Bishwaranjan Tripathy

Abstract Inspirational

3  

Bishwaranjan Tripathy

Abstract Inspirational

ସମ୍ପର୍କର ସେତୁ

ସମ୍ପର୍କର ସେତୁ

5 mins
195


ପ୍ରେମ ଏକ ଏମିତି ଜିନିଷ ତାହା କେତେବେଳେ ,କେଉଁଠି କାହାକୁ କବଳିତ କରେ ତାହା ନିଜକୁ ବି ଜଣାପଡେ ନାହିଁ । ଖାଲି ସେହି ଖୁସିର ମୁହୂର୍ତ୍ତକୁ ଅନୁଭବ କରିହୁଏ। ଯଦି ପ୍ରେମରେ ସଫଳତା ମିଳିଲା ତେବେ ପ୍ରେମକୁ ପାଖରେ ପାଇ ସବୁଦିନ ଖୁସି ମିଳେ ଆଉ ଯଦି ସେହି ପ୍ରେମ ନମିଳେ ତେବେ ଜୀବନସାରା ତାରି ସ୍ମୃତି ମନରେ ତାଜାହୋଇ ରହିଯାଏ। ସମସ୍ତେ କୁହନ୍ତି କୁଆଡେ ପ୍ରଥମ ପ୍ରେମକୁ କେବେ ଭୁଲିହୁଏନା, ହାହାହାହାହା ....କିଛି ମାତ୍ରାରେ ତାହା ସତ୍ୟ ହୋଇପାରେ ହେଲେ ମୁଁ କହିବି ଆମେ ସମସ୍ତେ ପ୍ରାୟ ମିଛ ଅଭିନୟ ଏହି ଦୁନିଆରେ କରୁଛନ୍ତି। ହଁ ମିଛ ଅଭିନୟ ନୁହେଁ ତ ଆଉ କଣ? ପ୍ରେମ ମାନେ ଆମେ କଣ ବୁଝୁ? କେବଳ ସେହି ଗୋଟେ ପୁଅ ସହ ଝିଅର ଦେଖା ହେବା ଆଉ ତାପରେ ଯାହା ଘଟେ ......... ଚାଲନ୍ତୁ ଆଜି କିନ୍ତୁ ଆମେ ପଢିବା ଏମିତି ଏକ ନିଆରା କାହାଣି ଯାହା ଭାଇ ଭଉଣୀ ଓ ତାଙ୍କ ମା ପ୍ରତି ଥିବା ପ୍ରେମ ଓ ଭଲପାଇବା ବିଷୟକୁ ନେଇ ଗତିଶୀଳ ହୋଇଛି ଯାହା ଆଜିର ଦୁନିଆରେ ସମ୍ପୂର୍ଣ୍ଣ ଭାବରେ ବିରଳ ।

ବିବାହର ବହୁତ କମଦିନ ମଧ୍ୟରେ ହୀରା ଦେବୀଙ୍କ ସ୍ୱାମୀ ଇହଧାମ ତ୍ୟାଗକରିବା ପରେ ସେ ବହୁତ କଷ୍ଟରେ ତାଙ୍କର ଦୁଇ ପୁଅ ଝିଅଙ୍କୁ ଏଡ଼େରୁ ଏଡ଼େ କରି ଏ କଳୁଷିତ ସମାଜରେ ମଣିଷ ପରି ମଣିଷ କରି ଗଢି ତୋଳିଛନ୍ତି। ତା ସହିତ ଶାଶୁଘର ଲୋକଙ୍କ ଗଞ୍ଜଣା,ଦୁଃଖ କଷ୍ଟ ସବୁକୁ ସହ୍ୟ କରିଛନ୍ତି ସେ। ଏବେ ତାଙ୍କର ସେହିଦିନ ମାନଙ୍କର ଦୁଃଖ ସବୁ ମନେପଡ଼ିଗଲେ ତାଙ୍କ ଆଖିକୁ ସେହି ଅମାନିଆ ଲୁହ ଗୁଡା ଆଖିକୁ ଆସି ତାଙ୍କ ପିନ୍ଧିଥିବା ବସ୍ତ୍ରକୁ ଭିଜେଇ ଦିଏ। ଏବେ ଆଉ କିନ୍ତୁ ତାଙ୍କର ସେ ଦୁଃଖ ନାହିଁ, ତାଙ୍କର ଦୁଇ ପୁଅ ଝିଅ ସ୍କୁଲ ଓ କଲେଜ ଶିକ୍ଷା ଶେଷକରିବା ପରେ ବିଶ୍ୱବିଦ୍ୟାଳୟ ରେ ପିଜି କରନ୍ତି। ତାପରେ ତାଙ୍କ ଝିଅ ମିନାକ୍ଷୀ ବି.ଇ.ଡି ଶେଷକରି ଏକ ହାଇସ୍କୁଲ ରେ ଶିକ୍ଷକତା କରୁଛନ୍ତି। ତାଙ୍କ ପୁଅ ରବୀନ୍ଦ୍ର ଓଡିଶା ସରକାରଙ୍କ ଅଧୀନରେ ଏକ ବିଭାଗରେ ଏକ ଉଚପଦସ୍ତ ଅଧିକାରୀ ଭାବେ କାର୍ଯ୍ୟ କରୁଛନ୍ତି।

