ବାପାଙ୍କ ରାଜକୁମାରୀ
ବାପାଙ୍କ ରାଜକୁମାରୀ
ସଭିଙ୍କ ଅଲିଅଳି ସେ,
ନିିିରିମାଖି ଅଝଟ ରାଣୀ,
କଥା କଥାରେ ରୁୁୁଷେ ,
ଭାରି ଅଭିିିମାନି ।
ଗେଲବସର ଟିଏ ସେ,
ଖୋଜେ ମା'ର କାନି,
ଚଗଲାମି କରେ କେତେ ,
କଥା ନ ମାନି ।
ବାପାଙ୍କ ପିଠି ତା'ର ,
ସର୍ବୋତ୍ତମ ଆଶ୍ରୟସ୍ଥଳୀ,
ଲୁୁୁଚିଯାଏ ନିିସଙ୍କୋଚେ,
ଖାଇବାର ହେଲେ ଗାଳି ।
ସେଇ ଚଞ୍ଚଳ ଜିିିଦିଖୋର,
ଅମାନିଆ ପରୀ,
ବଦଳି ନିଏ ଚାଲିଚଳଣି,
ପର ହାତ ଧରି ।
ଅବୁଝା ଅଝଟ,
ମନ ମତାଣିଆ ବ୍ୟବହାର,
ସଂସ୍କାରର ଓଢ଼ଣା ତଳେ,
ହେଇଯାଏ ସରଳ ବିନମ୍ର ।
ଅଇଁଠା ଥାଳିକୁ ଦେଖି,
ନାକ ଟେକୁଥିବା ରାଜକୁମାରୀ,
ଶିିିିଖିଯାଏ ଘରକରଣା ,
ରୋଷେଇ ହାଣ୍ଡି ଧରି ।
ନିିିିର୍ମଳ ମୁୁୁକ୍ତ ଆକାଶେ,
ଭରୁଥିବା ରଙ୍ଗ ପିିିଚିିିକାରୀ,
ଶାଳୀନତାକୁ ଗହଣା କରି,
ସରଳତାକୁ ନିଏ ଆଦରି ।
ମା'ର ମୃୃଦୁ ହସ୍ତକ୍ଷେପରେ ,
ରାଗିି ଉଠୁଥିଲା ଯିଏ ଦିନେ,
ସାମୟିକ ବାର୍ତ୍ତାଳାପକୁ,
ସାଇତି ରଖୁୁୁଛି ଯତନେ ।
ବାପାଙ୍କ ଘର ବାହୁଡ଼ାକୁ,
ଅପେକ୍ଷା କରି ରହୁଥିଲା ଦାଣ୍ଡରେ,
ଆଜି ବି ଆଖି ତା'ର ତାଙ୍କ ଆସିବା ବାଟରେ,
ରହିଲେ ସିଏ ଯେତେ ବି ଦୂରରେ।