kamal kumar dash

Drama Inspirational Thriller

3.3  

kamal kumar dash

Drama Inspirational Thriller

ଷ୍ଟେସନ ମାଷ୍ଟର

ଷ୍ଟେସନ ମାଷ୍ଟର

2 mins
163


ସୀତାପୁର ଷ୍ଟେସନରେ ସଞ୍ଜ ନଇଁ ଆସୁଥିଲା ପାସେଞ୍ଜର ଟ୍ରେନ ଗୋଟେ ବିକଳ ଶବ୍ଦ କରି ରହିଲା ଓ ହୁଇସିଲ ମାରି ମାରି ଆଗକୁ ବଢିଗଲl ଗୋଟେ ମିନିଟ ରହିବା ପରେ। ଦି ଜଣ ବୁଢା ବୁଢ଼ୀ ସେ ଟ୍ରେନରୁ ଓହ୍ଲାଇଲେ ଓ ପାଖ ବେଞ୍ଚରେ ବସିଲେ ଗାଡି ଚାଲିଗଲା ଷ୍ଟେସନ ଶୂନ୍ ଶାନ୍ ହୋଇଗଲା । କିଛି ସମ ପରେ ଟୋକନ ବାବୁ ତାଙ୍କ ପାଖ କୁ ଆସିଲେ ଓ କହିଲେ ମଉସା ଆପଣ କେଉଁଠିକି ଯିବେ ? ବୁଢା ଜଣଙ୍କ କହିଲେ ଯାଣିନିରେ ବାପା ,ଘରେ କଳି ଲାଗିଲା , ଆମେ ଦି ଜଣ ଗାଡ଼ିରେ ଚଢି ଗଲୁ ଓ ଏଠି ଓହ୍ଲାଇଲୁ । ଏଇଟା କେଉଁ ଷ୍ଟେସନ ? ସେ କହିଲା ସୀତାପୁର ଷ୍ଟେସନ ,ହେଲେ ରାତିରେ ଏଠି ବହୁତ ଥଣ୍ଡା ପଡେ ଅପଣ ମୋ ସାଥିରେ ଷ୍ଟେସନକୁ ଆସନ୍ତୁ । ସେମାନେ ଟିକେ ଡରି ଗଲେ ଓ କହିଲେ ବାପରେ ଆମର ଟିକେଟ ଅଛି ,ରାତିଟା ଏଠି ରହି ଚାଲି ଯିବୁ । ଆମକୁ ଷ୍ଟେସନ କାହିଁକି ଡାକୁଚ ? ନା ମଉସା ଏଠି ଥଣ୍ଡାରେ ବସିଲେ ତୁମକୁ ଓ ମାଉସୀଙ୍କୁ ଜ୍ଵର ଆସି ଯିବ। ସେ ତାଙ୍କ  ବ୍ୟାଗ ଧରିଲା ଓ ସେମାନେ ତା ପଛେ ପଛେ ଆସିଲେ। ଷ୍ଟେସନ ମାଷ୍ଟର ସବୁ ଶୁଣିଲା ପରେ। ତାଙ୍କୁ ବସିବାକୁ କହିଲେ ଓ ସେ ଦି ଜଣଙ୍କ ପାଇଁ ଚାହା ଓ ବିସ୍କୁଟ ଆଣିବାକୁ କହିଲେ ।

       ସେମାନଙ୍କୁ ଚାହା ଓ ବିସ୍କୁଟ ଦେଲା ପରେ ,ଷ୍ଟେସନ ମାଷ୍ଟର ପଚାରିଲେ , ମଉସା  ଆପଣଙ୍କ ଘର କେଉଁଠି ? କିଛି ଫୋନ ନମ୍ବର ଅଛି କି ? ସେ କହିଲେ ବାପରେ ,ଆମେ ଆଉ ସେ ଘର କୁ ଫେରିବାକୁ ଚାହୁଁ ନୁ। ଷ୍ଟେସନ ମାଷ୍ଟର ଫୁଣି କହିଲେ ମଉସା ଚୋର ମାନେ ଆପଣଂକୁ ଧରି ନେଇ ପାରନ୍ତି। ସେମlନେ କହିଲେ ଆମ ପାଖରେ କିଛିନାହିଁ ରେ ପୁଅ , ଚୋର ମାନେ କଣ ପାଇଁ ଧରି ନେବେ ? ଷ୍ଟେସନ ମାଷ୍ଟର କହିଲେ ଆଖି ଓ କିଡନି ପାଇଁ। ସେମାନେ ଡରି ଗଲେ ଓ କହିଲେ ଆମକୁ ପାଖ ବୃଦ୍ଧାଶ୍ରମରେ ଛାଡ଼ି ଦିଅନ୍ତୁ , ଆମେ ସେଠି ରହିବୁ । ବହୁତ ବୁଝିଲା ପରେ ତାଙ୍କ ପୁଅ ର ଫୋନ ନମ୍ବର ଦେଲେ। ଷ୍ଟେସନ ମାଷ୍ଟର ତାଙ୍କୁ ଫୋନ କଲେ ସେ ଫୋନ ପାଇ କାନ୍ଦି ପକାଇଲେ। ସେ କହିଲେ ରାତି ଗାଡ଼ିରେ  ଆସି ପହଁଚିବେ ଓ ବାପା ମା ଙ୍କୁ ନେଇ ଯିବେ ଓ ଷ୍ଟେସନ ମାଷ୍ଟର ଙ୍କୁ କହିଲେ ପ୍ଲିଜ ଆପଣ ସେ ମାଙ୍କୁ ଆପଣଙ୍କ ପାଖରେ ରଖି ଥାନ୍ତୁ । ତା ପର ଦିନ ସକାଳୁ ତାଙ୍କ ପୁଅ ପ୍ରଦୀପ ଆସି ପହଁଚିଲା ଓ ତାଙ୍କ ଗୋଡ଼ ଧରି କ୍ଷମା ମାଗିଲା ଓ ନିଜ ସାଥିରେ ନେଇ ଗଲା। ସେ ଷ୍ଟେସନ ମାଷ୍ଟର ଓ ତାଙ୍କ ଟିମ କୁ ବହୁତ ପ୍ରଶଂସା କଲା ।


Rate this content
Log in

Similar oriya story from Drama