Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

#Brother - Sister Memories

SEE WINNERS

Share with friends

ଭାଇ ଓ ଭଉଣୀର ମଧୁର ପର୍ବ, ରକ୍ଷା ବନ୍ଧନର ଶୁଭ ଅବସର ଉପନୀତ । ଏହିଦିନ ଭଉଣୀ ବାନ୍ଧି ଦିଏ ଭାଇ ହାତରେ ସ୍ନେହ, ପ୍ରେମର ଅତୁଟ ଡୋରିକୁ । ଗେହ୍ଲୀ, ମନୋଇ ଭଉଣୀର ସୁରକ୍ଷାର ସଂକଳ୍ପ ନେଇ, ମିଠାମିଠା ଉପହାର ଦେଇ ଢେର ସାରା ଆଦର କରେ ଭାଇ । ଏହା ହେଉଛି ସେହି ଦିନ ଯାହା କେବଳ ଭାଇ ଓ ଭଉଣୀଙ୍କ ମଧ୍ୟରେ ଥିବା ଏହି ଅତୁଳନୀୟ ବନ୍ଧନକୁ ସ୍ୱୀକାର କରେ ନାହିଁ, ବରଂ ଆଗାମୀ ଅନେକ ଉତ୍ସବର ଶୁଭ ଆରମ୍ଭର ଅୟମାରମ୍ଭ କରିଥାଏ । ତେବେ ସେହି ଅଭୁଲା ସ୍ମୃତିର ଅଙ୍କାବଙ୍କା ରାସ୍ତାରେ ଚାଲି କିଛି 'ପିଲାଦିନର ସ୍ମୃତି'କୁ ମନେ ପକାଇ ଏହି ପର୍ବକୁ ପାଳନ କରିବାଠାରୁ ଆଉ କ’ଣ ଭଲ ଉପାୟ ଥାଇପାରେ ।

ତେବେ ଆସନ୍ତୁ! ଏହି ଋତୁରେ, ଷ୍ଟୋରୀ ମିରର୍ ଦ୍ୱାରା "ଭାଇ - ଭଉଣୀ ସ୍ମୃତି" ପ୍ରତିଯୋଗିତାରେ ଅଂଶଗ୍ରହଣ କରି ଆମର ଭାଇ ଓ ଭଉଣୀଙ୍କ ସହ ଖଟା-ମିଠା ସ୍ମୃତିକୁ ଶବ୍ଦର ରୂପ ଦେଇ ମନେପକାଇବା ଓ ସବୁଦିନ ପାଇଁ ସ୍ମରଣୀୟ କରିବା । ଚାଲନ୍ତୁ! ଏହି ଅବସରର ଲାଭ ଉଠାଇ, କିଛି ମଜାଦାର କାହାଣୀ ଓ କବିତା ମାଧ୍ୟମରେ ଭାଇ-ଭଉଣୀ ମଧ୍ୟରେ ଥିବା ଖୁସିର ଦିନଗୁଡ଼ିକୁ, ଆନନ୍ଦର ମୁହୂର୍ତ୍ତଗୁଡ଼ିକୁ ଓ ପୁରୁଣା ସାଇତା ସ୍ମୃତିଗୁଡ଼ିକୁ ମନେପକାଇବା ।

ଥିମ୍ ଧାରଣା:

  • ଟିଭି ରିମୋଟକୁ ନେଇ ଝଗଡ଼ା
  • ଅଜବଗଜବ ନା' ଦେଇ ପରସ୍ପରକୁ ଚିଡ଼େଇବା
  • ପରୀକ୍ଷାରେ ନମ୍ବର ରଖିବାକୁ ନେଇ ଚିଡ଼ାଚିଡ଼ା
  • ରକ୍ଷା ବନ୍ଧନର ଅଭୁଲା ଦିନ
  • ଏକାଠି ଖେଳିଥିବା ଖେଳ
  • ପରସ୍ପରକୁ ଦୋଷ ଲଦିବା
  • ଲୁଚିଲୁଚି ଜଣେ ଜଣଙ୍କର ଖାଇବା ଖାଇଦେବା
  • ପରସ୍ପରକୁ ସପୋର୍ଟ କରିବା

ନିୟମ:

