Suneet 'Fictionist'

Abstract Drama Classics

4.0  

Suneet 'Fictionist'

Abstract Drama Classics

ଚପଲ

ଚପଲ

3 mins
188


ଗାଁର ଗୋଟିଏ ଛୋଟ ଘର।ଭିତରୁ ଶୁଭୁଥାଏ ଜଣେ ରୋଗଗ୍ରସ୍ତ ବ୍ୟକ୍ତିଙ୍କର ଖୁଁ ଖୁଁ କାଶୁଥିବା ଶବ୍ଦ ।ଭିତରେ ଗୋଟେ ବିଛଣାରେ ସୋଇଥାନ୍ତି ବିଶ୍ୱନାଥବାବୁ।ପାଖରେ ଠିଆ ହୋଇଥାନ୍ତି ଆକାଶ ବାବୁ,ଜଣେ ବଡ ନାମଜାଦା ଡ଼ାକ୍ତର,ଆଉ କିଛି ଗାଁଲୋକ ।ସମସ୍ତଙ୍କ ଆଖିରେ ଲୁହ।ବିଶ୍ଵନାଥ ବାବୁଙ୍କ ଏ ଅବସ୍ଥା ରେ ସମସ୍ତେ ମର୍ମାହତ।।ଡ଼ାକ୍ତର ବାବୁ ନାଡୀ ପରୀକ୍ଷା କରୁଥାନ୍ତି।ହେଲେ ଆଶା କ୍ଷୀଣ ହୋଇଆସିଥାଏ।

  

                ଏବେବି ଆପଣ ଭାବୁଥିବେ ଆକାଶ ବାବୁ କିଏ,ଆକାଶ ବାବୁ ହେଉଛନ୍ତି ବିଶ୍ୱନାଥ ବାବୁଙ୍କର ପୁତୁରା।ଆକାଶ ବାବୁ ବିଶ୍ୱନାଥ ବାବୁଙ୍କୁ ଦାଦା ଡାକନ୍ତି।ଆଇ ସେ ସବୁଠୁ ବେଶି ଦୁଃଖୀ ଥାନ୍ତି।ଏ ଭିତରେ ଆକାଶ ବାବୁଙ୍କ ଆଖିରେ ନାଚିଗଲା ତାଙ୍କ ପିଲା ଦିନର ଦୃଶ୍ୟ।


