Jyotiranjan Sahu

Romance

2  

Jyotiranjan Sahu

Romance

ପ୍ରେମ

ପ୍ରେମ

6 mins
132


'ପ୍ରେମ ! ସବୁବେଳେ ଗୋଟିଏ ବିବାଦୀୟ ବିଷୟ ହୋଇରହିଆସିଛି । କାହିଁକିନା ଏଥିରେ ପାଇବା ଠାରୁ ହରାଇବାର ପ୍ରତିଶତ ଟା ଅଧିକ ବୋଲି ଏସମାଜ ଭାବେ । ସେଇଥିପାଇଁ ଏ ପ୍ରେମ ନିମନ୍ତେ ଅନେକ ପ୍ରତିବନ୍ଧକ । ହେଲେ ସତରେ କଣ ପ୍ରକୃତ ପ୍ରେମରେ ହରାଇବାର ପସିବିଲିଟି ଟା ଅଧିକ ! କେଜାଣି ! ମୁଁ ତ ଜାଣିପାରୁନି ! ଯଦି ପ୍ରେମ କେବେ କରିନଥିବେ ତେବେ ଏଗପ ପଢି ଥରେ କରିବାକୁ ନିଶ୍ଚୟ ଇଚ୍ଛା ହେବ ଆଉ ଯଦି କରିଥିବେ ତେବେ ମନକୁ ଛୁଇଁଯିବ । କାହିଁକିନା ପ୍ରେମଟା ହାରି ପୁଣି ଜିତିବା ଶିଖାଇଥାଏ । ସେଦିନ ଖରାବେଳଟାରେ ରାଉରକେଲା କୋୟେଲ ନଗର ର ନାୟକ ବାବୁ କଂ ଘରେ କେହିଜଣେ ଆସି କଲିଂବେଲ ମାରିଲା । କବାଟ ଖୋଲିବାରୁ ଆଗରେ ଛିଡା ହୋଇଥିଲା ପୋଷ୍ଟମ୍ୟାନ । ହାତରେ ତାର ମାଟିଆ ରଂଗର ବଡ ଏନଭେଲପ୍ । ସେଇଟିକୁ ନାୟକ ବାବୁକଂ ହାତକୁ ବଢାଇଦେଇ ସେହି ଖରାବେଳଟାରେ ସାଇକେଲ ମ‍ାଡି ସିଏ ଚାଲିଗଲା । ଏନଭେଲପ୍ ଟିକୁ ଓଲଟାଇ ଦେଖିଲେ ସେଇଟି ଇଷ୍ଟ କୋଷ୍ଟ ରେଲୱେ ରୁ ବିଜୟ ନାଁରେ ଆସିଛି । ତଳୁ ଡାକ ମାରିଲେ 'ଆରେ ବିଜୟ ! ତୋର ଇଷ୍ଟ କୋଷ୍ଟ ରେଲୱେରୁ କଣ ଗୋଟିଏ ଚିଠି ଆସିଛି । ଦେଖିବୁ ତ ' ! ଡ‍କରା ଶୁଣି ଛାତ ଉପରୁ ଦୌଡିଆସିଲା ବିଜୟ । ନାୟକ ବାବୁକଂ ହାତରୁ ଏନଭେଲପ୍ ଟିକୁ ନେଇ ସେହିଠାରେ ଖୋଲି ପକ‍ାଇଲା ବିଜୟ । ଦେଖିଲା ଭିତରେ ଅଛି ଇଷ୍ଟ କୋଷ୍ଟ ରେଲୱେରେ ସେ.