନ୍ତି ଝିଅ ଓ ଜ୍ୱାଇଁ,ସେମାନଙ୍କ ସ୍ପର୍ଶରେ ବୁଢା ବାବୁ ଟିକେ ଆଖି ଖୋଲି ପଚାରନ୍ତି। "କିଏ ସଂଧ୍ୟା କିରେ" ଆସିଛୁ ତାହେଲେ,ଆଜି ବୁଢା ବାପା କଥା ମାନେପଡ଼ିଲା,ସେଠୁ ଆଦିତ୍ୟ ତାଙ୍କ ମୁହଁରୁ କଥା ଛଡେଇନେଇ କହିଲେ ବାପା ଆପଣ ବ୍ୟସ୍ତ ହୁଅନ୍ତୁନି ,ସବୁ ଠିକ ହେଇଯିବ।

                 କିଏ ଆଦିତ୍ୟ!!!ଆସ ବସ ମୋ ପାଖରେ ଟିକେ,ଆଉ କିଛି ଠିକ ହେବନି,ମୋର ସମୟ ପରା ସାରିଆସିଲାଣି,ସାମ୍ନାରେ ଆଖି ଛଳଛଳ କରି ଚୁପ ହେଇ ଠିଆହେଇଥାନ୍ତି ସନ୍ଧ୍ୟା,ଏମିତି ଭାବରେ ବାପାଙ୍କୁ ସାନ୍ତ୍ବନାଦେଇ ନିଜ ରୁମ କୁ ଚାଲି ଆସନ୍ତି ସନ୍ଧ୍ୟା ଓ ଆଦିତ୍ୟ।

                  ସେଦିନ ରାତିରେ ହଠାତ ବୁଢା ବାବୁଙ୍କଦେହ ବହୁତଖରାପ ହେଇଯାଏ,ପାଖରେ ଡାକ୍ତର ବସି ନାଡିପରୀକ୍ଷା କରୁଥାନ୍ତି,ବୁଢା ବାବୁଙ୍କୁ କଟକ ଡାକ୍ତରଖାନା ନେବାପାଇଁ ସବୁ ପ୍ରସ୍ତୁତିହେଉଥାନ୍ତି, ଜମିଦାର ମହାଶୟଙ୍କ ହାଥ ଧରି ଝିଅ ଓ ଜ୍ୱାଇଁ ବସିଥାନ୍ତି,ହେଲେ ଇଏ କଣ!!ଜମିଦାର ବାବୁ ହଠାତକହିଲେ ମା' ରେ ,ମୁଁଆଉ ବଂଚିବିନି ଆରପଟରୁ ମୋତେ ଡାକରା ଆସିଲାଣି,ଅଦିତ୍ୟ ମୋ ଝିଅ ତମକୁଲାଗିଲା,ଏତିକି କହି ବୁଢା ବାବୁଆଖି ବୁଜିଦିଲେ,ସମସ୍ତଙ୍କଆଖିରେ ଲୁହ, ସମସ୍ତେ ମର୍ମାହତ।

                        ଜମିଦାରଙ୍କକେହି ପୁଅନଥିବାରୁ ତାଙ୍କଜ୍ୱାଇଁ ନିଆଁଦେଲେ,ଏମିତି ଭାବରେ ଏଗାର ଦିନ ସମସ୍ତ କାର୍ଯ୍ୟ ସାମପନ କରି ସମସ୍ତ ବନ୍ଧୁ ବନ୍ଧବଙ୍କୁ ବିଦାୟ ଦେଇ ସନ୍ଧ୍ୟା ଏକୁଟିଆ ବସି କଣ ସବୁ ଭାବୁଥାନ୍ତି,ଏହି ସମୟରେତାଙ୍କ ସ୍ୱାମୀ ଆଦିତ୍ୟ ଆସି କହିଲେ। ସନ୍ଧ୍ୟା ମୋତେ ଆମେରିକା ଫେରିବାକୁ ପଡିବ,ଆମ କାମ୍ପାନୀକୁ ଗୋଟିଏବଡ କାମ ମିଳିଛି।।ମୁଁ ସେଠି ନ ଗଲେ ନଚଳେ,ତମେ କିଛି ଦିନ ଗାଁ ରେ ରୁହ ,ତମ ମନ ଠିକ ହେଲେ ତମକୁ ମୁ ନିଜେ ଆସି ନେଇଯିବି,ସନ୍ଧ୍ୟା କିଛି ନ କହି ବାସ ମୁଣ୍ଡହଲେଇ ସହମତି ଜଣାଇଲେ,ତାପରଦିନ ଆଦିତ୍ୟ ସଂଧ୍ୟାଙ୍କଠୁ ବିଦାୟ ନେଲେ,ଏବେ ସେ ଏତେ ବଡ ଅଟ୍ଟାଳିକାରେ ଏକା ,ବାସ କେତେଜଣ ଚାକର ପୂଜାରୀ ତାଙ୍କ କାମ କରୁଥାନ୍ତି,ଜମିଦାରଙ୍କଝିଅ ହେଇଥିବାରୁ ତାଙ୍କରସେଠି ମାନସମ୍ମାନ ବହୁତ ଥାଏ।

