Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Kalpana Panda

Tragedy

4  

Kalpana Panda

Tragedy

ମାଧବ

ମାଧବ

2 mins
371


ମାଧବ ହେ ମାଧବ,  

ଦୁଃଖୀଜନ ବାନ୍ଧବ , 

ପ୍ରେମ ପାଶେ ବନ୍ଧା ତୁମେ,  ଆହେ ନୀଳ ମାଧବ ...( ଘୋଷା ) 


ଦୁଃଖୀଜନ ଆର୍ତ୍ତ ଶୁଣି,  

ନ ରହିଲେ ଆଉ ପୁଣି । 

ନେଲ ଜନ୍ମ ମର୍ତ୍ତ୍ୟ ଭୂମେ ,  

ଆହେ କୃଷ୍ଣ କେଶବ.....( ଘୋଷା) 

ମାଧବ ହେ ..... 


ଭକ୍ତଙ୍କର ଭାବ ଦେଖି,  

ତାଙ୍କ ପାଶେ ରୁହ ଲାଖି । 

ଯେଉଁ ଭାବେ ଭଜେ ଯିଏ ,  

ସେମିତି ସେ ପାଇବ....( ଘୋଷା ) 

ମାଧବ ହେ........... l 


ଅଦିତି କଶ୍ୟପ ମୁନି ,   

ବନପଥେ ଗମି ବେନି ।  

ଗୋମାତା ଗାୟତ୍ରୀ ମାତା ଅଭିଶାପ ଫଳିବ ....( ଘୋଷା) 

ମାଧବ ହେ....... 


ଗୋମାତା ପଥେ ଦେଖିଲେ ,   

ପ୍ରଣାମ ତାଙ୍କୁ ନକଲେ । 

ତାଙ୍କ କ୍ରୋଧ ଅଭିଶାପ   କିଏ ଅବା କାଟିବ ...( ଘୋଷା) 

ମାଧବ ହେ ... 


କ୍ରୋଧୁ ମୁକତି ସକାଶେ ,  

ଚଳିଲେ ବିଷ୍ଣୁଙ୍କ ପାଶେ । 

ବିଷ୍ଣୁ ଆଜ୍ଞା ଦେଲେ ତାଙ୍କୁ  ମୋ ଜନକ ହୋଇବ ....(ଘୋଷା) 

ମାଧବ ହେ ..... 


ସତ୍ୟ ଯୁଗେ ଜନ୍ମ ନେଲ ,  

ପର୍ଶୁରାମ ରୂପ ହେଲ । 

ଜମଦଗ୍ନି ରେଣୁକାଙ୍କ ହେଲ କୁଳ ବିଭବ...( ଘୋଷା) 

ମାଧବ ହେ ...... 


ଜନ୍ମ ନେଲ ତ୍ରେତୟାରେ ,  

କୌଶଲ୍ୟା ପୁତ୍ର ଭାବରେ । 

ଅଭିଶାପ ଥିଲା ତାଙ୍କୁ  ଶତ ଜନ୍ମ ହୋଇବ....( ଘୋଷା ) 

ମାଧବ ହେ ..... 


କୃଷ୍ଣ ରୂପେ ଯଶୋଦାଙ୍କୁ  

ବାତ୍ସଲ୍ୟେ ବାନ୍ଧିଲ ତାଙ୍କୁ । 

ଗୋବର୍ଦ୍ଧନ ଗିରି ଟେକି ହେଲ ଗୋପ ବୈଭବ....( ଘୋଷା ) 

ମାଧବ ହେ .... 


ସଖା ରୂପେ ସୁଦାମlର ,    

ଖୁଦ ଭଜା ଖାଇ ତା'ର । 

ଆନନ୍ଦରେ ଦେଲ ନେଇ   ଅଷ୍ଟନିଧି ବିଭବ .... ( ଘୋଷା ) 

ମାଧବ ହେ...... 