          ଗୋଟେ ଛୋଟ ଗାଁ ରେ ଜନ୍ମ ଆକାଶ ବାବୁଙ୍କର।ପିଲାଦିନୁ ଚାଲାକ ଚତୁର।ପାଠରେ ଯେମିତି ,ଖେଳ କୁଦରେ ସେମିତି।ପିତାଙ୍କ ନାମ ସତ୍ୟଜିତ ନାୟକ ଓ ମାଆଙ୍କ ନାମ ସୁଲୋଚନା।ଆକାଶଙ୍କ ଜନ୍ମ ବେଳେ ସୁଲୋଚନାଙ୍କ ଦେହାନ୍ତ ହେଇସାରିଥିଲା।ହେଲେ ସତ୍ୟଜିତବାବୁ କେବେ ବି ଆକାଶଙ୍କୁ ତାଙ୍କ ମାଙ୍କ କମି ଅନୁଭବ କରିବାକୁ ଦେଇନଥିଲେ।ପାରୁପର୍ୟ୍ଯନ୍ତ ସବୁ ଜିନିଷ ଯୋଗାଉଥିଲେ। ଆଉ କହୁଥିଲେ ବାବୁ ରେ ତୁ ପାଠ ପଢ଼ ,ହେଲେ ଯାଇ ଆମ ଦୁଃଖ ଯିବ।  ସତ୍ୟଜିତ ଓ ବିଶ୍ୱନାଥ ଦୁଇଭାଇ ଥିଲେ।ବିଶ୍ୱନାଥ ବାବୁ ,ସତ୍ୟଜିତ ବାବୁଙ୍କୁ ରାମଚନ୍ଦ୍ର ପରି ଶ୍ରଦ୍ଧା ଆଉ ଭକ୍ତି କରୁଥିଲେ,ଦୁଇ ଭାଇ ଭିତରେ ଭଲ ପାଇବା ଭରପୁର ଥିଲା।ଚାଷ ବେଉସା ରେ ଗାଁ ରେ ଦୁଇଭାଇଙ୍କ ବହୁତ ନାମ ଥିଲା।ଦୁହିଙ୍କ ପରିଶ୍ରମ ଏମିତି ଥିଲା ଯେ,ସେମାନେ ଟାଙ୍ଗରା ଭୂଇଁ ରେ ମଧ୍ୟ ସୁନା ଫଳାଇଥିଲେ।ହେଲେ ଦଇବ କୁ ବୋଧେ ଏ ସବୁ ସହି ହଉନଥିଲା।ସୁନା ର ପରିବାର ୱାରେ ଦିନେ ଚଡକ ପଡିଲା।ଅଜଣା ରୋଗରେ ସତ୍ୟଜିତ ରୋଗଗ୍ରସ୍ତ ହେଲେ ଓ ଶେଷ ଶଯ୍ୟାରେ ସତ୍ୟଜିତ ବାବୁ ,ବିଶ୍ୱନାଥ ବାବୁଙ୍କୁ ପାଖକୁ ଡାକିଲେ ଓ କହିଲେ ,,,,ବିଶୁ ରେ ମୋର ଡାକରା ଆସିଗଲା ବୋଧେ ମୁଁ ଆଉ ବଂଚିବିନି।ତୋତେ ଆକାଶ ଲାଗିଲା।ତାକୁ ପୁତୁରା ନୁହେଁ ପୁଅ ଭାବି ବଢେଇବୁ।ପାଖରେ ଠିଆ ହେଇ ସବୁ ଦେଖୁଥିଲେ ଆକାଶ ବାବୁ,ଆଖିରେ ଲୁହ।ବାସ ଏତିକି କହି ସତ୍ୟଜିତ ବାବୁ ଆରପାରିକୁ ଚାଲିଗଲେ।ଯେନତେନ ହଉ ଅନ୍ତିମ ସଂସ୍କାର ହେଲା।ଘରେ ରହିଗଲେ କେବଳ ବିଶ୍ଵଜିତ ବାବୁ ଓ ସତ୍ୟଜିତ।ସତ୍ୟଜିତଙ୍କୁ ସେତେବେଳେ ଦଶ ବର୍ଷ।କଣ କରବେ କଣ ନାହିଁ।।କିଛି ବୁଝି ପାରୁନାହାନ୍ତି।ଦାଦାଙ୍କୁ କାମରେ ଯାଉଥିବା ଦେଖି ସେ ବି ବାହାରିଲେ ଚାଷ କରିବା ପାଇଁ,ଏହା ଦେଖି ଦାଦା କହିଲେ କିରେ,ମୁଁ କଣ ମରିଯାଇଛି,ଆରେ ତୋ ଦାଦା ବଂଚିଛିରେ,ତୁ ଆଜିଠୁ କେବେଳ ପାଠପଢ଼ ଆଉ ଭାଇ ଓ ମୋର ସ୍ବପ୍ନ କୁ ସାକାର କର।


        ଆକାଶ ଯେତେବେଳେ ସ୍କୁଲ ଯାଉଥିଲେ ,ତାଙ୍କୁ ତାଙ୍କ ଦାଦା ସବୁବେଳେ କାନ୍ଧରେ ବସେଇ ସ୍କୁଲ ରେ ଛାଡୁଥିଲେ।ଏମିତି ଭାବରେ ଆକାଶ ବାବୁ ଙ୍କ ସ୍କୁଲରେ ପଢା ସରିଲା ଓ ସେ ଭଲ ମାର୍କ ରଖି ପାଶ କଲେ।ତାଙ୍କ ଦାଦାଙ୍କ ଖୁସି କହିଲେ ନସରେ।


