Mishra Manasi

Tragedy

4  

Mishra Manasi

Tragedy

ସଙ୍ଘର୍ଷ ଜୀବନର ସାଉଁଟା ଖୁସି

ସଙ୍ଘର୍ଷ ଜୀବନର ସାଉଁଟା ଖୁସି

3 mins
350



ପାଞ୍ଚ ଦିନ ହେଲାଣି ଅଛାଡ଼ ଜ୍ବରରେ ପଡି ଆଜି ଉଠିଛି ପାର୍ବତୀ । ପାଟିକି ପାଣି ଟୋପାଏ ଯାଇନି ତାର । ଭାତ କଥା ଛାଡ । ଏ ନିଆଁ ଲଗା କରୋନା ବେମାରୀ ଯୋଗୁଁ ଆଜିକାଲି କାମ ପାଇଟି କିଛି ବି ମିଳୁନି । ଦି ଚାରି ଜଣ ବାବୁ ଘରେବାସନ ମାଜି ଗୁଜୁରାଣ ମେଣ୍ଟଉଥିଲା ସେଵି' ମନାକରିଦେଲେ ଏଇ ନିଉଛଣା ବେମାରୀ ପାଇଁ । ସ୍ୱାମୀ ଛାଡି ଗଲା ଦିନୁଁ ଦି ଦିଟା ଛୁଆ ଙ୍କ ମୁହଁରେ ରକ୍ତ ମାଉଁସ ଏକ ଖଣ୍ଡ କରି ଆହାର ଦଉଛି । ଯେତେ କଷ୍ଟ ହେଲେବି' ଭାଙ୍ଗି ପଡିନି କେବେ । ଏଇ ଛଅ ମାସ ହେଲାଣି କାମ ନାହିଁ । ରୋଜଗାର ବିନା ସବୁ ଆଣ୍ଟ ଭାଙ୍ଗି ଗଲାଣି ତାର । ଅଳ୍ପେ ବହୁତେ ଯାହା ସଞ୍ଚୟ ଥିଲା ସବୁ ସରି ଗଲାଣିୟା ଭିତରେ । ଆକାଶ ଛୁଆଁ ବଜାର ଦର ଦେଖି ହାଲକ ଶୁଖି ଯାଉଛି ପାର୍ବତୀର । କେମିତି ବଞ୍ଚିବ, କେମିତି ଛୁଆଙ୍କୁ ବଞ୍ଚେଇବ, ଏଇ ଚିନ୍ତାରେ ଜ୍ବରରେ ପଡ଼ିଗଲା ସେ ।

 ହାଣ୍ଡିରେ ଚାଉଳ ସେରେ ଥିଲା, ପଡ଼ିଶା ଘର ଖୁଡିଙ୍କୁ ଦେଇଥିଲା ଦିଦିନ ତଳେ। ସେ କ'ଣ ତା ପିଲାଙ୍କୁ

ଭାତ ମୁଠେ ଦେଇଥିଲେ । କିନ୍ତୁ କାଲିଠାରୁ ତାପିଲା କିଛି ବି' ଖାଇ ନାହାଁନ୍ତି । ତା କଥା କିଏ ପଚାରୁଛି ?

 ପାଖ ଡାକ୍ତରଖାନାରୁ ଆଠ ବରଷର ବଡ଼ ଝିଅ ତା 'ପାଇଁ ଓଷଦ ଚାରିପାନେ କହିକରି ଆଣିଥିଲା । ଖାଲି ପେଟରେ ଓଷଦ ଖାଇବନି ବୋଲି ଗାଁ ସାହୁ ମଉସା ଦୋକାନରୁ ଝିଅକୁ ପଠେଇ ସାଗୁ ଦିଇଶ ଆଣି ଖୁଡି କୁ ଦେଇଥିଲା । ସାହୁ ମଉସା ତବାକି ଦବାକୁ ମନାକରୁଥିଲା, କେବଳ ଝିଅ କାନ୍ଦିବାରୁ ଦେଲା । ଲୁଣ ସାଗୁ ଟିକେ ଫୁଟେଇ ବିଚରା ସେଇ ଖୁଡି ତାକୁ ଦେଇଥିଲେ । ତାକୁ ଯେମିତି ପିଇଚି, ପେଟ ଚକଟି ମନ୍ଥି ହେଇଯେତିକି ପିଇ ନଥିଲା, ସାତ ସେତିକି ବାନ୍ତି ହେଇଗଲା ।ମାଆର ଏ ଅବସ୍ଥାଦେଖି ପିଲା ଦିଟା କୁଙ୍କୁଡ଼ି କାଙ୍କୁଡ଼ି ହେଇ ଭୟରେ ମାଆ ପାଖରେ ବସିଥାନ୍ତି । ଭୋକରେ ସାନ ପିଲାଟା ଆଉଣ୍ଡି ହେଇ କାନ୍ଦିବାକୁ ଆରମ୍ଭ କଲେ ଝିଅ ତାକୁ ବୁଝେଇ ପାଣି ଟୋପେ ପିଆଇ ଦେଉଥାଏ ।

