Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Pradipta Kumar Behera

Children

3  

Pradipta Kumar Behera

Children

ଆମରେ ଶିଶୁ

ଆମରେ ଶିଶୁ

1 min
8



ଆମେରେ ଶିଶୁ

ପୁଣ୍ୟ ଏଇ ଧରା ଧାମରେ

ପୂଣ୍ୟ ସାଗର କୋଳରେ

ଆମେ ଯେତେ ଶିଶୁ ଶାବକ

ସବୁ ହୀରା ମୋତି ମାଣିକ 

ଆମେରେ ଇନ୍ଦ୍ର ଧନୁର ଝଲକ

ଆମେ ଦୁର୍ବଳର,ଆମେ ପୀଡ଼ିତର

 ଆମେ ଭଗ୍ନ ହୃଦୟର ମହକ ।।


ଉଚ୍ଚ ନୀଚ୍ଚ ଭେଦଭାବ ନୁହେଁ ଆମ ଭାବନ

ସବୁ ଧର୍ମ ସବୁ ଜାତି ଅଟୁ ଏଠି ସମାନ

ଅଟଇ ପ୍ରତୀକ ଆମ ତ୍ରିରଙ୍ଗା ପତାକା

ଗାଇ ଯିବା ମନଛୁଆଁ ଜନ ମନ ଗୀତିକା

ଆଗେଇ ଯିବାରେ ଆମେ 

ନ ମାନି ଶୀତ ଖରା ବତାସ

ବିଛୁରିବା ଆମ ପାଶେ 

ଅଛି ଯେତେ ସୁବାସ ।।


ଦୂରେ ଫିଙ୍ଗି ରାଗ ଦ୍ୱେଷ

ସ୍ୱଚ୍ଛ ରଖି ପରିବେଶ

ଲଗାଇବା ସବୁ ଗଛ

ଆଗ ପିଢ଼ି ସୁରକ୍ଷିତ

ଭାଇଚାରା ବନ୍ଧନରେ ହୋଇଣ ବାନ୍ଧି

ସୃଷ୍ଟି ରକ୍ଷା କରିବାରେ

ଆଗେଇ ଯିବା

ବିଜୟର ଟୀକା ମଥାରେ ପିନ୍ଧି ।।



Rate this content
Log in

Similar oriya poem from Children