Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Pt.Abhaya Kumar Tripathy Sharma

Others

4  

Pt.Abhaya Kumar Tripathy Sharma

Others

ମୋ ଗାଁ ମୋ ସଂସ୍କୃତି

ମୋ ଗାଁ ମୋ ସଂସ୍କୃତି

1 min
1.4K


ବିଶ୍ୱରେ ପ୍ରସିଦ୍ଧ ମୋ ଭାରତ ବର୍ଷ

ଏଇଠି ଜନମ ମୋର l

ଭାରତ ମଧ୍ୟରେ ପ୍ରସିଦ୍ଧି ଲଭିଛି

ମୋ ଗାଆଁ ଖଣ୍ଡିତର ll1


ଏଇଠି ରହିଛି ଭାରତେ ବିଖ୍ୟାତ

"କବାଡି" ଅନ୍ତୁଡ଼ିଶାଳ l

ଇଷ୍ଟଦେବୀ ଆମ "ମା'ଘାଟମଙ୍ଗଳା"

କରନ୍ତି ସର୍ବ ମଙ୍ଗଳ ll2


ଖରସ୍ରୋତା ନଦୀ ପଶ୍ଚିମ ଉତ୍ତରେ

ବେଢ଼ି ପୂର୍ବେ ପ୍ରବାହିତ l

ସେହି ନଦୀକୂଳେ ମା ଘାଟମଙ୍ଗଳା

ଯଜ୍ଞେଶ୍ୱର ବିରାଜିତ ll3


ହର୍ତ୍ତାଶୁଣି ଦେବୀ ମାଆ ଜାଗୁଳାଇ

ବାଗେଶ୍ୱର ବାଗେଶ୍ୱରୀ l

ମଦନମୋହନ ଶ୍ରୀରାଧାଗୋବିନ୍ଦ

ଗଡ଼ଗଡ଼େଶ୍ୱର-ଶ୍ୱରୀ ll4


ଦକ୍ଷିଣ ଦିଗରେ ଶ୍ରୀ ଉତ୍ତରେଶ୍ୱର

ପଶ୍ଚିମରେ ବ୍ରହ୍ମେଶ୍ୱର l

ମଧ୍ୟଭାଗେ ଛନ୍ତି ମା ଜଞ୍ଜାଳିଦେବୀ

ହନୁମାନ ଶନିଶ୍ଚର ll5


ଶ୍ରୀରାଧାଗୋବିନ୍ଦ ଉ. ପ୍ରା. ବିଦ୍ୟାଳୟ

କମ୍ପୁଟର ଶିକ୍ଷାଳୟ l

ଖଣ୍ଡିତର ଗ୍ରାମ ସରକାରୀ ଉଚ୍ଚ

ଇଂରାଜୀର ବିଦ୍ୟାଳୟ ll6


ବରଷକେ ଥରେ "ରଜ" ଉତ୍ସବରେ

ସାରା ଭାରତବର୍ଷରୁ l

ମହିଳା ପୁରୁଷ ପାଞ୍ଚ ଦିବାରାତ୍ର

କବାଡି ଖେଳ ସୁଚାରୁ ll7


ଐତିହ୍ୟ ସମ୍ପନ୍ନ ସର୍ବପୁରାତନ

ଖଣ୍ଡିତରର "ମିଳନ" l

ଦୁର୍ଗା, ବନଦୁର୍ଗା, ଗଜଲକ୍ଷ୍ମୀ କାଳୀ

ଗଣେଶଙ୍କର ପୂଜନ ll8


ବୀଣାପାଣି ପୂଜା ଶ୍ରୀଶିବ ଜାଗର

ବିଶ୍ୱକର୍ମା ଆଦି କେତେ l

ମଙ୍ଗଳାଙ୍କ ଯଜ୍ଞ ବଡଦିନ ଆଉ

ନୂଆବର୍ଷ ଆଦି ଯେତେ ll9


ସବୁ ପାଟକର ଲୋକେଛନ୍ତି ଏଠି

ଖ୍ରୀଷ୍ଟିଆନ ଭାଇଚାରା l

ବିଶାଳ ମୋ ଗାଆଁ ସଂସ୍କୃତି ସମ୍ପନ୍ନ

ବିଖ୍ୟାତ ଅଟେ ତା ନାଁ ll10


ଯଯାତିକେଶରୀ ସମୟରୁଛନ୍ତି

ମାଆ ମୋ ଘାଟମଙ୍ଗଳା l

ଷୋଡଶ ଶତାବ୍ଦୀ ସଦାବ୍ରତ ମଠ

କୃଷି ବାଣିଜ୍ୟେ ଚଞ୍ଚଳା ll11


ଏ ଗାଆଁ ମାଟିରେ ଜନମି ଅଛନ୍ତି

କେତେ ଯେ ମହାପୁରୁଷ l

ଗୀତରେ ଲେଖିବା ସମ୍ଭବ ନୁହଁଇ

ଅଳ୍ପରେ ବୁଝ ବିଶେଷ ll12



Rate this content
Log in