ବିବାହର ଲମ୍ବା ଲାଇନ ଏବେ ତାଙ୍କ ପୁଅ ଝିଅଙ୍କ ପାଇଁ ଘରକୁ ଛୁଟୁଛି, ହେଲେ ହୀରାଦେବୀ ସମ୍ପୂର୍ଣ୍ଣ ସ୍ୱାଧୀନତା ଦେଇଛନ୍ତି ତାଙ୍କ ପୁଅ ଝିଅଙ୍କୁ ନିଜର ଜୀବନ ସାଥି ବାଛିବା ପାଇଁ। ହେଲେ ସେମାନେ କେବେବି ନିଜ ବିବାହ ବିଷୟରେ କେବେ ଭାବି ନାହାନ୍ତି କି ଚିନ୍ତା ବି କରିନାହାନ୍ତି। କାରଣ ସେମାନେ ଜାଣିଛନ୍ତି ଯେ ଆଜିର ଦୁନିଆରେ ବିବାହ ପରେ କଣ କଣ ସବୁ ଘଟିଯାଉଛି।

ଏମିତି ଦିନକୁ ଦିନ ଉଭୟଙ୍କ ବୟସ ଗଡିଯାଉଥାଏ ଆଉ ହୀରାଦେବୀଙ୍କ ଚିନ୍ତା ବି ଦିନକୁ ଦିନ ବଢୁଥାଏ କାରଣ ପୁଅ ଝିଅଙ୍କ ବିବାହ ବୟସ ଗାଡିଯାଉଥାଏ। ଝିଅକୁ ୩୨ବର୍ଷ ହେଲାଣି ଆଉ ପୁଅକୁ ୩୦ବର୍ଷ। ତେଣୁ ଗୋଟେ ଦିନ ହୀରାଦେବୀ ବାଧ୍ୟହୋଇ ତାଙ୍କ ଝିଅ ମିନାକ୍ଷୀକୁ ଆସିଥିବା ଏକ ପ୍ରସ୍ତାବ ଉପରେ ନିଜର ମତ ଦେବାପାଇଁ କୁହନ୍ତି। ସେ କିନ୍ତୁ କରେ ଆଉ କୁହେ କି ମୋର ବିବାହ କରିବାର ନାହିଁ, ତେଣୁ ତୁ ଅଯଥା ତୋର ସମୟ ବର୍ବାଦ କରୁଛୁ। ଯଦି ପାରୁଛୁ ତେବେ ରବିନ୍ଦ୍ର ପାଇଁ ଝିଅ ଦେଖେ, ଆଉ ତାର ବିବାହ କରିଦେ।

ଝିଅଠାରୁ ଏମିତି ଉତ୍ତର ଶୁଣି ହୀରାଦେବୀ ରାଗିଯାନ୍ତି ଆଉ କୁହନ୍ତି ଘରେ ବଢ଼ିଲା ଝିଅକୁ ବସେଇକି ପୁଅକୁ ବିବାହ ଦେବି ଯଦି ଏସମାଜ ମତେ କଣ କହିବ? ହେଲେ ତୁ କଣ ପାଇଁ ବିବାହ କରିବା ପାଇଁ ମନା କରୁଛୁ? ତାର କାରଣ ଟା ତ କହ।