ଇଂ. ପାଇଁ ଜଏନିଂ ଲେଟର ଆଉ ଏଟେଷ୍ଟେସନ୍ ଫର୍ମ । ବୋଧହୁଏ ଏହାରି ଅପେକ୍ଷାରେ ଥିଲା ବିଜୟ । ଖୁସିରେ ଆତ୍ମହରା ହୋଇଉଠିଲା ସିଏ । ନାୟକ ବାବୁକଂ ପାଦ ଧରି ପ୍ରଣାମ କରୁକରୁ ତାକୁ ଛାତିରେ ଜାବୁଡିଧରି କୋଳାଇପକାଇଲେ ନାୟକ ବାବୁ । ପୁଅ ବିଦେଶରେ ରହିଲା ପରଠାରୁ ବାପଛେଉଣ୍ଡ ବିଜୟ ତାଂକର ଏକ ରକମର ପୁଅ ହୋଇଯାଇଛି । ଦୁଇ ବର୍ଷ ହେଲାଣି ତାଂକ ଘରେ ବିନାଭଡାଦିଆ ଭଡାବାଲା ହୋଇରହିଛି । କଥାକଣ କି ବିଜୟ ର ଆର୍ଥିକ ସ୍ଥିତିଟା ଭଲ ନୁହେଁ । ସେକ୍ଟର ରେ ରହୁଥିବା ବାବୁମାନକଂର ପିଲାମାନକୁଂ ଟିଉସନ କରି ଯାହା ଦି ପଇସା ପାଏ ସେଇଥିରେ ଚଳେ । ଆଜିକୁ ଦୁଇ ବର୍ଷ ତଳ କଥା : ନାୟକ ବାବୁକଂର ଜଳଜଳ ହୋଇମନେଅଛି । ପିଲାଟା ପାନ୍ଚ ଶହ ଟଂକାର ରୁମ୍ ଭଡାକୁ ଦୁଇଶହ କରିବାକୁ ଅନେକ ଅନୁରୋଧ କରିଥିଲା । ନମାନିବାରୁ ଯିବା ଆଗରୁ କହିଲା " ମଉସା ! ଏବେ ମାସକୁ ଦୁଇ ଶହ ଦେଇଥାନ୍ତି । ଚାକିରି ପାଇଲା ପରେ ବାକି ଟଂକା ସୁଧମୂଳ ସହ ଦେଇଥାଆନ୍ତି " । ତାକୁ ପଛରୁ ଡାକି ନାୟକ ବାବୁ କହିଲେ " ହୋଇରେ ! ଏଇଠି ସବୁ ବର୍ଷ ପିଲା ଆସନ୍ତି । ୧୦% ସଫଳତା ପାଉଥିବାବେଳେ ବାକି ୯୦% ହାରି ଘରକୁ ଫେରନ୍ତି । ତମେ ଯେ ଚାକିରି ପାଇବ ସେଥିରେ ଗ୍ୟାରେଣ୍ଟି କଣ " ? ଶୁଖିଲା ହସଟେ ଫୁଟାଇ ବିଜୟ ସେଦିନ କହିଥିଲା " ମଉସା ! ମୋର ଆଉ ହାରିବାକୁ କିଛି ନାହିଁ । ତେଣୁ ଜିତିବାଟା ନିଶ୍ଚିତ " । କିଛି ବୁଝିନପାରି ନାୟକ ବାବୁ ପଚାରିଲେ " ତୁମ କଥା କିଛି