Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

#Inkstorm: Tales of the Monsoon

SEE WINNERS

Share with friends

ଷ୍ଟୋରିମିରରର ଦ୍ୱାରା ଆୟୋଜିତ ଲିଖନ ପ୍ରତିଯୋଗିତା “ଇଙ୍କଷ୍ଟ୍ରୋର୍ମ: ମୌସୁମୀର କାହାଣୀ”କୁ ଆପଣଙ୍କୁ ସ୍ୱାଗତ।   ଶବ୍ଦର ଶକ୍ତି ମାଧ୍ୟମରେ ମୌସୁମୀର ଯାଦୁ ଏବଂ ସୌନ୍ଦର୍ଯ୍ୟକୁ ପାଳନ କରିବା ଏହି ପ୍ରତିଯୋଗିତାର ଉଦ୍ଦେଶ୍ୟ ।

ପୃଥିବୀ ଉପରେ ବର୍ଷା ଟୋପାର ଆନନ୍ଦିତ ନୃତ୍ୟ, ଚାରିଆଡ଼େ ସବୁଜିମାର ରାଜୁତି, ମୌସୁମୀରେ ଆଗମନରେ ସୁଶୀତଳ ହୋଇଯାଏ ତନୁମନ। ତେବେ ଆମେ ଆପଣଙ୍କୁ ଏହି ମୌସୁମୀ ମୋହିତ ଋତୁ ସମ୍ଭାରକୁ ନେଇ ସାହିତ୍ୟିକ ଯାତ୍ରା ଆରମ୍ଭ କରିବାକୁ ନିମନ୍ତ୍ରଣ କରୁଛୁ, ଯେଉଁଠାରେ ଆପଣ ମୌସୁମୀର ଆକର୍ଷଣକୁ ଚିତ୍ରଣ କରିପାରିବେ ଏବଂ ଆମ ଜୀବନରେ ଏହାର ପ୍ରଭାବ ଅନୁସନ୍ଧାନ କରି ଶବ୍ଦରେ ସଜାଇବେ ।

ଦୀର୍ଘ ଦିନର ଜଳକଷ୍ଟ ପରେ ପ୍ରଥମ ବର୍ଷାର ଅବର୍ଣ୍ଣନୀୟ ଅନୁଭବ କରୁଥିବା ଏକ ଦୂର ମରୁ ଉପତ୍ୟକା ସମ ଗ୍ରାମର ଦୃଶ୍ୟକୁ ଜୀବନ୍ତ ରୂପ ଦେବା ପାଇଁ ଶବ୍ଦ ଚୟନ କରନ୍ତୁ, କିମ୍ବା ବର୍ଷାରେ ନାଚୁଥିବା କିଛି ନବଯୁବକ ଯୁବତୀଙ୍କ ଦୃଶ୍ୟ, ଡଙ୍ଗା ସହ ଖେଳୁଥିବା ପିଲାଙ୍କ ଉତ୍ସାହକୁ ଶବ୍ଦ କାନଭାସରେ ଚିତ୍ରଣ କରନ୍ତୁ ଓ ଆପଣଙ୍କ ଶବ୍ଦଗୁଡ଼ିକ ଏହି ଚିତ୍ତାକର୍ଷକ ବିଷୟକୁ ବର୍ଣ୍ଣନା କରିବାକୁ

ଗାଁ ପୋଖରୀ ଓ ବର୍ଷା କିମ୍ବା ମୌସୁମୀରେ ବର୍ଷାରେ ଭିଜିବା, ଗାଁ ଦାଣ୍ଡ ପାଣିରେ ଡେଇଁବାର ପିଲାଦିନର ସ୍ମୃତିକୁ ମନେ ପକାଇବା ଭଳି ଅତୀତର ଅଭୁଲା ସ୍ମୃତିର ଗଭୀରତାରେ ନିମଗ୍ନ ହୋଇ ଏହାକୁ ଲେଖାର ରୂପ ଦିଅନ୍ତୁ। ସମ୍ପର୍କ, ବନ୍ଧୁତା, କିମ୍ବା ବ୍ୟକ୍ତିଗତ ବିକାଶ ଉପରେ ମୌସୁମୀର ପ୍ରଭାବ ଉପରେ ପ୍ରତିଫଳିତ କରନ୍ତୁ, ପରିବର୍ତ୍ତନ ଏବଂ ନବୀକରଣ ପାଇଁ ଏହାର ସମ୍ଭାବନାକୁ ଆଲୋକିତ କରି ଲେଖନୀ ଚାଳନା କରନ୍ତୁ।

ଏହାସହ, ଏହି ପ୍ରତିଯୋଗିତା ମାଧ୍ୟମରେ ନିଜ କଳ୍ପନାକୁ ଶବ୍ଦବନ୍ୟାରେ ସଜାନ୍ତୁ । ମୌସୁମୀ ବର୍ଷାର ନିଜ ସମସ୍ତ ମନେଥିବା ଓ ଭୁଲିଯାଇଥିବା କିମ୍ବା ଅଙ୍ଗେନିଭେଇଥିବା ଅଭୁଲା କଥା ସବୁକୁ ଏହି ପ୍ରତିଯୋଗିତା ମାଧ୍ୟମରେ ସଜାନ୍ତୁ  ।