ପ୍ରିୟ ସଖା ଅର୍ଜୁନଙ୍କୁ ,  

ସର୍ବ ଶକ୍ତି ଦେଲ ତାଙ୍କୁ । 

ପିନ୍ଧାଇ ବିଜୟ ଟୀକା ଦେଲ ଗୀତା ଗୌରବ ...( ଘୋଷା) 

ମାଧବ ହେ...... l 


ଦ୍ରୌପଦୀ ରଖି ବିଶ୍ୱାସ ,  

ଲଭିଲେ ସେ କୋଟି ବାସ । 

ତୁମରି କରୁଣାରାଶି ,  

ପାଇଲେ ସେ ପାଣ୍ଡବ ...( ଘୋଷା ) 

ମାଧବ ହେ .... 


ତ୍ରେତୟାରେ ହନୁବୀର ,  

ଶବରୀ ଆଉ ଧୀବର । 

ଦ୍ଵାପରରେ ପ୍ରିୟ ଭକ୍ତ ,  

ବିଦୁର ଓ ଉଦ୍ଧବ ....( ଘୋଷା ) 

ମାଧବ ହେ .... 


ଅନନ୍ତ ବାସୁକୀ ସର୍ପ,  

ହୋଇଲେ ଲକ୍ଷ୍ମଣ ରୂପ । 

ସ୍ନେହରେ ବାନ୍ଧିଲ ତାଙ୍କୁ ,   

ପାଇଣ ଭ୍ରାତୃଭାବ ...( ଘୋଷା) 

ମାଧବ ହେ...... 


ଦ୍ଵାପରରେ ବଳରାମ ,  

କଳିରେ ବଳିଆ ସମ । 

ଯୋଗମାୟାଙ୍କୁ ଭଉଣୀ ,  

ରୂପେ କିଏ ପାଇବ ...( ଘୋଷା) 

ମାଧବ ହେ.... 


ଶ୍ରୀରାଧା ଓ ଭକ୍ତ ମୀରା,  

ଲଭିଲେ ପ୍ରେମ ପସରା । 

ପିଇ ତବ ସୁଧlମୃତ ,  

ମୁକ୍ତି କିଏ ପାଇବ ...( ଘୋଷା ) 

ମାଧବ ହେ..... 


ଜୟ ଓ ବିଜୟ ବେନି  

ଲଭିଲେ ରାକ୍ଷସ ଯୋନି । 

ହିରଣ୍ୟ ଓ ହିରଣlକ୍ଷ୍ୟ, 

ବଧ କଲ କେଶବ ...( ଘୋଷା ) 

ମାଧବ ହେ..... 


ରାବଣ ଓ କୁମ୍ଭକର୍ଣ୍ଣ,   

କ°ସ ଶିଶୁପାଳ ହୀନ । 

ତୁମ ହାତେ ନାଶ ଗଲେ   

କରିବାରୁ ଗରବ ....( ଘୋଷା) 

ମାଧବ ହେ ..... 


କୈବର୍ତ୍ତ ରାଜା ଗୁହ୍ୟକ,   

ଶରଭଙ୍ଗ ମୁନି ରଖ । 

ଭକ୍ତ ପ୍ରହଲ୍ଲାଦ ପୁଣି ,  

କୁବ୍ଜl ମୁକ୍ତି ପାଇବ ....( ଘୋଷା) 

ମାଧବ ହେ ..... 


ସମର୍ପଣ ଭାବ ମୋର ,  

ସାଦରେ ଗ୍ରହଣ କର । 

ତୁମ୍ଭେ ନ ରଖିଲେ ପ୍ରଭୁ ,  

ଆଉ କିଏ ରଖିବ ....( ଘୋଷା) 

ମାଧବ ହେ..... 


ନୀଳଜୀମୂତ ଶରୀର ,  

ଗଳାରେ କୌସ୍ତୁଭ ହାର । 

ସକଳ ସୃଷ୍ଟିର କର୍ତ୍ତା ,  

ଲୀଳାମୟ ମାଧବ .....( ଘୋଷା) 

ମାଧବ ହେ .... 


ମୋ ମିନତି କର ଘେନା ,  

ଆତୁରେ ଡାକେ କଳ୍ପନା । 

ରହିଥାଉ ଲୟ ମୋର ,  

ପଦ କମଳେ ତବ ... ( ଘୋଷା )

 ମାଧବ ହେ....... 



Rate this content
Log in

Similar oriya poem from Tragedy