ବୁଝିପାରିଲିନି ବାବୁ " ! ବିଜୟ କହିଲା " ମଉସା ! ଏତିକି ଜାଣନ୍ତୁ ମୁଁ ଚାକିରି ପାଇବାଟା ନିଶ୍ଚିତ । ଦିନକୁ ୧୪ଘଣ୍ଟା ପେଟ ପାଇଁ ଯଦି କମ୍ପାନୀରେ ଖଟିପାରିଲି ତେବେ ସେତିକି ଘଣ୍ଟା ନିଜ ସମ୍ମାନ ପାଇଁ ଖଟିଲେ କଣ ମୁଁ ଏ ସରକାରୀ ଚାକିରି ଖଣ୍ଡେ ପାଇପାରିବିନି !! ବଡ ଘର ବଡ ପାଠୁଆ ପିଲାକଂ ପାଖରେ ସିନା ପଇସା ଅଛି ! ହେଲେ ସେମାନକଂ ପାଖରେ ମୋଭଳି ଖଟିପାରବାର ଶକ୍ତିନାହିଁ କି ମୋ ଭଳି ଧୈର୍ଯ୍ୟ ମଧ୍ୟ ନାହିଁ " ! ପିଲାଟିର ଏଭଳି କନଫିଡେନସ୍ ଦେଖି ନାୟକ ବାବୁ ଖୁସି ଆଉ ଆଶ୍ଚର୍ଯ୍ଯ ଦୁଇଟା ଯାକ ଦେଖାଯାଉଥିଲେ । ଏହାପରେ ବିଜୟକୁ ତାଂକ ଘରେ ଭଡାଟିଆ ହିସାବରେ ରଖିବାକୁ ରାଜି ହୋଇଗଲେ ନାୟକ ବାବୁ । କିଛିଦିନର ରହଣି ଭିତରେ ଆତ୍ମୀୟତା ବଢିଗଲା । ବିଜୟର ସ୍ବାଭାବ ତାଂକୁ ଖୁବ୍ ଭଲ ଲାଗିଲା । କିଛି ମାସ ପରେ ସେ ଆଉ ବିଜୟ ପାଖରୁ ଭଡା ନେଲେନାହିଁ ଯେତେବେଳେ ବିଜୟର ପ୍ରେମ କାହାଣୀଟା ଏକାନ୍ତରେ ଶୁଣିଲେ । ଅଧିକାଂଶ ପିଲାକଂପରି ବିଜୟ ମଧ୍ୟ ପ୍ରେମରେ ପଡିଯାଇଥିଲା । ପ୍ରେମ ରେ ଏତେ ପାଗଳ ହୋଇଯାଇଥିଲା ଯେ ପ୍ରେମଟା ଗ୍ରହଣ ସାଜି ତା କ୍ୟାରିୟରକୁ ଖାଇବା ଆରମ୍ଭ କରିଦେଇଥିଲା । ଅଭିଜ୍ଞତାଶୂନ୍ୟ ବୟସରେ ପ୍ରେମଟା ଜୀବନର ଶେଷ ଲକ୍ଷ୍ୟ ବୋଲି ଭାବିନେଇଥିଲା ବିଜୟ । ସମୟ ସହ ତାଳ ଦେଇ ବଢିଚାଲିଲା ବୟସ ଆଉ ତାସହ ପ୍ରେମରେ ପାଗଳାମୀ । ବାପା ମା ସାନ ଭଉଣୀ ଘର କଥା ସବୁ ଦାୟିତ୍ବରୁ ସେ ଯେପରି ମୁକ୍ତ ! ତାର ଗୋଟିଏ ଦାୟିତ୍ବ ଜୁଲି ଆଉ ଗୋଟିଏ

