ଭଁସେଇ ଦେନି
ଭଁସେଇ ଦେନି
ଭଁସେଇ ଦେନି
ନଦୀର ଧାରେ
ଯେତେ ଲେଖିଥିନି କଲମ ଗାରେ
ସାହି ନେଇଁସେ କଲମର
ଦୁକାନର ଘିନା ବିକନା ସାହି
ଲେଖିଥିନି ଯେତେ ଅକ୍ଷର
ହୁରୁଦ୍ ଭିତରର ଯେତେ ରକତଧାରେ
ରୁଧିରର ଲେଖା ମୋର ଯେତେ
ଉହଲି ଗଲା ସୁଂଦର ନଦୀ ପାନି
ତୋର ଲାଗି
ମୋର ଜିମନର
ଯେନ୍ ପେରେମ୍ କହାନୀ
ବଛର ବଛର ଧରିକରି
ବାଟଦେଖା ମୋର
କେତେ ଆଗ୍ରହର,
କାଣା ତୁଇ ଦିନେ ହେଲେ
କେତେବେଲେ
କରି ପାରବୁ ସୋର
ଲୁହୁ ଆରୁ ଲହୁ ମୋର
ସନାଗବା ଭାଷା,
ଇ ଜିମନର ମଧୁର ସପନ
ପେର୍ମର ପରିଭାଷା
ଇ ହୁରୁଦର ପରିଖିଆ
ଜୁଏ ଜାଲି ଜଲୁଥିବାର ନିତି,
ଅଂତରର ଆଗ୍ରହ ମୋର
କାରତିକ ପୁନି ସକାଲର ଇ
ଡଂଗାଭସା ବତି
ଶରାବନର ରୋଝୋରୋଝୋ
ବରଷା ପାନିର
ଉଧଲୁଥିବାର ମନ
ଏକଲା ଏକଲା ବୁଲିବୁଲି
ଦେଖୁଥିବାର ଦଶରା ପୁନିର ଜନ
ଫଗୁନ ମାସର
ଫଗୁଖେଲ
ସବୁଥିଲା ସାନିହେଇ
ସିନା ରଂଗେ ତୋର,
ଆମ ଗଛେ ମୋର
ସବୁବେଲେ ଶୁଭୁଥିଲା
ତୋର ବିନା ଆରୁ କହ
କେନ୍ କୁଇଲିର ସୋର
ଡହକବିକଲ ଡହକବିକଲ
ଯେତେ ମୋର ଅକ୍ଷରମନକର ଭାଷା
ବୁଝିପାରବା _କେଁ ଦୁନିଆଁ
ଉଲଟି ସିନା କରସି ଲୋକହଁସା
ତୁଲିବସଲା ଇ ଦୁନିଆଁ
ଯେନ୍ ନିକତିନେ
କେତେବେଲେ ନେଇଁ ହେନି କଁଟି,
ଯେତେସବୁ ଆଗ୍ରହ ମୋର
କିଏ ଚିନେଁ
ସବକର ନୁରା ମାନ ସନମାନ
ଆର ଯେତେ ସଂପତି
ତୋରଲାଗି ମୋର ପେରେମ ଛଡ଼ା
କିଛୁ ନେଇଁ ହାତେ,
ହେ ପେରେମର ଦରଦ ଏକା
ଖାତା ଭିତରେ ଉତରୁଥିସି
ହେଇ ପାରବାର ପତେ
_କେଁ କରବୁ ମୋର ପେରେମକେ
ଚିନି ହେଲେ
ମୋର ଲାଗି _କେଁ
ହେତୁ ଲୋକର ହଁସା,
ବଡ଼ଘରି
ବଡ଼ଲୋକ ହେବାର ସପନ ପୂରୁ ତୋର,
ସୁଂଦର ନଦୀର ପାନି ପଛେ
ଉହ୍ଲି ଯଉ ଯେତେ ମୋର ଆଶା