Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Samar Ballav Bhoi

Abstract Children Stories Inspirational

4.3  

Samar Ballav Bhoi

Abstract Children Stories Inspirational

ସାଣ୍ଟା ଅଙ୍କଲଙ୍କୁ ଚିଠି

ସାଣ୍ଟା ଅଙ୍କଲଙ୍କୁ ଚିଠି

2 mins
334


ନରେଶ ବାବୁଙ୍କ ଆଠ ବର୍ଷର ପୁଅ ପାର୍ଥ, ଭାରି ଗେହ୍ଲା ପୁଅ ତାଙ୍କର, ସବୁ ବେଳେ କିଛି ନା କିଛି ପ୍ରଶ୍ନ ତା ମନରେ ଆସୁଥାଏ, ବାପାଙ୍କୁ ପଚାରେ ନହେଲେ ମାଆଙ୍କୁ ପଚାରେ। କ୍ରିସ୍ ମାସ ପ୍ରସ୍ତୁତି ପାଇଁ ଆଉମାତ୍ର ଦୁଇ ଦିନ ବାକି ରହିଥାଏ । ନୂତନବର୍ଷ ଏବଂ କ୍ରିସମାସର ଆଗମନକୁ ନେଇ ପ୍ରତ୍ୟେକ ଘରେ ଚାଲିଥାଏ ଆନନ୍ଦ ଓ ଉଲ୍ଲାସ । ଏହି ମଉକାରେ ଲୋକମାନେ ବନ୍ଧୁ ପରିଜନଙ୍କୁ ସାଣ୍ଟା କ୍ଲଜ୍ ରୁପରେ ଆସି ଉପହାର ଦେବାର ପରମ୍ପରା ମଧ୍ୟ ରହିଛି । ବଡଦିନରେ ପ୍ରଭୁ ଯୀଶୁଙ୍କ ଦୂତ ସାଣ୍ଟାକ୍ଲଜ୍ ଙ୍କୁ ସମସ୍ତେ ମନପସନ୍ଦର ଉପହାର ମାଗିଥାନ୍ତି । ସେହି ଦିନ ଯାହା ମାଗିବ ତାହା ନିଶ୍ଚିତ ମିଳିବ ଏ ବିଶ୍ଵାସ ସମସ୍ତେ କରନ୍ତି। 

ଏହା ଭିତରେ ନରେଶ ବାବୁଙ୍କ ଆଠ ବର୍ଷର ପୁଅ ପାର୍ଥର ଚିଠି ସୋସିଆଲ ମିଡିଆରେ ଚର୍ଚ୍ଚାର ବିଷୟ ପାଲଟିିଛି । ଯାହାକୁ ପଢିି ୟୁଜର୍ସ ଭାବୁକ ହୋଇପଡିଛନ୍ତି । ତେବେ କିଛି ଦିନ ତଳେ ପାର୍ଥ ବ୍ୟାଗରୁ ଏକ ଚିଠି ମିଳିଛି ଓ ଏହି ଚିଠିର ଫଟୋ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ଏହି ଚିଠିରେ ପାର୍ଥ ସାଣ୍ଟାଙ୍କ ପାଖକୁ ଲେଖିଛନ୍ତି ଯେ, ସେ ଖୁବ୍ ଚିନ୍ତିତ ଅଛନ୍ତି । ସାରା ବିଶ୍ବକୁ ଆତଙ୍କିତ କରି ରଖିଥିବା କରୋନା ଭୁତାଣୁକୁ ଏ ଦୁନିଆରୁ ଦୁରେଇ ଦିଅ ସାଣ୍ଟା ଅଙ୍କଲ। ଅନେକ ଜୀବନ ନେଇ ସାରିଲାଣି, ମୋ ପରି ପିଲାଙ୍କ ବାପା ମାଆ ମାନେ ଏହି ଭୁତାଣୁର କାୟା ବିସ୍ତାର ଯୋଗୁଁ ମୃତ୍ୟୁବରଣ କରିଛନ୍ତି। ତାଙ୍କ ଶିଶୁ ସବୁ ଅନାଥ ହୋଇ ଏଣେ ତେଣେ ବୁଲୁଛନ୍ତି। 

ତାଙ୍କୁ ମଧ୍ୟ ମୋ ପରି ବାପା ମାଆ ଦରକାର । ସେମାନେ କେମିତି ଏତେ ବଡ଼ ଦୁନିଆରେ ବାପା ମାଆଙ୍କ ବିନା ବଞ୍ଚି ପାରିବେ? ମୋର ଯେମିତି ଖେଳନା, ଭଲ ଭଲ ଖାଦ୍ୟ ଦରକାର ପଡିଲେ , ବାପା ଓ ମାଆ ଆଣି ଦେଇଥାନ୍ତି, ସେମାନଙ୍କ ପାଇଁ କିଏ ଏସବୁ ଆଣି ଦେବ, କିଛି ନହେଲେ ବି ବାପା ମାଆଙ୍କର ସ୍ନେହ ଶ୍ରଦ୍ଧା କେଉଁଠି ମିଳିବ?କିନ୍ତୁ ବର୍ତ୍ତମାନ ତାଙ୍କୁ ବାପା ମାଆଙ୍କର ଆବଶ୍ୟକତା ରହିଛି । ସାଣ୍ଟା ଅଙ୍କଲ ଆପଣ ସବୁ କିଛି ପୁରଣ କରି ପାରନ୍ତି ବୋଲି ସମସ୍ତେ କହନ୍ତି, ମୋ ପାଇଁ ଏତିକି କରନା ସାଣ୍ଟା ଅଙ୍କଲ! ଏତିକି ଵିନିତ ପ୍ରାର୍ଥନା ମୋର ଆପଣଙ୍କ ନିକଟରେ। 

ପାର୍ଥର ଏହି ହୃଦୟସ୍ପର୍ଶୀ ଚିଠିରେ ସମସ୍ତେ ଭାବୁକ ହୋଇପଡୁଛନ୍ତି । ସମସ୍ତେ ନିମଗ୍ନ ହୋଇ ପଢି ଚାଲିଛନ୍ତି, ସାରା ବିଶ୍ବରେ ଯେତେବେଳେ ସମସ୍ତେ ନିଜ କଥା ଚିନ୍ତା କରୁଛନ୍ତି , ସେତେବେଳେ ଏ ପିଲା ସେହି ଅନାଥ ଛୁଆଙ୍କ ଭାବନା କୁ ମନ ଭିତରେ ପ୍ରକାଶ କରିଛନ୍ତି ଏବଂ ସାରା ଦୁନିଆକୁ ଜଣାଇବାକୁ ଚାହିଁଛନ୍ତି, ସମସ୍ତେ ଚେଷ୍ଟା କରୁଥାଆନ୍ତି ଅନ୍ୟ ମାନଙ୍କୁ ଏହି ଚିଠିକୁ ଅଧିକ ଶେୟାର କରିବାକୁ। 



Rate this content
Log in

Similar oriya story from Abstract