  • ଅଂଶଗ୍ରହଣକାରୀମାନେ କେବଳ ରାକ୍ଷୀ / ଭାଇ-ଭଉଣୀ ଥିମ୍ ସମ୍ବନ୍ଧୀୟ ଲେଖା ଦାଖଲ କରିପାରିବେ ।
  • ଅଂଶଗ୍ରହଣକାରୀମାନେ ନିଜସ୍ୱ ଲେଖା ଦାଖଲ କରିବା ଉଚିତ୍। ଦାଖଲ କରୁଥିବା ଲେଖା ସଂଖ୍ୟାରେ କୌଣସି ସୀମା ନାହିଁ ।
  • ଲେଖାର କୌଣସି ଶବ୍ଦ ସୀମା ନାହିଁ ।
  • ଇମେଲ ମାଧ୍ୟମରେ କିମ୍ବା ହାର୍ଡ଼ କପି ଭାବରେ କିମ୍ବା ପ୍ରତିଯୋଗୀତା ଲିଙ୍କ ବ୍ୟବହାର ନକରି ଯେକୌଣସି ଲେଖା ଦାଖଲ ପ୍ରବେଶ ପାଇଁ ଯୋଗ୍ୟ ହେବ ନାହିଁ ।
  • କୌଣସି ଅଂଶଗ୍ରହଣ ଶୁଳ୍କ ନାହିଁ ।

ବିଭାଗ: କାହାଣୀ, କବିତା

ଭାଷା: ଇଂରାଜୀ, ହିନ୍ଦୀ, ମରାଠୀ, ଗୁଜରାଟୀ, ତାମିଲ, ତେଲୁଗୁ, ମାଲାୟାଲମ୍, କନ୍ନଡ, ଓଡ଼ିଆ ଏବଂ ବଙ୍ଗାଳୀ

ପୁରସ୍କାର:

  • ଶ୍ରେଷ୍ଠ ୩୦ ଭଲ ଲେଖା ହୋଇଥିବା ଲେଖା ପ୍ରତ୍ୟେକ ଭାଷା ଏବଂ ବିଭାଗରେ ଜୁରୀ ପସନ୍ଦ ପୁରସ୍କାର ଜିତିବ ଏବଂ ଷ୍ଟୋରୀମିରର୍ ଦ୍ୱାରା ଏକ ଇବୁକ୍ ରେ ପ୍ରକାଶିତ ହେବ । ଏହାସହ ସେମାନଙ୍କୁ ଏକ ଡିଜିଟାଲ୍ ମାନପତ୍ର  ମଧ୍ୟ ପ୍ରଦାନ କରାଯିବ । ଜିତିବା ପାଇଁ ଯେଉଁ ମାନଦଣ୍ଡ ଉପରେ ବିଚାର କରାଯାଇଥାଏ, ତାହା ଆମର ସମ୍ପାଦକୀୟ ମଣ୍ଡଳୀଙ୍କ ଦ୍ୱାରା ସମ୍ପାଦକୀୟ ସ୍କୋର ଅଟେ ।
  • ସର୍ବାଧିକ ପାଠକ ଯୋଗଦାନ (ଲାଇକ ଏବଂ କମେଣ୍ଟ) ସହିତ ଶ୍ରେଷ୍ଠ ୫ ଲେଖା ପ୍ରତ୍ୟେକ ଭାଷା ଏବଂ ବିଭାଗରେ ଲୋକପ୍ରିୟ ଲେଖକ ପୁରସ୍କାର ଜିତିବେ ଏବଂ Rs. ୧୪୯ ଟଙ୍କା ମୂଲ୍ୟର ରିହାତି ଭାଉଚର ସହ ଡିଜିଟାଲ୍ ମାନପତ୍ର ପ୍ରାପ୍ତ କରିବେ।
  • ସମସ୍ତଙ୍କୁ ଅଂଶଗ୍ରହଣ ପ୍ରମାଣପତ୍ର ପ୍ରଦାନ କରାଯିବ ।

ଦାଖଲ ଅବଧି: ଅଗଷ୍ଟ ୧୧, ୨୦୨୨ ରୁ ସେପ୍ଟେମ୍ବର ୦୫, ୨୦୨୨

ଫଳାଫଳ: ଅକ୍ଟୋବର ୦୫, ୨୦୨୨