 କାମ ପ୍ରେମ । ଜୁଲି ! ଯାହାକୁ ବିଜୟ ମନପ୍ରାଣ ଦେଇ ଭଲପାଏ ! ଏଇ ଭଲପାଇବା ଯାହା ପାଇଁ ତାର ଫାଷ୍ଟକ୍ଲାସ୍ କ୍ୟାରିୟରଟା ଧିରେଧିରେ ରସାତଳଗାମୀ ହେବାକୁ ଲାଗିଥିଲା । ଘର ଲୋକ ବାରମ୍ବାର ବୁଝାଇବା ସତ୍ତ୍ବେ ବିଜୟର ବ୍ୟବହାର ରୁ ସେ ବୁଝେଇବାଟା ଯେ ସଂମ୍ପୂର୍ଣ୍ଣ ପ୍ରଭାବହୀନ ସେକଥା ସ୍ପଷ୍ଟ ବାରିହୋଇପଡୁଥିଲା । ସବୁଆଡୁ ନିରାଶ ହୋଇପଡିଥିଲେ ବିଜୟର ବାପା ମା ପୁଅକୁ ବୁଝାଇ ବୁଝାଇ । ନିଜ କଷ୍ଟ ଉପାର୍ଜିତ ସମ୍ପତ୍ତି କୁ ପୁଅ ପାଠପଢାରେ ଲୁଟାଇ ଦେଇଥିବା ବିଜୟର ବାପା ମା ନିଜର ପୁଅ ଆଉ ନିଜ ସମ୍ପତ୍ତିକୁ ନଷ୍ଟ ହେବାର ନିଜ ଆଖିରେ ଦେଖୁଥାଆନ୍ତି । ବିଜୟର ମା ଅନେକ ଥର ତା ବାପାକୁଂ କହିଛନ୍ତି ' ପିଲାଟା ପଛରେ ତୁମେ ଅନେକ ଖର୍ଚ୍ଚ କରିସାରିଲଣି । ହେଲେ ସିଏତ ଯେମିତି ହେଉଛି ! କଣ କରିବ କେଜାଣି ' ? ନିରାଶା ଭିତରେ ବି ଆଶାବାଦୀ ବିଜୟର ବାପା ଉତ୍ତର ଦିଅନ୍ତି ' ତୁମେ ଜମାରୁ ବ୍ୟସ୍ତ ହୁଅନି ! ପିଲାଟା ନିଶ୍ଚୟ ମଣିଷଟେ ହେବ । ମୋର ଶେଷ ଇଚ୍ଛା ପିଲାଟା ଖଣ୍ଡିଏ ସରକରୀ ଚାକିରି ପାଉ । ସିଏ ସରକାରୀ ଚାକିରିଟିଏ କଲେ ମୋ କଷ୍ଟ ସରିଯିବନି ' ! ସେ ବର୍ଷ ବିଜୟର ଇଞିନିୟରିଂ ରେ ଶେଷ ବର୍ଷ ସରିବାକୁ ଆଉ କିଛି ମାସର ଅପେକ୍ଷା ମାତ୍ର । ହଠାତ୍ ଦିନେ ତା ପାଖକୁ ଖବର ଆସିଲା ତା ବାପା ଆଉ ନାହାନ୍ତି । ବାପାକଂର ଦେହାନ୍ତ ପରେ ଯେମିତ ସବୁକିଛି ଓଲଟ ପାଲଟ ହୋଇଗଲା ବିଜୟ ପାଇଁ । ତା ଚାରିପାଖର ପୃଥିବୀଟା କେମିତି ହଠାତ୍ ଅଚିହ୍ନା ପାଲଟିଗଲା ତା ପାଇଁ । ସ୍ବପ୍ନ ର ମନପବନ ଘୋଡା ଉପରୁ ହଠାତ୍ ଯେମିତି ଆକାଶ ରୁ ଖସି ମାଟି କାମୁଡି ତଳେ ପଡିଗଲା ସିଏ । ଦାୟିତ୍ବର ସଂଜ୍ଞା ଜାଣିନଥିବା ବିଜୟ ଉପରେ ସତେଯେପରି ଦାୟିତ୍ବର ପାହାଡଟା ଖସିପଡିଥିଲା । କଣ କରିବ ସେ ? ବାପା ତାଂକ ପରିବାର ପାଇଁ ସେମିତି କିଛି ବିଶେଷ ଛାଡିଯାଇନଥିଲେ । ହତାସ ମନରେ ଜୀବନକୁ ପୁଣିଥରେ କେଉଁଠାରୁ ଆରମ୍ଭ କରିବ କିଛି ବୁଝିପାରୁନଥିଲା ବିଜୟ । ଏସବୁ ଭିତରେ ସେ ଯେମିତି ହଜିଯାଇଥିଲା କେଉଁ ଏକ ଭିନ୍ନ ଦୁନିଆଁରେ ଯେଉଁ ଦୁନିଆଁଟା ଥିଲା ତା ପ୍ରେମର ଦୁନିଆଁଠାରୁ ସଂମ୍ପୂର୍ଣ୍ଣ ଭିନ୍ନ । ଏଭଳି ସମୟରେ ତାକୁ ଆହୁରି ମାନସିକ ଭାବେ ଭାଂଗିଦେଲା ଜୁଲିର ପ୍ରତାରଣା ଯେଉଁଦିନ ବିଜୟର ଜଣେ ବନ୍ଧୁ ଅଜୁ ଜୁଲିର ବିବାହ ର ନିମନ୍ତ୍ରଣ ପତ୍ରଟିଏ ଆଣି ତା ହାତରେ ଧରାଇଦେଲା । କିଛି ସମୟ ପାଇଁ ମନ ଭିତର ର ପୃଥିବୀଟା ହଠାତ୍ ଅନ୍ଧକାରମୟ ହୋଇଉଠିଲା ତାପାଇଁ । ହିଂସା ପ୍ରତିହିଂସାର ମାନସିକ ଯୁଦ୍ଧ ଭିତରେ ନିରବରେ ବିତିଗଲା କିଛିଦିନ । ଆଉ ଅତୀତର ପ୍ରେମ ସ୍ମୃତିକୁ ବୁଲିଚାହିଁବାକୁ ଚେଷ୍ଟା କରିନି ବିଜୟ । ଏହା ଭିତରେ ଅନେକ ବ୍ୟବଧାନ ହୋଇଯାଇଥିଲା ଜୁଲି ଆଉ ତା ଭିତରେ । କୌଣସି ପ୍ରକାରେ ଟିଉସନ କରି ବହୁକଷ୍ଟରେ ନିଜର ଶେଷ ବର୍ଷର ଇଞିନିୟରିଂ ପାଠପଢାକୁ ଶେଷ କଲା ବିଜୟ । ଚାଲିଗଲା ଦୂର ସହରକୁ ଜୀବିକା ଅନ୍ବେଷଣରେ । କାହିଁକିନା ତା ହାତକୁ ଚାହିଁବସିଥିବେ ଘରେ ଦୁଇଟି ଜୀବନ । ଜଣେ ପୁଅର କର୍ତ୍ତବ୍ୟ ଆଉ ଜଣେ ଭାଇର ଦାୟିତ୍ବ ଭିତରେ ସେ ହଜାଇ ସାରିଥିଲା ତା ଭିତରେ ଥିବା ଜଣେ ପ୍ରେମିକର ପରିଚୟକୁ । କିଛି ବର୍ଷ ଦୂର ସହର ରେ କାମ କରି ବେଶ୍ କିଛି ଅର୍ଥ ଉପାର୍ଜନ କରିସାରିଥିଲା ବିଜୟ । ଅର୍ଥ ସିନା ଉପାର୍ଜନ କରିପାରିଲା ହେଲେ ନିଜ ଆତ୍ମସମ୍ମାନ ଆଉ ସ୍ବାଭିମାନକୁ କେଉଁଠି ହଜାଇସାରିଥିଲା ସିଏ । ସେତିକିବେଳେ ମନେପଡିଗଲା ବାପାକଂର ଇଚ୍ଛା କଥା ' ପିଲାଟା ନିଶ୍ଚୟ ମଣିଷଟେ ହେବ । ସିଏ ସରକାରୀ ଚାକିରିଟିଏ କଲେ ମୋ କଷ୍ଟ ସରିଯିବନି ' ! ବିଜୟର ଇଚ୍ଛାହେଲା ସରକାରୀ ଚାକିରିଟିଏ ପାଇଁ । ସେଇଥିପାଇଁ ତ ଦୂର ସହର ରୁ ଫେରି ଚାଲିଆସିଛି ରାଉରକେଲା ସରକାରୀ ଚାକିରି ନିମନ୍ତେ କୋଚିଂ ପାଇଁ । ହାତରେ ତାର ସମୟ ଖୁବ୍ କମ୍ । ଦୂର ସହର ରେ ଯେତିକି ରୋଜଗାର କରିଛି ସେତିକିରେ ଦୁଇ ତିନି ବର୍ଷ ଆରାମରେ ଘର ଲୋକ ଚଳିଯିବେ । ନିଜେ ଚଳିବାକୁ ଟିଉସନ ର ରାସ୍ତା ବାଛିନେଇଛି ବିଜୟ । ଏବେ ତା ହାତରେ ସମୟ ଦୁଇବର୍ଷ । ଏହି ଦୁଇ ବର୍ଷ ଭିତରେ ତାକୁ କିଛି କରିଦେଖାଇବାକୁ ପଡିବ । ଆଉ ଆଜି ଦୁଇ ବର୍ଷ ପରେ ସେ କିଛି କରି ଦେଖାଇପାରିଛି । ଖୁବ୍ ଶୀଘ୍ର ସେ ଉଚ୍ଚ ସରକାରୀ ପଦବୀରେ ଜଏନିଂ କରିବ । କଥାଟା ଘରେ ମା ଭଉଣୀକୁଂ ଜଣାଇଦେଲା ବିଜୟ ଆଉ ସାଂଗସାଥୀ ମାନକୁଂ ଅଜଣା କେମିତି ରହିବ ! ! ସମୟ ଗଡିଚାଲିଲା ।


