Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

SUKANTA KHANDA

Children

4  

SUKANTA KHANDA

Children

ଧନ୍ଦା-୩

ଧନ୍ଦା-୩

1 min
377



ତିନୋଟି ଅକ୍ଷରେ ନାମ ମୋହର

କେ'କହି ପାରିବ କୁହନ୍ତୁ ତାର?

ବିଜେତା ହୋଇଲେ ହସ ଫୁଟିବ

ପରାସ୍ତ ହୋଇଲେ ଲୁହ ଗଡିବ।

ପ୍ରଥମ ଦ୍ଵିତୀୟ ଅକ୍ଷର ଦୁଇ 

ରାସ୍ତାକୁ ବୁଝାଏ ଦେଲେ ମିଶାଇ।

ପ୍ରଥମ ତୃତୀୟ ଯୋଗ କରିବ

ପକ୍ଷୀଙ୍କ ଡେଣାରେ ଏ ଲାଗି ଥିବ।

ଦ୍ଵିତୀୟ ତୃତୀୟ କମ୍ପନ ହୁଏ

ମିଶାଇଲେ ଅର୍ଥ ବୁଝାଇଥାଏ।

ତୃତୀୟ ଦ୍ଵିତୀୟ ଆଷାଢେ ଯାନ

ଦୁଲୁକାଏ ବଡ଼ ଦାଣ୍ଡର ପ୍ରାଣ।

ତିନୋଟି ଅକ୍ଷର ମିଶାଇ ଦେଲେ

ପାଷାଣ ଅର୍ଥକୁ ବୁଝାଇଥାଏ।

କହିଦିଅ ମୋର ଭାଇ ଭଉଣୀ

ଯାହା ମୁଁ ଲେଖିଲି ଏଇ କାହାଣୀ।

ଯଦି କହିବ ଏ ଧନ୍ଦା ବିଷୟ 

ସବୁଠି ତୁମର ହେବରେ ଜୟ।

ଅନୁରୋଧ ମୋର ରଖିବ ବୋଲି

ମୋ' ଆଶା ଭରସା ଯାଇନି ଚାଲି।

        

ଉତ୍ତର-ପଥର


Rate this content
Log in