Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Hemabanta Pradhan

Abstract Romance Classics

3  

Hemabanta Pradhan

Abstract Romance Classics

ବର୍ଷା...ତୁମ ପାଇଁ

ବର୍ଷା...ତୁମ ପାଇଁ

1 min
265


ତୁମେ ଆସିବ ବୋଲି

ମନ ମଧ୍ୟେ ଖୁସିର ରଙ୍ଗ ଦେଉଥିଲି ବୋଲି |

ଗ୍ରୀଷମ ନ ଆସୁଣୁ କରୁଥିଲି ତୁମକୁ ଅପେକ୍ଷା

ଅପେକ୍ଷାର ଫଲ ମିଠା ବୋଲି ତୁମେ ବାରମ୍ବାର ଦେଉଥିଲ ଶିକ୍ଷା |

ଯେବେ ମୁଁ ଦେଖୁଥିଲି କଳାମେଘ

ମୟୁର ପରି ତୁମ ପରି ଝରିଆସୁଥିଲା ହସ ଖୁସିର ଆବେଗ |

ତୁମେ ଆସ ଯେବେ ମୁଁ ଭିଜୁଥିଲି ତୁମେ ସାଥେ

ସେ ସମୟ ଆଜି ମଧ୍ଯ ମନେ ମନେ ଭାବେ କେତେ |

ତୁମେ ଆସିଲେ ତୁମରି ପାଣିରେ ନୃତ୍ୟ କରୁଥିଲା ମୋ ମନ ଓ ଶରୀର

ଯେମିତି କଳାମେଘ ଦେଖି ମୟୁର ନାଚିଉଠେ ମୋ ମନ କି ଶରୀର ମଧ୍ୟ ହୋଇପାରୁନଥିଲା ସ୍ଥିର |

ତୁମେ ଯେବେ ଆସୁଥିଲ ମୁଁ ମୋର ଖାତା ବହି ଦେଉଥିଲି ଚିରି ଫାଡ଼ି

ମାଁ ର ମନା କରିବା ସତ୍ତ୍ବେ କାଗଜ ଡଙ୍ଗା ମାନ ତିଆରି କରୁଥିଲି ବାକି କାମ ଛାଡ଼ି |

ହେଲେ ତୁମେ କେବେ ବୁଝିପାରୁନଥିଲ ମୋର ମନ

ହେଲେ ଆଜି ମଧ୍ୟ ମନେପଡ଼େ ସେହି ଅଭୁଲା ବାଲ୍ଯ ଜୀବନ |

ଜୀବନର ଚଲାପଥେ ମୁଁ ଗଲି ବଦଲି

ହେଲେ ତୁମେ ଆଜି ମଧ୍ୟ ତୁମେ ସେମିତି ଅଛ ତୁମେ ବଦଲି ନାହଁ ମୋ ଭଲି |


Rate this content
Log in

Similar oriya poem from Abstract