            ଗୋଟିଏଦିନ ସେ ସକଳେ ଚେୟାରରେ ବସି ଖବରକାଗଜ ପଢୁଥାନ୍ତି,ଏହି ସମୟରେ ଜଣେ ବୟସ୍କା ସ୍ତ୍ରୀଲୋକ ଆସି ତାଙ୍କୁ ଦେଖା କଲେ ଆଉ ପଚାରିଲେ ମା ମୋତେ ଚିନ୍ହିପାରିଲୁ??ସନ୍ଧ୍ୟା ସାମାନ୍ୟ ହସି କହିଲେ ନାହିଁ ମାଉସୀ ମୁଁତମକୁ ଜାଣିପାରୁନି,ଏହାର ଉତ୍ତରରେସେ ବୁଢ଼ୀ ଜଣକକହିଲେ,,ହଁ କେମିତି ବା ଜାଣିବୁ ,,,ଦେଖୁ ଦେଖୁ ଆଠ ବର୍ଷ ବିତିଗଲା ,,,ମୁଁପରା ତୋର ଗୀତାମାଉସୀ,,,ଯାହା ଘରକୁ ତୁ ଆଗରୁ ଆରିସାପିଠା ଖାଇବାକୁଯାଉଥିଲୁ,,,ହଉ ମୋ କଥା ଛାଡ ।।ସେଠି ଦେଖିଲୁ ସେଇ ଗେଟ ପାଖରେ କିଏ ଠିଆ ହେଇଛି,ସନ୍ଧ୍ୟା ଟିକେ ମୁଣ୍ଡ ଉଠେଇ ଦେଖିଲେ ହେଲେ କହିଲେ ନାହିଁ ମାଉସୀ ମୁଁଜାଣିପାରୁନି,,

           ଆରେ ସେ ପରା ମୋ ଝିଅ ଆଉ ତୋର ପିଲାଦିନର ସାଙ୍ଗ ପ୍ରତିମା,ଯାହା ସହ ତୁ କେତେ ବୁଲା ବୁଲି ଖେଳକୁଦ କରିଛୁ,ପ୍ରତିମା ସନ୍ଧ୍ୟାଙ୍କ ଠୁ ଚାରି ପଞ୍ଚ ବର୍ଷ ସାନ ଥିଲା ସତ ହେଲେ ଦୁହେଁ ଦୁଇ ଭଉଣୀଙ୍କଠୁ କମ ନଥିଲେ, ସନ୍ଧ୍ୟା ଟିକେ ଭାବି ଉଠି ଠିଆ ହେଲେ ଆଉ କହିଲେ ଆରେ ପ୍ରତିମା ତୁ ,ସେଠି କଣ ଠିଆ ହେଇଛୁ,ଭିତରକୁ ଆ ଆଉ ଦୌଡିଯାଇ ପ୍ରତିମାକୁ କୁଣ୍ଢେଇପକାଇଲେ,ହେଲେ ସେ ଲକ୍ଷ୍ୟ କଲେ ପ୍ରତିମା କିନ୍ତୁଖୁସି ନଥିଲା ଏପରିକି ସେ ତାଙ୍କମୁହଁକୁ ବ ଠିକସେ ଦେଖୁନଥିଲା,ସେଠୁ ପ୍ରତିମା କହିଲା ଚାଲ ମା ଏଠୁ ଯିବା,ଏମିତି କହି ସେ ଆଗେ ଆଗେ ସେଠୁ ଚାଲିଆସିଲା,ଏହା ଦେଖି ଗୀତ ମାଉସୀ କହିଲେ,,ମା ସନ୍ଧ୍ୟା ସେ ପାଗଳୀର କଥାଧରନା,ତୁ ବହୁତଦିନ ହେଲା ତାକୁ ଦେଖା କରିନୁତ ସେ ବୋଧେ ତୋଉପରେ ଅଭିମାନକରିଛି,ହେଲେ ସନ୍ଧ୍ୟା ଠିକ ଜାଣିପାରୁଥିଲେ କି ପ୍ରତିମାର ଆଖିରେ ଅଭିମାନ ନଥିଲା ବରଂଥିଲା ବର୍ଷବର୍ଷର ଘୃଣା ଅହେତୁକ ଘୃଣା।

