Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Ashisa Kumar Das

Romance

4.5  

Ashisa Kumar Das

Romance

ଚିଠି

ଚିଠି

1 min
224



ଚିଠି ସିନା ସରେ ଲେଖିଦେଲେ ଇତି

ସରେ ନାହିଁ ଜମା ପ୍ରୀତି

ଅକୁହା କଥାକୁ କେମିତି ଲେଖିବି

ହଜିଯାଇଛି ମୋ ମତି।

ସଂକେତ ରେ କିଛି ଲେଖି ଅଛି ସଖି

ବୁଝି ଯିବ ସତ୍ୟା ସତ

ପାନ ଗୁଆ ଭାବି କିଛି ନ ବୁଝିଲେ

ଶୂନ ହେବ ଭବିଷ୍ୟତ ।

ଭାବନା ବହୁତ ଶବଦ ଅଳପ

ଲେଖିବା ସ୍ଥାନଟି ସାନ

ହୃଦୟ ପରଖି ଦେଖିଲେଗୋ ସଖି

ନ ହୋଇବ କେବେ ଶୂନ ।

ଭାବକୁ ପରଖି ସମୟ ନିରିଖି

ମିଠା, କଷା,ପିତା ଚାଖି

ଫୁଲର ମହକ ପ୍ରୀତିର ବାହକ

ଲେଖିଛି ଦିପଦ ସଖି ।

ଫଗୁଣର ରଂଗେ ରଞ୍ଜିତ କରିଛି

ପ୍ରେମ ଭରା କିଛି ଶବ୍ଦ

କୋଇଲିର ସ୍ୱରେ ପଢ଼ୁ ଥିବ ସଖି

ହୋଇବନି ଜମା ସ୍ତବ୍ଧ।

ମନର ବିହଙ୍ଗେ ପ୍ରେରଣ କରୁଛି

ପଢ଼ି ନେବ ଯଥା ଯଥ

ସଜ ବାଜ ହୋଇ ସଭିଙ୍କୁ ହସେଇ

ଜଗି ରହିଥିବ ପଥ ।


           



Rate this content
Log in

Similar oriya poem from Romance