Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Chittaranjan Nanda

Children Stories Inspirational Others

3  

Chittaranjan Nanda

Children Stories Inspirational Others

ଜୟ ମା ସରସ୍ବତୀ

ଜୟ ମା ସରସ୍ବତୀ

1 min
451


ଗର୍ବ ଗଞ୍ଜନୀ, ତୁମେ ମା ସରସ୍ବତୀ 

ରଖ ସଦା କୃପା, ମା ଉତ୍କଳ ଭାରତୀ।


ଜ୍ଞାନାଲୋକ ଝରେ ତୁମ ଶକ୍ତି ବଳେ

ସଂସାର ପଙ୍କରେ କମଳ ଫୁଟି ଖେଳେ ।


ମାଘ ମାସ ଶୁକ୍ଳ ପକ୍ଷ ପଞ୍ଚମୀରେ ପାଉ ପୂଜା

ତୋ ଶକ୍ତିରେ ମୂର୍ଖ ବି ଉଡାଏ ପଣ୍ଡିତର ଧ୍ବଜା ।


ତୁହି ମା ବିଦ୍ୟାଦାୟିନୀ ମରାଳବାହିନୀ, 

ଭଗବତୀ, ଶାରଦା ଓ ବୀଣାପାଣି ।


ହେ ମାଆ ବାଗେଶ୍ୱରୀ ବିଦ୍ୟାର ଇଶ୍ଵରୀ

ହେ ମାଆ ସରସ୍ୱତୀ ବିଦ୍ୟା, ବୁଦ୍ଧି ଦିଅ ଭରି ।


ହେ ମାଆ, ଶ୍ୱେତାମ୍ବରୀ କରେ ଆବାହାନ

ତମସାକୁ ଦୂର କରି ମା ଦତ୍ତ କର ମୋତେ ଜ୍ଞାନ ।


ମା ଜ୍ଞାନଦାତ୍ରୀ ଜଗଦ୍ଧାତ୍ରୀ ସିଦ୍ଧିଦାତ୍ରୀ 

ଅଜ୍ଞାନୀ ମୁଢ ମୁଁ ତୁମକୁ କରୁଛି ପ୍ରଣତି।


ହେ ବିଦ୍ୟା, ବୁଦ୍ଧି, ଜ୍ଞାନ ପ୍ରଦାୟିନୀ

ଏ ଜ୍ଞାନହୀନକୁ ଜ୍ଞାନେ କର ମଣ୍ଡଣୀ ।


ପାଦ ପଦ୍ମେ ଏ ମୂଢ କରେ ନିବେଦନ

ତୁମ ଉପରେ ଲେଖିବାକୁ ନାହିଁ ମୋର ଜ୍ଞାନ ।


Rate this content
Log in