           ୟା ପରଠୁ ସେ ଯେବେବ ପ୍ରତିମାକୁ ଦେଖନ୍ତି ସେ ମୁହଁ ମୋଡ଼ି ପଳାଏ କିମ୍ବା ଏମିତି ବ୍ୟବହାର କରେ ଯେମିତି ସନ୍ଧ୍ୟା ତାର ସାଙ୍ଗ ନୁହନ୍ତିବରଂ ଶତ୍ରୁ,,ସନ୍ଧ୍ୟାଙ୍କୁ ପ୍ରତିମାର ବ୍ୟବହାର ବହୁତ କଷ୍ଟ ଦିଏ ହେଲେ ସେ ତାର କାରଣ ପଚାରିବିପଚାରିବିହୋଇ ରାହିଯାନ୍ତି। ଦିନେ ସେ ଠିକ କଲେ ଆଜି ପ୍ରତିମାକୁ ସବୁ ଘୃଣା ର କାରଣପଚାରିବେ।।ସେ ଯାହା ବି ହଉ।। ମୁଁ ସବୁ ପଚାରିବି।

                    ଦିନେ ପ୍ରତିମାକୁ ଏକାଯାଉଥିବାରଦେଖି ସେ ତାକୁ ଧରିପକାଇଲେ ଆଉ ପଚାରିଲେ ଆଜି ତୋତେ ସବୁ କହିବାକୁ ପଡିବ ,ମୁଁ ଜାଣିବାକୁ ଚାହେଁ,ତୁ କଣ ପାଇଁ ମୋ ସହ ଏମିତି ବ୍ୟବହାର କରୁଛୁ,ନିଜର ହାଥ ଛଡାଇନେଇ ପ୍ରତିମା କହିଲା,ଆପଣ ବଡ ଲୋକ ଏଇଗରିବ ପାଖରେ ଆପଣଙ୍କ କଣକାମ,ତାର ଉତ୍ତରରେ ଆଶ୍ଚର୍ଯ୍ୟ ହେଇ ସନ୍ଧ୍ୟା କହିଲେ ମୁଁ ପରା ତୋର ସାଙ୍ଗ ତୋର ବଡ ଭଉଣୀ।ତୋର ଏମିତି ଘୃଣା କଣ ପାଇଁ।।ତୋତେ ଆଜି ସବୁ କହିବାକୁ ପଡିବ ସବୁ,ତାପରେ ପ୍ରତିମା ଚିତ୍କାରକରି କହିଲା ହଁ ମୁଁ ଘୃଣା କରେ ତମକୁ ବହୁତଘୃଣା,ତମେ ଜାଣିବାକୁ ଚାହୁଁଚନା କଣ ପାଇଁ?ଆସ ମୋ ସହ,ଏତିକି କହି ସେ ସନ୍ଧ୍ୟାର ହାଥ ଧରି ତାଙ୍କୁ ଗାଁର ଶେଷରେ ଥିବା ଆମ୍ବତୋଟାକୁ ନେଇଗଲା,ଆଉ ସେଠିଯାଇ କହିଲା ସନ୍ଧ୍ୟାଅପା ଦେଖିଲ ସେ ଲୋକଟା କିଏ???

