Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Dibya Ranjan Sahoo

Abstract Romance Tragedy

4.0  

Dibya Ranjan Sahoo

Abstract Romance Tragedy

ଭାବନା

ଭାବନା

1 min
133


ମନ ଅଗଣାରେ କେତେ ଯେ ଭାବନା ନୀରବରେ ଭାସିଆସେ

କବୀ ପରାଣ ମୋ ସାଧା କାଗଜରେ ଶବ୍ଦେ ଛବି ଆଙ୍କି ବସେ ।


କଲମ ମୁନରେ ରଙ୍ଗୀନ ଭାବନା କମନୀୟ ରୂପ ଦିଶେ

କେତେ ଭାବନାକୁ ଆଙ୍କି ମୁଁ ପାରେନା ଶବ୍ଦମାଳ କାହିଁ ରୁଷେ ।


କେତେ ଯେ ଭାବନା ବିଜୁଳିର ସମ ଫେରିଯାଏ ନିମିଷକେ

ଗଢିପାରେ ନାହିଁ ସୃଜନୀର ନୀଡ଼ ବେଦନା ଭରଇ ବୁକେ ।


କେତେ ଭାବନାକୁ ହୃଦୟ କନ୍ଦରେ ଅବରୁଦ୍ଧ କରି ରଖେ

କର୍ମ ବ୍ୟସ୍ତତାରୁ ସମୟ ସାଉଁଟି ଭିନ୍ନ ଭିନ୍ନ ରଙ୍ଗ ମାଖେ ।


ହସକାନ୍ଦ ଭରା ନାନା ଭାବାବେଗ ଅନୁଭବ ଅନୁଭୂତି

ଶବ୍ଦରେ ସଜାଏ ପ୍ରଫୁଲ୍ଲ ଚିତ୍ତରେ କେତେ ତିକ୍ତ ମିଠା ସ୍ମୃତି ।


କେବେ କଳ୍ପନାରେ କେବେ ବାସ୍ତବରେ ଭାବନାର କ୍ଷିପ୍ରଗତି

ପ୍ରୀତି ପ୍ରଣୟର ଅବ୍ୟକ୍ତ ଭାବନା କଲମରେ ଭରେ ଶକ୍ତି ।


କବି ଜୀବନର ଇପ୍ସିତ ବିଭବ ଭାବନା,କଲମ ,ଶବ୍ଦ

ଭାବନାର ଆତ୍ମଲିପି ସୃଜନୀକା ପାଠକକୁ କରେ ମୁଗ୍ଧ ।


Rate this content
Log in

Similar oriya poem from Abstract