:କିଛି କାରଣ ନାହିଁ ବାସ ମୁଁ ବିବାହ କରିବା ପାଇଁ ହିଁ ଚାହୁଁନି।

ତେଣୁ ହୀରାଦେବୀ ନିରୁପାୟ ହୋଇ ଚୁପ ରୁହନ୍ତି, ଆଉ ପୁଅ ପାଇଁ ଆସୁଥିବା ପ୍ରସ୍ତାଵ କିଛି ନେଇ ରବୀନ୍ଦ୍ରକୁ ଦେଖାନ୍ତି। ରବୀନ୍ଦ୍ର ବିବାହ ନାଁ ଶୁଣିବା ମାତ୍ରେ ଚିଡି ଉଠେ ଆଉ କୁହେ ପ୍ରଥମେ ନାନୀର ବିବାହ ତାପରେ ମୋର, ଯଦି ସେ ବିବାହ ପାଇଁ ରାଜି ନାହିଁ ତେବେ ମୁଁ ବି ବିବାହ କରିବିନାହିଁ।

:ପୁଅଠାରୁ ନାସ୍ତି ବାଣୀ ଶୁଣିବାପରେ ହୀରାଦେବୀ ସମ୍ପୂର୍ଣ୍ଣ ରୂପେ ଉପାୟ ଶୂନ୍ୟ ହୋଇଯାନ୍ତି। ଆଉ କୁହନ୍ତି ତୁମ ଭାଇ ଭଉଣୀ ଦୁଇଟାଙ୍କ ମନକୁ ଯାହା ଆସୁଛି ସେୟା କର। ତୁମ ଦୁଇଜଣଙ୍କୁ ଜମାବି ବୁଝେଇହବନି।

ଏହି ଭିତରେ ରବିନ୍ଦ୍ରର ଟ୍ରାନ୍ସଫର ହୋଇଯାଏ ନବରଙ୍ଗପୁର। ତେଣୁ ସେ ନବରଙ୍ଗପୁରରେ ଯାଇ ଜଏନ କରେ, ଆଉ ସେଇଠି ଏକୁଟିଆ ରୁହେ। ଖାଇବା ପିଇବା ସହ ଜାବତ୍ୟ ପ୍ରକାର ଅସୁବିଧା ହେବାରୁ ସେ ତାର ମା ହୀରାଦେବୀଙ୍କୁ ପାଖକୁ ନେଇଯାଏ। ଏପଟେ ମିନାକ୍ଷୀ ବି ଏକୁଟିଆ ହୋଇଯିବାରୁ ସବୁପ୍ରକାର ଅସୁବିଧାର ସମ୍ମୁଖିନ ହୁଏ। ଏମିତି ପ୍ରାୟ ଏକ ବର୍ଷଧରି ଚାଲେ। ଏପଟେ ବିଭିନ୍ନ ଲୋକ ବିଭିନ୍ନ ପ୍ରକାର କଥା କହୁଥାନ୍ତି। ଏହି ଭିତରେ ମିନାକ୍ଷୀକୁ ତାର ସମବୟସ୍କ ତାଙ୍କ ସ୍କୁଲର ଜଣେ ଶିକ୍ଷକ ମୃଣାଳ ବିବାହ ପାଇଁ ପ୍ରସ୍ତାବ ଦିଅନ୍ତି। ମିନାକ୍ଷୀ କିଛି ଉତ୍ତର ନଦେଇ ସେସ୍ଥାନରୁ ଚଳିଯାଏ। ଏମିତି ବାରମ୍ବାର ପ୍ରେମ ଭିକ୍ଷା କରିବା ପରେ ଗୋଟେ ଦିନ ମିନାକ୍ଷୀ କୁହେ ଯଦି ଆପଣ ବିବାହ କରିବାପାଇଁ ଚାହୁଁଛନ୍ତି ତେବେ ମୋର ମାକୁ ପ୍ରଥମେ କୁହନ୍ତୁ ତାପରେ ଯାଇ କିଛି ହୋଇପାରିବ, ନହେଲେ କିଛି ବି ହୋଇପାରିବ ନାହିଁ।