                     ସଂଧ୍ୟା ସେ ଲୋକ ପାଖକୁଗଲେ ଆଉ ତାକୁ ଦେଖି ଚମକିପଡିଲେ,ଆଉ ମନେ ମନେ କହିଲେ ଇଏତ ସେହି ଲୋକ,,ପ୍ରତିମା ତାଙ୍କପାଖକୁଆସି କହିଲା ଇଏ ସେଇ ପାଗଳ ଯାହାକୁ ତମେ ଆସିଲା ବେଳେପାଇଥିଲ,ଜାଣିପାରିଲ ଇଏକିଏ???ପଚାର ନିଜକୁ ଇଏ କିଏ??ଆଜି କଣ ପାଇଁ ଇଏ ପାଗଳ ହେଇ ବୁଲୁଛି।

       ମାନେପଡିବନି ମୁଁ ଜଣେ,ମୁଁକହୁଛି ଇଏ କିଏ,,ଇଏ ହଉଛନ୍ତି ରବି ଭାଇ,,,ଏତିକି ଶୁଣି,,ସନ୍ଧ୍ୟାଙ୍କ ଆଖିରେ ଲୁହ ଜକେଇହେଇଗଲା,,ତାଙ୍କପାଦ ତଳୁ ଭୂଇଁ ଖସିଯିବ ଲାଗିଲା,,ତାଙ୍କ ଆଖି ସାମ୍ନାରେ ତାଙ୍କ ଅତୀତ ନାଚିଗଲା ,ହେଲେ କଣ ଥିଲା ସେ ଅତୀତ ?? ଗୋଟଏ ପାଗଳ ସହ କଣ ୟାର ସମ୍ପର୍କ???

                 ସୂର୍ୟଭାନୁ ମହାପାତ୍ରଙ୍କଘରେ ଚକରାଣୀଭାବେ କାମ କରୁଥାଏ ଶାନ୍ତି ,ସେ ବିଧବା,ପରିବାରକହିଲେ ସେ ଆଉ ତାର ପୁଅ ରବି,ଶାନ୍ତି ମୂଲଲାଗି ଯାହା ଆଣେ ମା ପୁଅ ଚଳିଯାନ୍ତି,ରବି ବି ତାର ମା କୁ ସବୁ କାମରେ ସାହଯ୍ୟକରେ,ହେଲେ ରବି ଟା ଗୋଟାପଣେ ସୁନାମୁଣ୍ଡା,ପାଠରେଯେମିତି ଶାଠ ରେ ବି ସେମିତି,ଜମିଦାର ବାବୁଙ୍କ ଛୋଟ ମୋଟ କାମ ବ ସେ କରେ ଆଉ ସେଠି ତାର ମା କାମ କଲା ବେଳେ ସେତାର ବସିକି ପଢା ପଢି କରେ,ଏମିଟି ହେଇ ତାର ଦେଖା ହୁଏ ସନ୍ଧ୍ୟା ସହ,ସନ୍ଧ୍ୟାକୁ ରବି ମଧ୍ୟ ପଢା ପଢିରେ ସାହାଯ୍ୟକରେ ଆଉ ତା ସହ ଖେଳେ,ରବିର କଥାବାର୍ତା କାହିଁକି କେଜାଣି ସନ୍ଧ୍ୟା କୁ ଭାରି ଭଲ ଲାଗେ ଆଉ ସେ ରବି ର ଆହୁରି ନିକଟତର ହେବାକୁ ଚେଷ୍ଟା କରେ,ଏମିତି ଚାହୁଁଚାହୁଁ ଦୁଇଜଣ ଯୌବନରେ ପାଦଦେଲେ ଆଉ ଏଇଭିତରେ ସନ୍ଧ୍ୟା ରବିକୁ ପସନ୍ଦକରିସାରିଥାଏ ଆଉ ନିଜ ମନର କଥା କହିବ ବୋଲି ଭାବି ସାରିଥାଏ,ସେ ଦିନ ମଧ୍ୟଆସିଗଲା ଯୋଉଦିନ ସନ୍ଧ୍ୟା ନିଜର ଭଲପାଇବାକୁ ରବି ଆଗରେ ପ୍ରକାଶ କଲା,ହେଲେ ରବି କହିଲା ସନ୍ଧ୍ୟା ତମେ ଜମିଦାରଙ୍କ ଝିଅ ଆଉ ମୁଁ ତମ ଘରର ସାମାନ୍ୟ ଚକରାଣୀ ର ପୁଅ ଏହା କେମିତି ସମ୍ଭବ??ୟାର ଉତ୍ତରରେ ସନ୍ଧ୍ୟାକୁହେ ଭଲ ପାଇବା ଜାତି ଧର୍ମ ଉଚ୍ଚନୀଚ ଦେଖେନା ମୁଁ ବାସ ଏତିକି ଜାଣେ ମୁଁ ତମକୁ ଭଲପାଏ ଆଉ ଯେତେ ଦିନଯାଏ ଏ ଜୀବନଥିବ ମୁ ତମର ହେଇ ବଞ୍ଚିବି ଏତିକିଶୁଣି ରବି ସନ୍ଧ୍ୟାକୁ ଖୁସି ରେ ଗ୍ରହଣ କଲା।

