କବି ତୁମେ
କବି ତୁମେ
କବି ତୁମେ ରହ ନ୍ଯାୟ ର ସହିତ
କର ତୁମେ ସମାଜର ହିତ |
ଅନ୍ୟାୟ ଯେତେ ବଡ଼ ଥାଉ
ନ୍ୟାୟର ପଥେ ତୁମରି ସ୍ପର୍ଶ ନ ଥାଉ |
ତୁମେ ଯବାନ୍ ପରି ତୁମରି କଳମକୁ ଅସ୍ତ୍ର କର
ଦେଶରୁ ସ୍ବେଚ୍ଛାଚାରିତାକୁ ଲୋପ କରିବା ପାଇଁ ତୁମେ ତୁମ ଅସ୍ତ୍ର ଧର |
ତୁମେ ନିଜ ଅସ୍ତ୍ରକୁ ଅନ୍ଯାୟ ବିରୁଦ୍ଧରେ କଲେ ଉପଯୋଗ
କରିବ ତୁମେ ଜୀବନ ଗଲା ପରେ ଅମରତ୍ବର ଭୋଗ |
ତୁମେ ଅମର ରହିବ ତୁମରି କୃତି ମଧ୍ୟେ
ତୁମେ ବାରମ୍ବାର ଜନମ ହେଉଥିବ ଯେବେ ଅନ୍ୟାୟ ବିରୁଦ୍ଧର କବିତା ପଢ଼ିବେ ଲୋକେ
ସେବେ ତୁମେ ବଞ୍ଚିରହିବ ତାଙ୍କରି ସ୍ବାର୍ଥ ଆଗେ |
ତୁମେ କେବେ ଧନ ସମ୍ମାନ ପ୍ରତି ନ ଦେବ ଧ୍ୟାନ
ତୁମେ ଯଦି ନ୍ୟାୟ ସହିତ ରହିବ ବାଣ୍ଟିବ ପ୍ରକୃତ ଜ୍ଞାନ |
କବି ତୁମେ ସଂସ୍କାର ଆଣିପାରିବ ସମାଜକୁ
କେବେ ପଥଭ୍ରଷ୍ଟ ନ ହୋଇ ତୁମେ ପଥ ପ୍ରଦର୍ଶନ କର ତାକୁ |
କବି ତୁମେ ଜଗତର ଗୁରୁ
ତୁମେ ଠିକ୍ ବାଟେ ଗଲେ ଏଇ ସମାଜ କିଛି ଶିଖିବ ତୁମ ଠାରୁ |