Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

KUMUDINI PATI

Inspirational

4  

KUMUDINI PATI

Inspirational

ଗାନ୍ଧୀ ଆସ ଗଢ଼ ନବ ଭାରତ

ଗାନ୍ଧୀ ଆସ ଗଢ଼ ନବ ଭାରତ

1 min
275


ହେ ଗାନ୍ଧୀ,

କେଉଁଠି ଅଛ ତୁମେ

ପୁଣି ଥରେ ଆସ ଏଇ ଭାରତେ

ଦେଖିଯାଅ ତୁମ ଆଦର୍ଶକୁ ଭୁଲି

ଲୋକେ କିପରି ଚାଲିଛନ୍ତି

ନିଜ ନିଜ ପଥେ l

ହିଂସାର ତରବାରୀ ଧରି ଭାବନ୍ତି

ସରଗକୁ ଜିଣିବା ପାଇଁ,

ଆଉ ବାକି ଅଛି ହାତେ l


ହେ ଗାନ୍ଧୀ,

ଅବାଟରେ ଯାଉଥିବା ଲୋକମାନଙ୍କୁ

ଆସି ଥରେ ଦେଖାଇଦିଅ

ଉଚିତ ଅନୁଚିତର ପଥ l

ଗାନ୍ଧୀ ଥରେ ମାତ୍ର ଆସନା

ପୁଣି ଥରେ ଗଢିବାକୁ ନବ ଭାରତ l


ହେ ଗାନ୍ଧୀ,

ତୁମ ଆଦର୍ଶକୁ ଆଜି

ଭୁଲି ଯାଇଛି ଭାରତ l

ତୁମ ସ୍ବପ୍ନର ଭାରତ ଆଜି

ହୋଇ ଯାଇଛି ଧ୍ୱସ୍ତ ବିଧ୍ୱସ୍ତ l

କାହା ମନେ ନାହିଁ ସଦଭାବନାର ମନ୍ତ୍ର

ହିଂସା, ଦ୍ୱେଷ, ଈର୍ଷାରେ ଜଳି ଜଳି

ମାନବିକତାକୁ ଜଳାଞ୍ଜଳି ଦେଇ

ଅହମିକାର ପ୍ରାଚୀର ଉପରେ ଠିଆ ହୋଇ

ଟଙ୍କାର ଶେଯରେ ଶୋଇ

ଭଲରେ ବଂଚିବାର ବାହାନା

କରୁଥିବା ଲୋକଟି ପାଖରେ

ମଣିଷ ପଣିଆ ଆଜି ଲୁପ୍ତ l

ତେଣୁ ତୁମେ କୁହ ଗାନ୍ଧୀ

ସେ ବଞ୍ଚି ଥାଉ ଥାଉ ନୁହେଁ କି ମୃତ l


ତେଣୁ ଆସ ଗାନ୍ଧୀ,

ଶାନ୍ତି ଓ ଅହିଂସାର ସଞ୍ଜିବନୀ ଧରି 

ସିଞ୍ଚନ କରିଦିଅ ମରତେ l

ତଵ ଆଦର୍ଶରେ ହୋଇ ଅନୁପ୍ରାଣିତ

ତଵ ହାତରେ ମିଶାଇ ହାତ

ସେମାନେ ଚେଷ୍ଟା କରନ୍ତୁ,

କାଳେ ତୁମ ସ୍ୱପ୍ନର ଭାରତ

ହୋଇଯିବ ସତ l

ତେଣୁ ଆସ ଗାନ୍ଧୀ,

ପୁଣି ଥରେ ସାହାଯ୍ୟ କର

ଗଢିବାରେ ଏକ ନବ ଭାରତ

ଗଢିବାରେ ଏକ ନବ ଭାରତ l


   


Rate this content
Log in

Similar oriya poem from Inspirational