ଏକାକୀ
ଏକାକୀ
ଓଃ ଏକାକୀ!
ଆଜି ମୁଁ ଏକାକୀ !
କୌଣସି ଯନ୍ତ୍ରଣା ଠୁ କମ୍ ନୁହେଁ
ଜୀବନର ଦୋ-ଛକିରେ
କେତେ ଯେ କଳ୍ପନା କରିବି ?
ବାସ୍ତବତା ତ ସତ୍ୟ
ମିଳନର ମରିଚୀକା
ଆନ୍ଦୋଳିତ କରେ ମନକୁ
ସମସ୍ତେ ଥାଇବି ମୁଁ ଏକା
କବାଟ ପାଖରେ ଭୟର ଅସୁର
ମୁଣ୍ଡ ଟେକିବାକୁ ମୋର ନାହିଁ ସମର୍ଥ
କେମିତି ବା ବଂଚିବି ?
ମରିଚୀକା କୁ ଦେଖିଦେଖି ଜିଉଁଛି
ମରିଚୀକା କିବା ସତ !
ନାନା ପ୍ରଲୋଭନ !
ସପ୍ତଫେଣୀ ପୁଷ୍ପ ପରି
ମନ ମାନିଲାନି ତୋଳିବାକୁ ଗଲି
କଣ୍ଟାର କଠୋର ଆଘାତ
ହାତକୁ ମୋର କଲା ରକ୍ତ ଜର୍ଜରିତ
କାହାକୁ ବା କହିବି
ଏ ତ ମୋ କର୍ମଫଳ
କେବେ ସରିବ ଏ ଦିନ
ଏକାକୀ ଜୀବନ ଯେ କେଡେ ଘାତକ
ଯେ ଭୋଗିଛି ସେ ଜାଣିଛି
ତଥାପି ମନରେ ଉଙ୍କିମାରେ ଆଶା
ନିଶ୍ଚୟ ଅନ୍ତ ଘଟିବ ଏ ସମୟର
ରକ୍ଷା କରିବେ ନିରାକାର ॥