             ଏହାଭିତରେ ଚାକିରିରେ ଜଏନିଂ ର ସାତ ଆଠ ମାସ ହୋଇସାରିଲାଣି । ଦିନେ ତା ସାଂଗ ଅଜୁର ଫୋନ ଆସିଲା ବିଜୟ ପାଖକୁ । କଥା ହେଉହେଉ   ଜୁଲି ପ୍ରସଂଗଟା ପକାଇଦେଇ ବିଜୟର ପୁରୁଣା ବ୍ୟଥାକୁ ପୁଣିଥରେ ସତେଜ କରିଦେଲା ସିଏ । ବିରକ୍ତ ହୋଇଯାଇ ବିଜୟ କହିଲା " ଆଉ କଣ କିଛି କଥାନାହିଁ " ?

ଅଜୁ : ନା ! ଆଜି ଏ କଥାକୁ ଛାଡି ଆଉ ଅନ୍ୟ କିଛି କଥା ନାହିଁ ! କାହିଁକି ନା ତୋ ଅପେକ୍ଷାରେ ଜୁଲି ଦିନ କାଟୁଛି ।

ବିଜୟ : ମାନେ ! ସେ ତ ମ୍ୟାରେଜ୍ କରିଥିଲା ।

ଅଜୁ : ହଃ ! ତୋ ଭଳି ଗୋଟିଏ ଦାୟିତ୍ବହୀନ ପିଲା କୁ ରାସ୍ତାକୁ ଆଣିବାପାଇଁ ଏଇଟା ଥିଲା ଗୋଟିଏ ପ୍ଲାନ ।

ବିଜୟ : ତେବେ ସେ ବିବାହ କାର୍ଡ କଣ ମିଛ ଥିଲା ?

ଅଜୁ : ନା ! ମିଛ ନଥିଲା । ତୁ ପ୍ରେମରେ ଏତେ ଅନ୍ଧଥିଲୁ ଯେ ତୁ ଖାଲି ଜୁଲିର ନାଁ ଟା ପଢିଲୁ । ନା ତୁ ତା ବାପା ମା କଂ ନାଁ ପଢିଥିଲୁ ନା ଲେଖାଥିବା ଠିକଣା ! ସେଇଟା ଥିଲା ଆମ ଘର ପାଖ ମାଧବ ଅଂକଲ କଂ ଝିଅ ଜୁଲି ର ବିବାହ କ‍ାର୍ଡ । ଆଉ ଏ ପ୍ଲାନ୍ ଟା ମୁଁ ସେହିଦିନ କଲି ଯେଉଁଦିନ ଜୁଲି ଆସି ମୋତେ କହିଲା ତୋ ବାପା ତାକୁ ଅନୁରୋଧ କରିଛନ୍ତି ତୋ କ୍ୟାରିୟର ପାଇଁ ସିଏ ତୋ ଜୀବନରୁ କିଛିଦିନ ପାଇଁ ଦୂରେଇଯାଉ । ତୁ ଯେଉଁଭଳି ଜୁଲିର ପ୍ରେମରେ ଦାୟିତ୍ବହୀନ ହୋଇଯାଇଥିଲୁ ମଉସାକଂ ଯିବାପରେ ତୋତେ ଦାୟିତ୍ବସମ୍ପର୍ଣ୍ଣ କରିବାଟା ଆହୁରି ଜରୁରୀ ହୋଇପଡିଥିଲା । ଜୁଲି ପାଇଁ ତୁ ତୋ ପରିବାର କୁ ନେଗଲେଟ୍ କରିବାଟା ନା ଜୁଲି ଚାହୁଁଥିଲା ନା ମୁଁ । ସେଇଥିପାଇଁ ମୋତେ ଆଉ ଜୁଲିକୁ ଏତେସବୁ କରିବାକୁ ପଡିଲା । ତୁ ସିନା ଦାୟିତ୍ଵବାନ ହୋଇଗଲୁ କିନ୍ତୁ ମୁଁ ଦେଖିଛି ଏହି କିଛି ବର୍ଷ ତୋ ବିନା ଜୁଲି କେମିତି କାଟିଛି ! ଏକଥା ତୋତେ ଛାଡି ତୋ ପରିବାର ର ସଭିଁକୁଂ ଜଣା । ସଭିକଂର ଅପେକ୍ଷା ଖାଲି ଉଚିତ୍ ସମୟକୁ । ଆଉ ମୁଁ ଭାବୁଛି ସେ ସମୟଟା ଆସିଗଲାଣି । ଜୁଲି ର ଶୁଖିଲା ମୁହଁ ଖାଲିଖାଲି ହାତ ଅପୂର୍ଣ୍ଣା ସୀମନ୍ତ ଆଜିବି ରହିଛନ୍ତି ଖାଲି ତୋ ଅପେକ୍ଷାରେ ॥


Rate this content
Log in

Similar oriya story from Romance