Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

SUKANTA KHANDA

Abstract

4  

SUKANTA KHANDA

Abstract

ତିନୋଟି କବିତା

ତିନୋଟି କବିତା

1 min
7



ଖରାକୁ ସମ୍ଭାଳି ପାରିବେନି ବୋଲି

   ସରକାର ଦେଲେ ଛୁଟି

ଘରୁ ନ ବାହାରି ଶୀତଳ ଛାଇରେ

   ଆରାମ ପାଇଁ ଏ ଭେଟି

   ଆଈ ମାଆ ମୋର ମୋଟି 

ଦହି ଲେମ୍ବୁ ଲୁଣ ସର୍ବତ ଦେଇକି

   କହୁଛି ପିଇ ଦେ' ଚାଟି।

      ଖରା ନଂ-୨

ସମ୍ଭାଳ ଖରାକୁ ପାରିବନି କିଆଁ 

   ସମ୍ଭାଳ ତ ପ୍ରତିବର୍ଷ

ଏଥର କିନ୍ତୁରେ ବେଶୀ ହିଁ ଲାଗୁଛି

   ମୁଖେ ନାହିଁ ମୋଟେ ହର୍ଷ 

   ପ୍ରତିକ୍ଷଣ ମନ ବିଷ

ଆଈଙ୍କ କଥାକୁ ବୁଝିବା କ୍ଷଣି ମୋ 

   ହୃଦୟରୁ ଗଲା ରୋଷ।

      ଖରା ନଂ-୩

ମୁରୁକି ବସିକି ଆଈ କହିଗଲେ

   ଖରାକୁ ସମ୍ମାନ ଦିଅ

ଦୁଃଖର ଭିତରେ ସୁଖର ସନ୍ଧାନ 

   ଖୋଜିଆଣି ମନେ ଥୁଅ 

   ଭକ୍ତି ଓ ପ୍ରେମରେ ରୁହ

ନୂଆ ସମ୍ଭାବନା ଉଦ୍ଦେଶ୍ୟ ବୋଲିକି

   ଡହଡ଼ହ ଚହଚହ।

      


Rate this content
Log in

Similar oriya poem from Abstract