    ଗାଁର କିଛି ଲୋକ ଏ ଭିତରେ ବିଶ୍ୱଜିତଙ୍କୁ ତାଙ୍କ ଵିଵାହ ପାଇଁ କହିଲେ,ଏ କଥା ଶୁଣି ବିଶ୍ୱଜିତ ବାବୁ କହିଲେ,ବାହା ହେଇ କଣ କରିବି,ପୁଅ ଭଳି ପୁତୁରା ପାଇଛି ,ଆଉ କଣ ଦରକାର।ଏ ସବୁ ଘର କୋଣରେଠିଆ ହେଇ ଆକାଶ ଶୁଣୁଥିଲେ,ଛୋଟ ହେଲେ ବି। ଏତିକି ବୁଝି ସାରିଥିଲେ,କି।।ଦାଦା ମହାନ।


       କିଛି ଦିନ ପରେ ଆକାଶ ବାବୁ ସହରକୁ ପାଠପଢି ବାହାରିଲେ।ସେତେବେଳ ଫୋନ କି ଚିଠି କି ଗାଡିର କିଛି ସୁବିଧା ନଥାଏ ଗୋଟିଏ ବସ ଗାଁରୁ ବାର କିମି ଚାଲି ଚାଲି ଯାଇ ଧରିବାକୁ ପଡେ।ନିଜେ ଅସୁବିଧା ରେ ଥିଲେମଧ୍ୟ ବିଶ୍ୱନାଥବାବୁ କେବେ ବି ଆକାଶ ବାବଙ୍କୁ କିଛି ଜିନିଷର ଅଭାଵ କରେଇନଥିଲେ।ଜୋତା ଘଣ୍ଟା ପୋଷାକ ସବୁ ଦେଇଥିଲେ।ବସ ଧରେଇବାକୁ ଆକାଶ ବାବୁଙ୍କ ସହ ବିଶ୍ଵଜିତ ବାବୁ ବାହାରିଲେ,ଆକାଶ ବାବୁଙ୍କୁ କିଛି ଜିନିଷ ଧରେଇବାକୁ ଦେଲେନି ଓଲଟା ନିଜେ ସବୁ ମୁଣ୍ଡେଇଲେ ଓ କହିଲେ,ବାବୁରେ ତୁ ପରା ସହର ଯାଉଛୁ,ଏମିତି ଜିନିଷ।ବୋହିଲେ ତୋର ପୋଷାକ ମଇଳା ହେଇଯିବ।ଛାଡ଼ ମୋତେ ଛାଡ଼ ,ମୁଁ ସବୁ ଧରିଦେବି।ବାଟରେ ଗଲାବେଳେ ଆକାଶ।ଦେଖିଲେ ତାଙ୍କ ଦାଦାଙ୍କ ପାଦକାଟି ରକ୍ତ ବାହାରୁଚି,ସେ ଦାଦାଙ୍କୁ କହିବାରୁ ସେ କହିଲେ,ସେ କିଛି ନୁହେଁରେ,ତୁ ଚାକିରୀ କଲା ପରେ ମୋତେ ହଳେ ଭଲ ଚପଲ ଆଣିଦେବୁ । ଶୁଣିଚି କୁଆଡେ ସହରିଆ ବାବୁ ମାନେ ସୁନ୍ଦର ଚପଲ ସବୁ ପିନ୍ଧନ୍ତି।।।ସେଇଠୁହଳେ ଦେବୁ।ଏତକ।ଶୁଣି ଆକାଶ ବବୁଙ୍କୁ ଇଚ୍ଛା ହଉଥିଲା ସେଠି ଦାଦାଙ୍କୁ କୁଣ୍ଢାଇ ମନ ଖୋଲି ।କାନ୍ଦିବାକୁ,ହେଲେ ସେ ଚୁପ ଥିଲେ।