            ହେଲେ କଥାରେଅଛି ପରରା ତୁଣ୍ଡ ବାଇଦସହସ୍ରକୋଷ,କଥାଯାଇ ପଡିଲା ଜମିଦାର ବାବୁଙ୍କକାନରେ,ସେ ତୁରନ୍ତ ଶାନ୍ତି କୁ ଡକାଇପଠାଇଲେ ଆଉ।କହିଲେ ତୋଟୋକାର ତ କମ ସାହାସ ନୁହେଁ।।ଗୋଟେ ସାମାନ୍ୟଚାକରାଣୀତୁ ଆଉ ତୋପୁଅ ମୋଝିଅ କୁ ବାହାହେବାକୁମନ ବଳାଉଛି,ବାମନ ହେଇ ଜହ୍ନ କୁ ପାଇବାକୁ ଚେଷ୍ଟାକରନି ତୁ,ଏମିତି ଦୁନିଆ ଭର୍ତ୍ସନା କରି ତାକୁ କାମରୁ ବାହାରକରିଦେଲେ।

           ଶାନ୍ତି ମଧ୍ୟ ରବିକୁ ଆକଟ କରି କହିଲା ବାପରେ ଆମେ ଗରିବ ଲୋକ,ଆମ ପାଇଁଏତେ ବଡ ସ୍ବପ୍ନ ଦେଖିବା ବ ପାପ,ତେଣୁ ତୁ ସନ୍ଧ୍ୟାକୁ ଭୁଲିଯା,ହେଲେ ସନ୍ଧ୍ୟାଯେ ତାର ଆତ୍ମା ,କିଏ କଣ ନିଜ ଆତ୍ମା କୁ ଛାଡିଵଂଚିପରେ,ଏମିତି ସମୟ ଗଡି ଗଡି ଯାଉଥାଏ ଆଉ ଦୁହେଁ ଦୁଇଜଣଙ୍କୁ ଲୁଚି ଲୁଚି ଦେଖାକରୁଥାନ୍ତି।ଏକଥାବି ଯେ ଜମିଦାରଙ୍କ କାନରେ ପଡିଯିବ।।ସେମାନଙ୍କୁ ଜଣାନଥିଲା

           ଗୋଟିଏ ଦିନ ଜମିଦାର ସନ୍ଧ୍ୟାକୁ ଡାକି କହିଲେ ତୋତେ ମୁଁ ଉଚ୍ଚଶିକ୍ଷାପାଇଁ ଆମେରିକା ପଠେଇବାକୁଚାହୁଁଚି,,ତେଣୁ ତୁ ପ୍ରସ୍ତୁତରହ,ଏ ସବୁ ଯେ ରବି ଆଉ ସନ୍ଧ୍ୟାର ବିଚ୍ଛେଦ ପାଇଁ ଏକ କୁତ୍ସିତ ଯୋଜନା।ତାହା ସନ୍ଧ୍ୟା କୁ ଅଛପାରହିଲା ନାହିଁ,ତେଣୁ ସେ ତାର ସାଙ୍ଗ ପ୍ରତିମାକୁ କହି ରବି କୁ ଗାଁ ପାଖ ମନ୍ଦିରକୁ ଡକେଇ ପଠେଇଲା।

