Swati Mohapatra

Romance

3  

Swati Mohapatra

Romance

ତୁମେ ଆଉ ମୁ ଓ ପୁର୍ଣିମା ର ସନ୍ଧ୍ୟା

ତୁମେ ଆଉ ମୁ ଓ ପୁର୍ଣିମା ର ସନ୍ଧ୍ୟା

3 mins
276



ନିଦ ହଉନି ରାତି ଆସିକି 2ଟା ହେଲାଣି ସମସ୍ତେ ସୋଇପଡିଛନ୍ତି ମୁ ଏକା ବିଛଣା ଉପରେ ପଡି କର ଏପଟ ସେପଟ କରୁଛି କାନ ରେ ନିଝୁମ ରାତିର ନିରବ ଧୀରସ୍ଥିର ଶବ୍ଦ ବାଜୁଛି ରାତିଚର ଜୀବମାନେ କେଁ କେଁ ଚିର ଚିର ଶବ୍ଦରେ ବଗିଚା କମ୍ପିଯାଉଛି ନିଦ ବିଲକୁଲ ହଉନି ଆଖିରେ ପଲକ ପଡୁନି ଅନ୍ଧାର ଘରର ଚାରିକାନ୍ଥକୁ ଡିମ ହୋଇ ଜଳିଛି zero light କାନ୍ଥରେ ଘର ର ସବୁ ଆସବାପାତ୍ର ଜିନିଷ ର ଛାୟୀ ପଡି ଭିନ୍ନ ଭିନ୍ନ ଆକାର ର ଦେଖାଯାଉଛି ଭୟ ତ ଲାଗୁନି ଏତେ ।

ହେଲେ ଏକା ଲାଗୁଚି ମୁ ଉଠିଗଲି ପାଖରେ ଥିବା ପାଣି ବୋତଲ ରୁ ପାଣି ପିଇଲି ମୁ ସେଦିନ ନିଜର ପାଣି ପିଇବାର ଢକ ଢକ ଶବ୍ଦ ଶୁଣିଲି ଏତେ ନିରବ ଚାରିଆଡେ ହୋଇଯାଇଥିଲା ଘଣ୍ଟା ର କଣ୍ଟା ଟିକ ଟିକ ବାର ବାର ମୁ କାନ ରେ ବାଜୁଥିଲା ।


ମୁ ଘଣ୍ଟା ଆଡେ ଅନେଇକି ଦେଖିଲି ଠିକ 2:15ମିନିଟ ହୋଇଛି ଧୀରେ ଧୀରେ ମୁ ଚାଲିକି ମୋ କୋଠରୀ ର ଝରକା ପାଖକୁ ଗଲି ସେ ପରଦା କୁ ଟିକେ ଘୁଞ୍ଚେଇ ବାହାରକୁ ଚାହିଁଲି ବାହାରୁ ମନ୍ଦ ମନ୍ଦ ମାଦଳା ରେ ଦଲାଏ ପବନ ଆସି ମୋ ସାରା ଶରୀରରେ ବାଜି ଶୀତେଇ ଦେଲା ମୋ ଭିତରେ ଗୋଟେ ଅର୍ଦ୍ଧନିଶ୍ୱାସ ମାରିଲା ପାଖରେ ଥିବା ଝୁଲା ଚୌକି ଆଣି ବସିପଡିଲି ।


ସେ ପୁର୍ଣିମା ରାତି ରେ ସେ ଚାନ୍ଦ ରୂପାଥାଳି ପରି ହସୁଥାଏ ଜହ୍ନ ଆଲୋକ ତୀକ୍ଷ୍ଣ ରୂପରେ ମୋ ଉପରେ ପଡୁଥିଲା ମୁ ସେ ଆଲୋକ ସେ ଚାନ୍ଦିନୀ ରାତି କି ଚାହିଁକି ରହିଲି ଆଉ ହାଲକା ହାଲକା ମାନେ ପଡିଗଲା ଆଉ ଏକ ଚାନ୍ଦିନୀ ରାତି ଆଉ ମୁ ଏକା ନୁହେଁ ସେ ଅନୁଭୂତି ମୋ ଚାନ୍ଦ ସହ ଥିଲା ।


