Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

SUKANTA KHANDA

Abstract

4  

SUKANTA KHANDA

Abstract

ଜନ୍ମଦିନ

ଜନ୍ମଦିନ

1 min
12



ବାଉନ ବର୍ଷ ମୋ' ଆସି ହୋଇଗଲା

   ଆଜିକାଲି ବୁଢ଼ା ହେଲି

ମରିବାକୁ ଯମ ଡାକରା ଦେଲାଣି

   ସଜବାଜ ହୁଅ ବୋଲି

   କହୁଛି ହୃଦୟ ଖୋଲି 

ଶୁଭେଛାଟା ଖାଲି ମିଲିଯାଉ ଥରେ

   ଯିବି ମୁଁ ସ୍ୱର୍ଗକୁ ଚାଲି।


ପତ୍ନୀ ପୁଅ ଆଉ ଘର ପରିବାର

   ପାଳନ କରୁଛି ପର୍ବ

ଆନନ୍ଦେ ସଭିଏଁ ଉତ୍ସବରେ ମାତି

   ପିଠା ମିଠା ଖାଇ ଗର୍ବ

   ଥରେ ତ ସଭିଏଁ ଭାବ

ମୃତ୍ୟୁର କୋଳରେ ଶୋଇଯା' ବୋଲିକି

   ପାଳୁଛ କି ଜନ୍ମୋତ୍ସବ ?


ସ୍ଵର୍ଗରେ ଥାଇକି ବାପା ଆଉ ମାଆ

   ଆଶୀର୍ବାଦ ଦେଉଥିବେ 

ମର୍ତ୍ତ୍ୟ ସଂସାରରେ ଭାଇ ବନ୍ଧୁ ସହ

   ନାଚ ଗୀତେ ମଜ୍ଜିଯିବେ

   ନିଜକୁ ଟିକିଏ ଭାବେ

ଧନ୍ୟ କହିବ ଏ ଦୁନିଆଁ ହାଟକୁ 

   ସ୍ୱାର୍ଥ ନା ତ୍ୟାଗ ଏ ଭବେ?


ଜୀବନ ଯୌବନ ଅସ୍ତମିତ ରବି

   ପରିକା ହେଲାଣି ବନ୍ଧୁ

କେତେବେଳେ ମୁହିଁ ଆରପାରି ଯିବି

   ତେର ନଈ ସାତ ସିନ୍ଧୁ

   ଶରୀର ପୂର୍ଣ୍ଣ ଅଳନ୍ଧୁ 

ଜୀବ ଯିବା ପୂର୍ବୁ ଶୁଭେଛା ସହିତ

   ମୁଠାଏ ଆଶିଷ ବିନ୍ଦୁ।


ତରବର ଆଜି ଏ ଅଳ୍ପ ସମୟେ 

   ବାଉନ ପୂରି କି ଏକ

ଦିନ ହୋଇଯିବ ସେଥିପାଇଁ ଚାହେଁ

   ଶୁଭେଛା ବର୍ଷନ୍ତୁ ଲୋକ

   ହୋଇବା ପୂର୍ବରୁ ଶୋକ

ଶୋକ ଆସିଗଲେ ଓମ୍ ଶାନ୍ତି କହି

   ତୁଣ୍ଡରୁ ଗିଳିବ ଢୋକ।  

     


Rate this content
Log in

Similar oriya poem from Abstract