ଏହାପରେ ମୃଣାଳ ତାର ପୁରା ପରିବାର ସହ ମିନାକ୍ଷୀର ଘରକୁ ଯାଆନ୍ତି ଆଉ ବିବାହ ଠିକ କରିଦେଇ ଆସନ୍ତି। ଏହାର କିଛିଦିନ ମଧ୍ୟରେ ଖୁବ ଧୁମଧାମରେ ବିବାହ ସମ୍ପର୍ଣ୍ଣ ହୁଏ। ମିନାକ୍ଷୀ ଓ ମୃଣାଳଙ୍କ ବୈବାହିକ ଜୀବନ ପ୍ରଥମ ଦୁଇବର୍ଷ ଠିକ ଠାକ ରୁହେ କିନ୍ତୁ ହଠାତ ଉଭୟଙ୍କ ମଧ୍ୟରେ କୌଣସି କାରଣକୁ ନେଇ ଝଗଡା ସୃଷ୍ଟି ହବା ସହ ମନାନ୍ତର ଓ ମତାନ୍ତର ସୃଷ୍ଟି ହୁଏ। ଏପଟେ ରବୀନ୍ଦ୍ର ପାଇଁ ଝିଅ ଦେଖୁଥାନ୍ତି ହୀରାଦେବୀ ଓ ଏକ ଝିଅବି ଠିକ କରିଦେଇଥାନ୍ତି। ସେ ଦେଖିବାକୁ ଯେମିତି ଥିଲା ଗୁଣରେ ବି ଠିକ ସେମିତି ଥିଲା।

ହେଲେ ଏପଟେ ଝିଅ ମିନାକ୍ଷୀର ବୈବାହିକ ଜୀବନରେ ଝଡ଼ ସୃଷ୍ଟି ହେବାରୁ କାହାର ମନରେ ଶାନ୍ତି ନଥାଏ, ସମସ୍ତେ ମିନାକ୍ଷୀ ପାଇଁ ଚିନ୍ତିତ ଥାନ୍ତି। ଆଉ ତାକୁ ବୁଝଉଥାନ୍ତି ଯେ କିଛି ଜିନିଷ ନିଜ ଭିତରେ ଆପୋଷ ବୁଝାମଣା କରି ସମସ୍ୟାର ସମାଧାନ କରାଯାଏ। କିନ୍ତୁ ଏମିତି ଏକଜିଦ୍ଦି ହୋଇ ରହିଲେ କେବଳ ଦୁଃଖ ଛଡା ଆଉ କିଛି ମିଳିବନି। ସମସ୍ତେ ବହୁତ ବୁଝେଇବାକୁ ଚେଷ୍ଟା କରନ୍ତି ମିନାକ୍ଷୀକୁ, ମୃଣାଳକୁ ବି ତାର ପରିବାର ସଦସ୍ୟ ବହୁତ ବୁଝେଇବାକୁ ଚେଷ୍ଟା କରନ୍ତି। ହେଲେ ସମସ୍ତଙ୍କର ଚେଷ୍ଟା ନିଷ୍ଫଳ ହୁଏ,ପରିଶେଷରେ ଉଭୟଙ୍କ ଛାଡପତ୍ର ହୋଇଯାଏ। ହେଲେ ମୃଣାଳ ଔରସରୁ ଅନ୍ତସତ୍ଵା ଥାଇବି ମିନାକ୍ଷୀ ତାର ଭାଇ ପାଖକୁ ନ ଆସି ଏକୁଟିଆ ଘର ଭଡା ନେଇ ରୁହେ।