  ଆଜି ପାଞ୍ଚ ଦିନପରେ ଜ୍ୱର ଛାଡିବାରୁ, ସେ ଉଠି ବସିଛି । ନିଜକଥା କଣ ବୁଝିବ, ପିଲାଦିଟାଙ୍କ ଶୁଖିଲା ଭୋକିଲା ମୁହଁ ଦେଖି ତା ଛାତି ଭିତରଟା କଣ ହେଇଯାଉଛି । ପିଲାଦିଟା ବୋଉ କୁ ଦେଖି ଏକାବେଳକେ କାନ୍ଦିଉଠି କହି ପକେଇଲେ,"ବୋଉ ବହୁତ ଭୋକ ହେଉଛି, କାଲିଠୁଁ ଆମେ କିଛି ଖାଇନୁ । ଏକଥା ଶୁଣି ପାର୍ବତୀର ଛାତିରୁ କୋହ ଉଠି ଲୁହ ହେଇ ଗଡିପଡିଲା ଶୁଖିଲା ଆଖିରୁ । ଦମ୍ଭ ଧରିଲା । ଶୁଣିଥିଲା ବଜାରରେ ହୋଟେଲ ଖୋଲିଲାଣି । ଆଗରୁ ବେଳେବେଳେ ସେଠି ସେ ମସଲା ବଟାବଟି, ବାସନ ମଜାମଜି କାମକରୁଥିଲା । ଯାଉଛି, ବାବୁଙ୍କୁ କହିବି, ମୋତେ କିଛି କାମ ଦେବେ । ବଳକା ଭାତ ଦିଟା ଆଣିଲେ ପିଲା ଖାଇବେ । ବଳ ପାଉ ନଥାଏ, ତଥାପି ଭାରି କଷ୍ଟରେ ସାନ ପୁଅଟାକୁ ଧରି ଏତେଗୁଡା ବାଟ ଚାଲିଆସି ହୋଟେଲ ଦୁଆର ମୁହଁରେ ପହଞ୍ଚିଲା । ମାଲିକଙ୍କୁ ଦେଖି କହିଲା, ବାବୁ "ମୁଁ ପାଞ୍ଚଦିନ ହେଲା ଜ୍ବରରେ ପଡ଼ିଥିଲି, ମୋପିଲା ଦୁଇ ଦିନ ହେଲାକିଛି ଖାଇ ନାହାଁନ୍ତି । ଆଜି ମୋ ଦେହଟିକେ ଭଲ ହେଇଚି । ମୋତେ କିଛି କାମ ଦିଅନ୍ତୁ । ପିଲା ମୋ ଭୋକରେ ଆଉଟି ପାଉଟି ହେଉଛନ୍ତି ।

ହୋଟେଲ ମାଲିକ ସବୁ ଶୁଣି କହିଲେ, ଚାରିମାସ ହେଲା ହୋଟେଲ ବନ୍ଦ ଥିଲା । ଦଶ ଦିନ ହେଲା ଖୋଲିଛି ।ବେପାର ନାହିଁ । କି କାମ ଦେବି ତୋତେ । ବହୁତ ଅନୁନୟ ଵିନୟ ହେଇ କହିଲା ବାବୁ କାମ ନଇଲେ ନାହିଁ, ବାସି ବଳକା ଭାତ ମୁଠାଏ ଅଛି ଯଦି, ଦିଅନ୍ତନି ?ମୋ ପିଲା ଖାଆନ୍ତେ । ଆପଣଙ୍କର ଧରମ ହୁଅନ୍ତା । ସାନ ପୁଅଟା ପାଖରୁ କେତେବେଳେ ପଳେଇଛି,ସେ ଜାଣିନି । ଦୂରରୁ ହୋଟେଲ କଡରୁ ତା ପାଟି ଶୁଣାଗଲା । "ବୋଉ, ବୋଉ, ଦେଖିଲୁ ଏଠି କେତେ ଭାତ । ସେ ଆଖି ଉଠେଇ ଦେଖିଲା ବେଳକୁ ଅଳିଆ ଖତ ଗଦାରୁ ଅଇଁଠା ଖଲି ପତ୍ରରୁ ପାଖେ କୁକୁର ଆର ପାଖରୁ ତା ଗଣ୍ଠିଧନ ପଚରା ଭାତ ଗୁଡାକ ବାଲୁବାଲୁ ଖାଇ ଚାଲିଛି । ମୁଣ୍ଡ ଝିମଝିମ, ତଣ୍ଟି ଅଠା ଅଠା ହେଇଗଲା ତାର । ଲାଥୁକିନା ମାଟିରେ ବସିଗଲା ସେ ।


Rate this content
Log in

Similar oriya story from Tragedy