kamal kumar dash

Horror Romance Thriller

3  

kamal kumar dash

Horror Romance Thriller

ପୃଥିବୀ ଓ ସ୍ପେସ

ପୃଥିବୀ ଓ ସ୍ପେସ

1 min
211


ବିନି ବସନ୍ତର ପିଲା ଦିନର ସାଙ୍ଗ । ଏକାଠି ପାଠ ପଢିଲା ବେଳେ କେତେ କଣ ସ୍ବପ୍ନ ଦେଖୁଥିଲେ । ବିନି ସ୍ପେସକୁ ଯିବାର ସ୍ବପ୍ନ ଦେଖିଲା ବେଳେ ବସନ୍ତ ପୃଥିବୀକୁ ସବୁଜ ସୁନ୍ଦର କରିବାର ସ୍ବପ୍ନ ଦେଖୁଥିଲା । ବିନି ଏରୋନଟିସସ ପଢିବା ପାଇଁ ବାହାରକୁ ଚାଲି ଗଲା ଓ ଆମେରିକାର ନାସାର ସ୍ପେସ  ପ୍ରୋଗ୍ରାମରେ ଯୋଗ ଦେଲା । ହେଲେ ବସନ୍ତ ରହି ଗଲା ଏଇଠି। ଦିନେ ବିନି ତାକୁ ଭିଡିଓ କଲ କଲା ବସନ୍ତ ଫୋନ ଉଠିଲା ଓ ଆଶ୍ଚର୍ଯ୍ୟ ହୋଇଗଲା ବିନି ସ୍ପେସ ଷ୍ଟେସନ୍ ରେ ଥିଲା । ବିନି ତା ସାଙ୍ଗ ମାନଙ୍କ ସାଙ୍ଗରେ ତାର ପରିଚୟ କରାଇଲା ଓ ସ୍ପେସ ଷ୍ଟେସନ ର କିଛି ଏରିଆ ତାକୁ ବୁଲି ଦେଖାଇଲା ଓ କହିଲା ୬ ମାସ ପରେ ମୁଁ ପୃଥିବୀକୁ ଫେରିବି ଫେରିଲେ ଇଣ୍ଡିଆ ଆସିବି । ବସନ୍ତ ନିଜର ଫlର୍ମ ହାଉସ ତାକୁ ଦେଖାଇଲା । ବିନି ଫାର୍ମ ହାଉସର ଗଛ ଲତା ଓ ଫୁଲ ଫଳ ଦେଖି ବହୁତ ଖୁସି ହେଲା । ବିନି କହିଲା ତୁ ଜାଣିଚୁ ଆମେ ବି ବହୁତ ସ୍ପିଡ଼ରେ ବୁଲୁଛୁ ପୃଥିବୀ ଚାରି ପାଖରେ ସ୍ପେସ ରେ ତାକୁ ଚିଡେଇ ବାକୁ ବସନ୍ତ କହିଲା ଆମ ପୃଥିବୀ ବୁଲୁଚି ହେଲେ ମୁଁ ସ୍ଥିର ଅଛି ପୃଥିବୀ । ଠିକ ଏତିକି ବେଳେ ତାର ଫୋନ କଟି ଗଲା । ବସନ୍ତ ଡରି ଗଲା କଣ ହେଲା ଭାବି ନାସାକୁ ଫୋନ କଲେ କିଛି ଉତର ମିଳିଲାନି । ତା ପର ଦିନ ଜାଣିଲା ଯେ ବିନି ଥିବା ସ୍ପେସ ଷ୍ଟେସନ ସଂଗେ ନାସାର କମୁନିକେସନ କଟି ଯାଇଛି । ନାସାର ବୈଜ୍ଞାନିକ ମାନେ ଲାଗିପଡିଛନ୍ତି ପ୍ରାୟ ୪ଦିନପରେ କମୁନିକେସନ ଠିକହେଲା ଓ ବିନିର ମେସେଜ ମିଳିଲା ମୁଁ ଠିକ ଅଛି ବୋଲି ।


Rate this content
Log in

Similar oriya story from Horror