ଏହାର କିଛିଦିନ ମଧ୍ୟରେ ରବିନ୍ଦ୍ରର ବିବାହ ସମ୍ପର୍ଣ୍ଣ ହୁଏ। ମିନାକ୍ଷୀ ବି ସାମିଲ ହୁଏ ତାର ଭାଇ ବିବାହରେ। ହେଲେ ତାର ମନରେ ଟିକେ ବି ଖୁସି ନଥାଏ। ବିବାହର ଗୋଟିଏ ବର୍ଷ ନପୁରୁଣୁ ରବିନ୍ଦ୍ରର ନବବିବାହିତ ସ୍ତ୍ରୀ ରବୀନ୍ଦ୍ରକୁ ଛାଡି ରାତାରାତି ଟଙ୍କା,ଅଳଙ୍କାର ଓ ଅନ୍ୟାନ୍ୟ ଜିନିଷପତ୍ର ଧରି ତାର ପ୍ରେମିକ ସହ କୁଆଡେ ଚାଲିଯାଏ। ସକାଳୁ ଉଠି ରବୀନ୍ଦ୍ର ଦେଖେ ଯେ ତାପାଖରେ ତା ସ୍ତ୍ରୀ ନାହିଁ, ବହୁତ ଖୋଜାଖୋଜି କରିଲା ପରେ ବି ସେ ମିଳେନାହିଁ। ତେଣୁ ବାଧ୍ୟହୋଇ ପୋଲିସରେ କମ୍ପ୍ଲେନ କରେ। କାହାରି ମନରେ ଶାନ୍ତି ନଥାଏ। ବହୁତ ଲୋକ ବହୁତ ପ୍ରକାର କଥା କହୁଥାନ୍ତି।ହେଲେବି ସେସବୁକୁ ମୁକାବିଲା କରି ଏମିତି କିଛିଦିନ ବିତିଯାଇଥିଲେ ସୁଦ୍ଧା ରବୀନ୍ଦ୍ର କିଛିବି ସୂଚନା ପାଇନାହିଁ ତାର ସ୍ତ୍ରୀ ବିଷୟରେ। ଏତେସବୁ ଚିନ୍ତାରେ ହୀରାଦେବୀ ରୋଗାଗ୍ରସ୍ତ ହୁଅନ୍ତି।ତେଣୁ ମିନାକ୍ଷୀ ବାଧ୍ୟହୋଇ ଆସି ତାର ଭାଇ ରବୀନ୍ଦ୍ର ପାଖରେ ରୁହେ।

ଏପଟେ ଅନ୍ତସତ୍ଵା ଥିବା ମିନାକ୍ଷୀ ଏକ ପୁତ୍ର ସନ୍ତାନକୁ ଜନ୍ମ ଦିଏ। ପୁନର୍ବାର ଘରେ ଏକ ଖୁସିର ଲହରୀ ଖେଳିଯାଏ। ଉଭୟ ଭାଇ ଭଉଣୀ ସେହି ପୁଅର ମୁହଁକୁ ଚାହିଁ ଜୀବନ ଅତିବାହିତ କରନ୍ତି। ନାତିର ଆଗମନରେ ହୀରାଦେବୀ ବି ଧୀରେ ଧୀରେ ଆରୋଗ୍ୟ ଲାଭ କରନ୍ତି। ପୁନର୍ବାର ସେମାନଙ୍କ ଖୁସିର ସଂସାର ସୁରୁଖୁରୁରେ ଚାଲିଥାଏ। ହଠାତ ଗୋଟେଦିନ ପୋଲିସକୁ ଘରେ ଦେଖି ସମସ୍ତେ ଆଶ୍ଚର୍ଯ୍ୟ ହୁଅନ୍ତି। ପୋଲିସ କିନ୍ତୁ ସେଦିନ ଦୁଃଖ ଖବର ବଦଳରେ ଆଣିଥିଲା ଖୁସି ଖବର।