     ସାଗର ଆଡୁ ବହିଆସୁ ଥିଲା ଝଲ ମାଲିଆ ପବନ ଦେହେରେ ବାଜି ପୁରା ତାଜା କରିଦେଉଥିଲା ମୁ ତାଙ୍କ କାନ୍ଧରେ ମୁଣ୍ଡ ରଖି ସୋଇପଡିଛି ହାଲକା ଆଖି ଖୋଲି ଚାହିଁଛି ସେ ଦିଗବଳୟ ଅପୂର୍ଵଦୃଶ୍ୟ ଯୋଉଠି ଦେଖାଯାଉଛି ~~~~~~ନୀଳତରଙ୍ଗ ସାଗର ବୁକୁରେ ସୁନୀଲଗଗନ ର ଚାନ୍ଦ ସେ ଦିନ ପଡିରହିଛି ସେତେ ଯେମିତ ଲାଗୁଚି ଦୁହେଁ ଦୁହିଁଙ୍କୁ ଆଲିଙ୍ଗନ ପରି ଲାଗୁଚି ଆଉ ସେତେବେଳେ ସେ ଘର ଘର ଶବ୍ଦ ର ଉର୍ମି ଢେଉ ମାଡିଆସୁଛି ମୋ ପାଦ ପାଖ ବାଲି ଘେରାକୁ ଚୁମି ଦେଇ ଚାଲିଯାଉଛି ମୁ ତାକୁ ଦେଖି ଟିକେ ଛାନିକି ଯାଉଛି ଆଉ ତାଙ୍କ କାନ୍ଧ ରେ ମୁଣ୍ଡ ଦେଇ ତାଙ୍କ ବାହୁକୁ ମୋ ବାହୁରେ ଟାଣି ଆଣୁଚି ସେ ହସି ଦେଇ ମତେ ଚାହିଁକି କହୁଛନ୍ତି ରହ କିଛି ହବନି ମୁ ତାଙ୍କୁ ଚାହିଁ ପ୍ରେମର ବିଳାପେ ପଲକ ଝଲକେଇ ହସିଦଉଚି ଏମିତି ସେ ମୋ ହାତରେ ହାତ ରଖି କେତେ ଯେ ସ୍ବପ୍ନର ବର୍ଣନା କଲେ ।


 ମୁ କିନ୍ତୁ ଗୋଟେ କଥା ଭାବୁଥିଲି ତାଙ୍କ ହସ ହସ ମୁହଁ ଜହ୍ନ ରାତି ହାଲକା ହାଲକା ଝିଲିମିଲି ପବନ ଆଉ ସେ ଢେଉ ର ତାରତାର ଶବ୍ଦଧ୍ଵନି ଓ ତାଙ୍କ ବାହୁର ସ୍ପର୍ଶ ମୋ ଜୀବନରେ ସବୁବେଳ ଏମିତି ଥାଉ ଆଉ ସେ ଚାନ୍ଦକୁ ଉପହାସ କରି ମୋ ପାଖରେ ରହିଥାନ୍ତୁ ଆଉ ବୟସର ଅପରାହ୍ନ ରେ ଭି ସେ ମୋ ପାଖରେ ଥିବେ ।



ହଠାତ ମୋ କାନ ରେ ବାଜିଲା ~~ତୁମ ହୋ ତୋ ହେ ମେରୀ ଜିଁଦେଗି.....

ମୁ ମଗ୍ନ ହୋଇଗଲି ସେ ସଂଗୀତ ର ତାଳେ ତାଳେ ହେଲେ ପୁଣି କୁଆଡୁ ମତେ ଆଭାସ ହେଲା କର୍କଶ ଶବ୍ଦ କବାଟ ର କେଁ କେଁ ଆଉ ପଛରୁ କିଏ ଗୋଟେ ଚିଲେଇ କହୁଛି ""ଏ ଉଠୁ ସେଠି କଣ ଶୋଇପଡ଼ିଛୁ ଦେଖେ ତୋ ଫୋନ ବାଜୁଛି"""ମୁ ଉଠିଲି ଦେଖିଲି ମୋ ଆଗରେ ମା ଠିଆ ହୋଇଛି ଲୁହଖଡ଼ିକା ଧରିକି ଲାଗୁଥିଲା ରୋଷେଇ କରୁଥିଲା ।


ମୁ ହସି ଦେଲି ସେ ପଳେଇଲା ମୁ ଝରକାକୁ ଚାହିଁଲି ସୂର୍ଯ୍ୟ ସକାଳୁ ତାଙ୍କ ଭିଟାମିନ ଡି ଵାଲା କିରଣ ମୋ ଉପରେ ପଡୁଛି ଆଖିରେ ହାତ ମାରି ଦେଖିଲି ଘଣ୍ଟା ଆଡେ 7:45 ହେଲାଣି ମୁ ଉଠିଗଲି ଏତେ ଦିନ ହେଲାଣି ଧଡ଼ ପଡ ରେ ମୋବଇଲ ପାଖକୁ ଗଲି ଦେଖିଲା ବେଳ କୁ

ସେ ରାତି ପୁର୍ଣିମା ର ଚାନ୍ଦ ମୋ ଚାନ୍ଦ କଲ୍ କରିଥିଲେ ହସିଦେଲି ଭାବିଲି ତୁମ କଥା ତ ଭାବୁଥିଲି ତୁମେ ହିଁ call କଲ ।

[ ଇତି ]

ତୁମ ସ୍ଵାତି



Rate this content
Log in

Similar oriya story from Romance