Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Puspanjali Panda

Romance

3  

Puspanjali Panda

Romance

ବେଶି ଭଲପାଏ

ବେଶି ଭଲପାଏ

1 min
369


ଧୁଧୁ ଖରାବେଳ ଜହ୍ନରାତି ଲାଗୁଥିଲା ମତେ

ତୁମେ ଥିଲ ସାଥେ

ଫୁରସତ ନଥିଲା ମୋର

ହାତେଥିବା ମୋବାଇଲ ଫୋନ୍

ହ୍ୱଆଟସଅପ୍ ,ମେସେଞ୍ଜ ର 

ମେମୋରି କୁ

ହଠାତ ସବୁତକ 

ପ୍ରେମ ମୋର ଚୁପ୍ ପଡିଗଲା

ମାର୍କେଟ ରେ 

ତୁମ ସହ ଆଉଜଣେ

ଢେର ହସୁଥିଲା

ଅପ୍ରସ୍ତୁତ ଆଖି ଆଉ ମନ

ଭାଗକରିଦେଲେ 

ବନ୍ଦକରିଦେଲେ ମୋର

ତୁମସହ ଦେଖୁଥିବାସୁନେଲି ସପନ।।

ସମ୍ପର୍କ କଟିଲା ପରେ

ଆଉକଣ ଦରକାର

ଫୋନ୍ କରିବାରେ!

ନମ୍ବର ରଖିବାରେ।

ସମୟ ର ଚୋରାବାଲି ଧିରେଧିରେ

ସରି ଆସୁଅଛି

ଘୁଣଖୀଆ ପୋକଖିଆ

ଶରୀର ମୋ ଅବଶ ଲାଗୂଛି

ହାତେଧରି ମୋବାଇଲ

ଦେଖୁଥିଲି ତୁମ ପ୍ରୋଫାଇଲ।

ଦୁଃଖ ପୁର୍ଣ୍ଣ ବାର୍ତ୍ତା ସହ ଫଟ ଟିଏ

ଥିଲା ଭାଈ ପାଇଁ

ସେଦିନ ସେକଥା କାହିଁ

ବୁଝିପାରିଲିନି

ନିଜ ହାତେ ନିଜ ପ୍ରେମ ଅବିଶ୍ୱାସ

ନଇଧାରେ

ଜଳାଞ୍ଜଳି ଦେଲି।

ମୃତ୍ୟୁ ର ପାଦଶବ୍ବରେ

ଜାଗିଉଠେ ,ବଞ୍ଚିବାର ନିଶା

ତମ ସହ ଖୁସୀକିଛି ପାଳିବାର ଇଛା ।

କହିଦେଇ ମୁକ୍ତିପାଇ

ସେ ପାରିକୁ

ଯିବାପାଇଁ ଚାହେଁ

ସଙ୍ଗିନୀ ରେ ତୁମକୁ ମୁଁ

ଜୀବନରେ

ବେଶି ଭଲପାଏ ।।


Rate this content
Log in

Similar oriya poem from Romance