ସେ ଖୁସି ଖବର ଥିଲା ଯେ ରବୀନ୍ଦ୍ର ଯାହାଙ୍କୁ ବିବାହ କରିଥିଲା ସେ ପୂର୍ବରୁ ୩-୪ ଟା ବିବାହ କରିସାରିଥିଲା। ସେ ମଧ୍ୟ ସେମାନଙ୍କୁ ଅନୁରୂପ ଭାବେ ବିବାହର କିଛିଦିନ ଭିତରେ ଧନସମ୍ପଦ ଧରି ଚକମା ଦେଇ ଅନ୍ୟତ୍ର ଚାଲିଯାଏ। ଆଉ ଏହା ପଛରେ ଏକ ସ୍ୱତନ୍ତ୍ର ର୍ୟାକେଟ କାମ କରୁଛି। ସେମାନଙ୍କ ଟାର୍ଗେଟ କରନ୍ତି ରବୀନ୍ଦ୍ର ଭଳି ପୁଅ ମାନଙ୍କୁ। ଯାହାର ଭଲ ରୋଜଗାର ଥିବା ସହ ବିବାହ ବୟସ ଅଧିକ ହୋଇଯାଇଥିବ। ଏମିତି ହେଲେ ସେମାନେ ଜଲ୍ଦିରେ ବିବାହ କରିନେବେ ଆଉ କେହି ବିଶେଷ କିଛି ଖୋଜା ବୁଝା ବି କରିବେନି। ଆଜି ସେମାନଙ୍କୁ ଧରିବାରେ ଆମେ ସଫଳତା ହାସଲ କରିଛୁ। ଆମର ଜଣେ ପୋଲିସ ନିଜେ ବର ହୋଇ ସେମାନଙ୍କ ପର୍ଦ୍ଦାଫାସ କରିଛନ୍ତି।

ସେମାନେ ମୁଖ୍ୟତଃ ସାମାଜିକ ଗଣମାଧ୍ୟମ ଜରିଆରେ ଫେକ ଆଇଡ଼ି କରି ବିଭିନ୍ନ ଲୋକଙ୍କୁ ଟାର୍ଗେଟ କରିବା ସହ ଧନ ସମ୍ପତି ହଡପ କରନ୍ତି। ସେମାନେ ଏମିତି କାହାଣି ରଚନ୍ତି ଯେ କେହିବି ଫସିଯିବ। ଏଇଟା ହଉଛି ସେମାନଙ୍କ ରୀତିମତ ପେଶା। ଏଥିପ୍ରତି ଟିକେ ଧ୍ୟାନ ଦେବେ ଓ ଆଗକୁ ସତର୍କ ରହିବେ। ଏଇ ଦେଖନ୍ତୁ ତାର ମିଛ ବିବାହ କରିଥିବା ଲିଷ୍ଟ। ସେହି ଲିଷ୍ଟ ରେ ମୃଣାଳ ନାମ କୁ ଦେଖି ମିନାକ୍ଷୀ ବି ଆଶ୍ଚର୍ଯ୍ୟ ଚକିତ ହୋଇଯାଏ। ପରେ ଖବର ନେବାରୁ ଜଣାପଡେ ଯେ ଏବେ ମୃଣାଳ ଏକ ମେଣ୍ଟାଲ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି।

ଏବେ ଉଭୟ ଭାଇ ଭଉଣୀ ଖୁସିରେ ତାଙ୍କ ମା ହୀରାଦେବୀଙ୍କ ସହ ଜୀବନ ବିତାଉଛନ୍ତି ଓ ସେହି ଛୋଟ ପିଲାଟିର ମୁହଁକୁ ଚାହିଁ ସମୟ ଅତିବାହିତ କରୁଛନ୍ତି। ଆଉ ହଁ ବହୁତ ବିଳମ୍ବରେ କିଛି ନବୁଝି ନଶୁଝି ବିବାହ କରିଥିବାରୁ ଉଭୟ ବହୁତ ପଶ୍ଚାତାପ ଅନୁଭବ କରିବା ସହ ଅନ୍ୟମାନଙ୍କୁ ଏଥିରୁ ନିବୃତ ରହିବାପାଇଁ ଉପଦେଶ ଦିଅନ୍ତି। ପୁଣି କୁହନ୍ତି ଯେ ସମ୍ପର୍କର ସେତୁ ଯୋଡିବା ପୂର୍ବରୁ ବୁଝିବିଚାରି ନିଷ୍ପତି ନେବାପାଇଁ। ଯାହାଫଳରେ କି ଭବିଷ୍ୟତରେ ଯେମିତି ଏଭଳି ପରିସ୍ଥିତି ସୃଷ୍ଟି ନହେବ।



Rate this content
Log in

Similar oriya story from Abstract