ଅଭିମାନୀ ପ୍ରିୟତମା
ଅଭିମାନୀ ପ୍ରିୟତମା
1 min
138
ସେଦିନ ସେମିତି ଥିଲା
ଯେମିତି ସବୁଦିନ
ହେଲେ ମୁଁ ଥିଲି
ତୁମ ଭାବନା ରାଇଜୁ ଦୂରରେ
ମନ ଇଲାକାରୁ ବାହାରେ |
ଦୂରେଇ ଯାଅ ନାହିଁ
ଥିଲା ମୋର ନିବେଦନ
ବୋଧେ ନଥିଲା ତୁମ ପାଖେ
ମୋର ପ୍ରୟୋଜନ
ନିଷ୍ଠୁର ସାଜିଲ
ମନ ଭାଙ୍ଗିଦେଲ
ଜାଣିନି କାହିଁକି କଲ |
ମୁଁ ସମ୍ପର୍କ ଯୋଡିବାକୁ
ଚାହିଁଛି ବହୁଥର
ତୁମେ ଜାଣି ଜାଣି
ଦେଖିଛି ଦୂରେଇ ରହିବାର
ଏସବୁ ବହୁ କଷ୍ଟ ଦିଏ
ହେଲେ ସବୁ ସହିବାକୁ ହୁଏ |
କାହିଁକି ଏମିତ ହେଲା
ନିଜକୁ ପଚାରିଛି
ତୁମ ମନର ପରିବନ୍ଧନକୁ
ବୁଝିବାକୁ ଚାହିଁଛି
ହେଲେ ନିର୍ଯାସଠାରୁ
ଦୂରେଇ ରଖିଛ ମତେ |
କାରଣ ଜାଣିପାରିନି
ବାରଣକୁ ମାନିନେଇଛି
ଖୁସି ପାଇଁ ତୁମ
ବାଟେ ନଆସିବାର
ଶପଥ ନେଇଛି |