            ଯେତେବେଳେ ମନ୍ଦିର ରେ ଦୁଇଜଣଙ୍କଦେଖା ହୁଏ,ଦୁଇଜଣଙ୍କ ଆଖିରେ ଲୁହ,ସତେ କଣ ସମୟ ଆସିଗଲା ଅଲଗା ହେବାପାଇଁ,ହେଲେ ଏତେ ବର୍ଷର ଭଲ ପାଇବା କଣ ହେବ ତାର ଏମିତି ଅନେକ ପ୍ରଶ୍ନବାଚୀ ଦୁହିଙ୍କ ମନରେ।।ହେଲେ ସମୟ ଯେ ଆଉ ନାହିଁ।।ଏମିତି ଭାବୁ ଭାବୁ ନିଜ ବ୍ୟାଗରୁ ଦୁଇଟି ଫୁଲମାଳ ଆଉ କେତେପଟ ଚୁଡି ବାହାର କଲା ସନ୍ଧ୍ୟା ଆଉ ରବିକୁ ଦେଇ କହିଲା ,ଏଇନିଅ ଆଉ ମୁଁ କଥାଦଉଚି ମୁଁ ଫେରିବି ଚୁଡ଼ିରେ ରଙ୍ଗ ଥାଉ ନଥାଉ ,ଫୁଲ ମାଳରେ ମହକ ରହୁ ନରହୁ ହେଲେ ବି ,,ମୁଁଫେରିଲା ପରେ ମୋତେ ତମେ ନିଜେ ଏସବୁ ପିନ୍ଧେଇବ,ରବି ମଧ୍ୟ ଭଗବାନଙ୍କ ସାମ୍ନାରେ ପ୍ରତିଜ୍ଞାକଲା ସେ ସବୁ ଦିନ ପାଇଁ ସନ୍ଧ୍ୟାର ଅପେକ୍ଷାକରିବ,ସମୟ ସରିଲା ଆଉ ତାପରଦିନ ସନ୍ଧ୍ୟା ସମସ୍ତଂକୁ ବିଦାୟ କହି ସୁଦୁର ଆମେରିକା ଚାଲିଗଲା।

               ସମୟ ପରେ ସମୟ ବିତିଚାଲିଲା,ଏହି ଭିତରେ ରବିର ମାଆ ବି ଆରପରିକୁ ଚାଲିଗଲା ଏକାରହିଗଲା ରବି,ଦିନେ ସେ ଶୁଣିବାକୁ ପାଇଲା ସନ୍ଧ୍ୟାର ବିବାହ ଆମେରିକାରେ ଜଣେ ବଡ ଲୋକଙ୍କପୁଅ ସହ ହଉଚି,ବାସ ଆଉ କଣ ହେବାର ଥିଲା ରବିର ଆଖିସାମନାରେ ଭାଶିଉଠିଲା କିଛି ମିଛ ଆଶା କିଛି ମିଛ ଭରଷା ଆଉ ମିଛ ପ୍ରତିଜ୍ଞା ସବୁ ଶେଷ।

            ୟାର କିଛି ଦିନ ପରେ ଗାଁରେ ଗୋଟଏ ନୂଆ ପାଗଳର ଆବିର୍ଭାବ ହେଲା ହେଲେ ସେ ପାଗଳ ଆଜି ବି ସେ ଚୁଡି ଆଉ ଛିଣ୍ଡା ଫୁଲ ମାଳକୁ ନିଜଠୁ ଦୂରେଇନଥିଲା।

             ସୂର୍ଯ୍ୟ ପଶ୍ଚିମଦିଗରେ ବିଦାୟ ନେଉଥାନ୍ତି ହେଲେ ସନ୍ଧ୍ୟାଙ୍କ ଆଖିରୁ ଅଶ୍ରୁ ସେମିତି ବହିଚାଲିଥାଏ ନିଜର ଭୁଲପାଇଁ ସେ ନିଜ ନଜରରେ ତଳେ ପଡିଯାଇଥାନ୍ତା,ସେ ଦୌଡିଯାଇ ସେ ପାଗଳର ହାଥକୁ ଧରନ୍ତି ହେଲେ ସେ ସ୍ମିତହସ ଦେଇ ଦୁରକୁ ଚାଲିଯାଏ,ଏଇ ନୀରବତାକୁ ଭଙ୍ଗ କରି ପ୍ରତିମା କୁହେ ସତରେ ସନ୍ଧ୍ୟା ମ୍ୟାଡାମ ଆପଣ ଆଜି ନିଜକୁ ପଚାରନ୍ତୁ କିଏ ବଡ ଆପଣ ନା ସେ ପାଗଳ????

                   ଉତ୍ତରର ଅପେକ୍ଷା ରେ?


Rate this content
Log in

Similar oriya story from Drama