ନିୟମ: -

- ଆପଣ ଥିମ୍ ମୌସୁମୀ ଉପରେ ଲେଖିପାରିବେ ।

- ଅଂଶଗ୍ରହଣକାରୀମାନେ ସେମାନଙ୍କର ମୂଳ ବିଷୟବସ୍ତୁ ଦାଖଲ କରିବା ଉଚିତ୍ । କୌଣସି ପୂର୍ବ-ପ୍ରକାଶିତ କିମ୍ବା ଚୋରି ହୋଇଥିବା ବିଷୟବସ୍ତୁ ବିଚାରକୁ ନିଆଯିବ ନାହିଁ ।

- ଦାଖଲ ହେବାକୁ ଥିବା ବିଷୟବସ୍ତୁ ସଂଖ୍ୟାରେ କୌଣସି ସୀମା ନାହିଁ । ନିଶ୍ଚିତ କରନ୍ତୁ ଯେ ବିଷୟବସ୍ତୁ ଆକର୍ଷଣୀୟ, ବ୍ୟାକରଣଗତ ଭାବରେ ସଠିକ୍ ଏବଂ ପାଠକଙ୍କ ହୃଦୟକୁ ସ୍ପର୍ଶ କରୁଥିବ ।

- ଅଂଶଗ୍ରହଣକାରୀଙ୍କୁ ଅନୁରୋଧ କରାଯାଇଛି ଯେ କୌଣସି ସ୍ପାମ୍, ଖରାପ, ଅଶ୍ଳୀଳ, ଧମକପ୍ରଦ, ଭେଦଭାବ, ବର୍ଜିତ ଏବଂ / କିମ୍ବା ଏପରି କୌଣସି ଲେଖା ଦାଖଲ କରନ୍ତୁ ନାହିଁ ଯାହା ସର୍ବସାଧାରଣ ନୈତିକତା ବିରୁଦ୍ଧରେ ଅଟେ । ଏପରି ଲେଖା ଷ୍ଟୋରିମିରରର ପ୍ରକାଶିତ ଉପରେ ପ୍ରତିବନ୍ଧକ ରହିଛି ।

-ଦାଖଲ ପାଇଁ ସ୍ତମ୍ଭ ରଚନା / ପ୍ରବନ୍ଧ ଲିଖନ ଅନୁମତିପ୍ରାପ୍ତ ନୁହେଁ 

- କୌଣସି ଶବ୍ଦ ସୀମା ନାହିଁ । ଆପଣ ଚାହୁଁଥିବା ପର୍ଯ୍ୟନ୍ତ ଲେଖନ୍ତୁ । ସୁନ୍ଦର ଭାବରେ ସମାପ୍ତ କରନ୍ତୁ ।

- କୌଣସି ଅଂଶଗ୍ରହଣ ଶୁଳ୍କ ନାହିଁ ?

ଭାଷା:

ଏହି ଭାଷାଗୁଡ଼ିକ ମଧ୍ୟରୁ ଯେକୌଣସି କିମ୍ବା ଅଧିକରେ ବିଷୟବସ୍ତୁ ଦାଖଲ କରାଯାଇପାରିବ - ଇଂରାଜୀ, ହିନ୍ଦୀ, ଗୁଜୁରାଟୀ, ମରାଠୀ, ତାମିଲ, ତେଲୁଗୁ, ମାଲାୟାଲମ୍, କନ୍ନଡ, ଓଡ଼ିଆ ଏବଂ ବଙ୍ଗଳା

ପୁରସ୍କାର:

ପ୍ରତ୍ୟେକ ଭାଷା ଏବଂ ବର୍ଗର ଶ୍ରେଷ୍ଠ ୩୦ ବିଷୟବସ୍ତୁ ଷ୍ଟୋରିମିରର୍ ଦ୍ୱାରା ଏକ ଇବୁକ୍ ରେ ପ୍ରକାଶିତ ହେବ ।

୫ଟି ଭିନ୍ନ ମୌସୁମୀ ପ୍ରସଙ୍ଗରେ ଦାଖଲ କରୁଥିବା ସମସ୍ତ ଅଂଶଗ୍ରହଣକାରୀଙ୍କୁ Rs ୧୪୯ ଟଙ୍କା ମୂଲ୍ୟର ଷ୍ଟୋରିମିରର୍ ରିହାତି ଭାଉଚର୍ ପ୍ରଦାନ କରାଯିବ ।

ସମସ୍ତ ଅଂଶଗ୍ରହଣକାରୀ ଏକ ଅଂଶଗ୍ରହଣ ପ୍ରମାଣପତ୍ର ପାଇବେ।

ଦାଖଲ ପର୍ଯ୍ୟାୟ - ଜୁଲାଇ ୦୫, ୨୦୨୩ରୁ ଅଗଷ୍ଟ ୩୧, ୨୦୨୩