Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

SUKANTA KHANDA

Abstract

3  

SUKANTA KHANDA

Abstract

ଜନକ

ଜନକ

1 min
7



ଓଡ଼ିଆ ଜଣକ ମାନ୍ୟତା ପାଇଛି

ଫକୀର ମୋହନ ବୋଲି

ଇତିହାସ କହେ ସେପରି ଇଂରାଜୀ

କୋଫ୍ରି ଚଉସର ଖୋଲି।


ଇତିହାସଟିର ହେରୋଡୋଟସ ହିଁ

ଜନକ କହିବା ପାଇଁ

ଅର୍ଥଶାସ୍ତ୍ରଟିର ଆଡ଼ାମ ସ୍ମିଥଙ୍କୁ

ଇତିହାସ କହେ ଚାହିଁ।


ସଂସ୍କୃତ ଜନକ ପାଣିନୀ ନିଶ୍ଚୟ

ଜଗତ ଜାଣିଛି ଆଜି

ତର୍କଶାସ୍ତ୍ର ପାଇଁ ଆରିଷ୍ଟୋଟଲଙ୍କୁ

ପାଇଛି ଜଗତେ ଖୋଜି।


ଶିକ୍ଷାର ଜନକ ହୋରେସ ମାନ

ଆର୍କିମେଡିସ ଗଣିତ

ଜଳୁଛନ୍ତି ଦେଖ ଜକଜକ ହୋଇ

ହୋଇକି ସଭିଙ୍କ ମିତ।


ବୀଜ ଗଣିତରେ ଖ୍ୱାରିଜମି ଅଟେ

ଜ୍ୟାମିତିରେ ଇଉକ୍ଲିଡ

ତ୍ରିକୋଣମିତିରେ ହିପ୍ପାରକସଙ୍କୁ

କହି କି ପାରିବ ଛାଡ଼?


ରାଜନୀତି ବିଜ୍ଞାନର ଜନକ ହିଁ

ଏ ବିଶ୍ୱେ ଆରିଷ୍ଟୋଟଲ 

ସମାଜ ବିଜ୍ଞାନ ଜନକ ହୁଅନ୍ତି

ଅଗଷ୍ଟେ କୋମଟେ ହେଲ।


ମନସ୍ତତ୍ତ୍ୱ ବିଜ୍ଞାନର ଜନଙ୍କ ତ

ଉଇଲିୟମ ୱଣ୍ଟେଙ୍କୁ

ସମ୍ମାନ ମିଳିଛି ପଦାର୍ଥ ବିଜ୍ଞାନେ

ଗାଲିଲିଓ ବୈଜ୍ଞାନୀଙ୍କୁ।


ପ୍ରାଣୀ ବିଜ୍ଞାନରେ ଆରିଷ୍ଟୋଟଲ ହିଁ

ଜନକ ଆଜି ବିଶ୍ବରେ 

ଉଦ୍ଭିଦ ବିଜ୍ଞାନ ଜନକ ଜାଣିବା

ଥେରୋଫ୍ରାଷ୍ଟସ ମହୀରେ।


ଆମ ରସାୟନ ବିଜ୍ଞାନ ଜନକ

ଏନୋଟନି ଲେଭେସର

ଆୟୁର୍ବେଦଟିର ଜନକ ଚରକ

ସମାହିତ ଜଗତରେ।


ସଂଗୃହୀତ ତଥ୍ୟ ଲେଖିଛି ଭାଇରେ

ଭୁଲ ଥିଲେ ସଜାଡ଼ିବ

ଏହି ଅଧମଙ୍କୁ ଭୁଲ ନ ବୁଝିକି

ସତ୍ୟତାକୁ ଖୋଜିନେବ।


      


Rate this content
Log in