Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Bharatabandhu Biswal

Tragedy Inspirational Others

3  

Bharatabandhu Biswal

Tragedy Inspirational Others

ଅଦାଲତ

ଅଦାଲତ

1 min
174



ଲଙ୍କାର କଟକେ ବିଚାର ବିଭ୍ରାଟ

ଚାଲୁଥାଏ ବ୍ୟଭିଚାର

ବଳର ପ୍ରୟୋଗେ ଜାନକୀ ହରଣ

ରାବଣର ଅଧିକାର ।


ଶୋଇ ରହିଥାଏ ଭାଇ କୁମ୍ଭକର୍ଣ୍ଣ

ଦଉଡଇ ମାୟାମୃଗ

କରେ ଅଟ୍ଟହାସ୍ୟ ଧରି ଛଦ୍ମବେଶ

ସଇତାନ ପଢେ ବେଦ ।


ଅକ୍ଷୟକୁମାର ନାଗଫାଶ ବନ୍ଧେ

କି°କର୍ତ୍ତବ୍ୟ ହନୁମାନ

ଲଙ୍କା ଅଦାଲତ ବିଚାର ବିଳମ୍ବେ

ଅଗ୍ନି ହୁଏ ପ୍ରଜ୍ଜ୍ୱଳନ ।


ବାନ୍ଧି ସେତୁବନ୍ଧ ବାନର ଭଲ୍ଲୁକ

ଆସନ୍ତି ଲକ୍ଷ୍ମଣ ରାମ

ହୁଏ ଦର୍ପ ଚୂର୍ଣ୍ଣ ରାବଣ ନିଧନ

ଧର୍ମ ହୁଏ ସ°ସ୍ଥାପନ ।


ପୁତ୍ର ଇନ୍ଦ୍ରଜିତ ନିକୁମ୍ଭିଲା ଯଜ୍ଞ

ହୁଏ ନାହିଁ କେବେ ସିଦ୍ଧି

ଲକ୍ଷ୍ମଣ ବୀରଙ୍କ ଦିବ୍ୟ ଅସ୍ତ୍ର ଘାତେ

ଛିନ୍ନ ହୁଏ ମୁଣ୍ଡଗଣ୍ଡି ।


ଧରମ ଦୁଆର ଉଚ୍ଚ ଅଦାଲତେ

ହୋଇଥାଏ ସୁବିଚାର

ସତ୍ୟ ପ୍ରତି ନିଷ୍ଠା ରଖିଲେ ଅବଶ୍ୟ

କରନ୍ତି କୃପା ଈଶ୍ୱର ।


ଲୀଳାମୟ ପ୍ରଭୁ ଶ୍ରୀ ପୁରୁଷୋତ୍ତମ

ଯୁଗେ ଯୁଗେ ଅବତରୀ

ବିନାଶ କରନ୍ତି ପାପ ଓ କଳଙ୍କ

ଧରମ ନିକିତି ଧରି ।


ଜୟ ଜଗନ୍ନାଥ ପତିତପାବନ

ଜୟଜୟ ରାମକୃଷ୍ଣ

ମୁଖରିତ ହେଉ ଗଗନପବନ

ଶୁଭନାମ ସତ୍ୟ ପୁଣ୍ୟ ।



Rate this content
Log in

Similar oriya poem from Tragedy