    

     ସେ ଯାହା ହଉ ।। ଆକାଶ ବାବୁ ସହର ଯାଇପାଠ ପଢି ଭଲ ଚାକିରୀ ଖଣ୍ଡେ ପାଇଲେ ଓ ଦାଦାଙ୍କୁ ନେବା ପାଇଁ

ଗାଁ ଆସିଲେ,ହେଲେ ଆଶ୍ଚର୍ଯ୍ୟର କଥା,ବିଶ୍ୱନାଥବାବୁ ଗାଁ ଛାଡି ସହରକୁ ଯିବା ପାଇଁ ରାଜି ହେଲେନି।ଆଉ ବାଧ୍ୟ।କରି ଆକାଶଙ୍କୁ ସହରକୁ ପଠାଇଦେଲେ।କିଛି ଦିନ ଗଲାପରେ ଶୁଣିଲେ ଦାଦାଙ୍କ ଦେହ ବହୁତ ଖରାପ।ଜଲଦି ଯିବାକୁ ପଡ଼ିବ।ଗାଁରେ ଯାଇ ଦେଖିଲେ,ଦାଦା ଶଯ୍ୟାଶାୟୀ।

   

       ଆକାଶ ବାବୁ ଧୀର ସ୍ୱରରେ ପଚାରିଲେ ଦାଦା।ଏହାଶୁଣି ବିଶ୍ୱନାଥ ବାବୁ ଟିକେ ଆଖି ଖୋଲିଲେ ଓ କହିଲେ କିଏ ସତ୍ୟ।କିରେ,ବାବାରେ ଆ ଟିକେପାଖରେ ବସ।ଏତିକି ବେଳେ ଆକାଶ ବାବୁ ସହରରୁ ଆଣିଥିବା ହଳେ ନୂଆ ଚପଲ ଦାଦାଙ୍କୁ ପିନ୍ଧାଇଲେ।ଏହା ଦେଖି ବୁଢ଼ାଙ୍କଖୁସି କହିଲେ ନସରେ,ସେ ଥରିଲା ସ୍ୱରରେ କହିଲେ,ବାବୁ ରେ ଟିକେ ମୋତେ ଧରିଲୁ,ମୁଁ ଟିକେ ଚପଲ ପିନ୍ଧି ଚାଲିବି।ଏ।ସବୁ ଶୁଣି ଆକାଶଙ୍କ ଆଖିରୁ ଲୁହର ଧାରା ଛୁଟୁଥିଲା।ହେଲେ ବି ସେ ଦାଦାଙ୍କୁ ଧରିଲେ ଓ ବିଶ୍ୱଜିତ ବାବୁ ଟିକେ ଚାଲିଲେ ଓ କହିଲେ ବାବୁରେ ଆଜି ମୋର ସ୍ୱପ୍ନ ସାକାର କରିଦେଲୁ।ଏତିକି କହିଲା ପରେ।ବିଶ୍ଵଜିତ ବାବୁ ସେଠି ଆକାଶ ବାବୁ ଙ୍କ କାନ୍ଧରେ ଢଳିପଡ଼ିଲେ,ଡାକ୍ତର ଦେଖିଲା ବେଳକୁସବୁ ସାଇଯାଇଥିଲା।ବୁଢା ବାବୁ ଆଉ ନଥିଲେ।।ଆଜି ବ ଆକାଶ ବାବୁ ଦାଦାଙ୍କ ସେଇ ଚପଲ କୁ ପୂଜା କରନ୍ତି।ହେଲେ ମନରେ ଗୋଟିଏ ପ୍ରଶ୍ନ,କି ଦାଦା ତାଙ୍କ ପାଇଁ ଯାହା କଲେ,ତାର ପୁରସ୍କାର କଣ ହଳେ ଚପଲ ।


Rate this content
Log in

Similar oriya story from Abstract