ଅପେକ୍ଷା
ଅପେକ୍ଷା
ଟିକେ ରୁହ ଆସୁଛି କହି
କେହିଜଣେ ଯାଇଛି ଯେ ଯାଇଛି
ୟା ଭିତରେ ମୁଁ ମରିସାରିଛି
ନିଜ ଭିତରେ ନିଜେ ll
ବର୍ତ୍ତମାନରୁ ଭବିଷ୍ୟ ରାସ୍ତାରେ
ସମୟ ନିଜ କକ୍ଷପଥରୁ କିଞ୍ଚିତ ବିଚ୍ୟୁତ ହେବା
ପ୍ରଶ୍ନ ନୁହେଁ ତ ଆଉକଣ ଯେ
କାହାର କଣ ଯିବ
ନା ସମୟର ଏବେ ଘୋର ଆନ୍ଦୋଳନ
ଅପେକ୍ଷା କରିବା ପରେ
ଜହ୍ନ ଆଉ ସୂର୍ଯ୍ୟ ଏକା ବେହା ବାହୁଲ୍ୟ
ଉପେକ୍ଷିତ ଆକାଶକୁ ଚାହିଁ ଚାହିଁ
ବଂଚିବାକୁ ହୁଏ ll
ତମାମ ରାତିର ଆୟୁଷ କୋଳରେ
ଦେହର ଝାଳ ସବୁକୁ ପାଣି ପରି ପି ହୁଏ
କ୍ଷଣିକ ଦେଖା ପାଇଁ
ନିଜକୁ ଆଲୋକିତ କରିବା ଇଚ୍ଛାରେ..
ଅବାଂଛିତ ମୃତ୍ୟୁଗ୍ରାସରେ ଜୀବନ, ଯୌବନ ଜାଳି ଯାଏ ll