Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Arjun Das

Comedy

4  

Arjun Das

Comedy

ଘରକୁ ସୁନ୍ଦର ଘରଣୀ

ଘରକୁ ସୁନ୍ଦର ଘରଣୀ

1 min
354



ଘରକୁ ସୁନ୍ଦର ଘରଣୀ ତ ଥିଲେ

ଆକାଶକୁ ଦିଶେ ତାରା

ବହୁ ବିଜ୍ଞଜନ ଏହି କଥା ସବୁ 

କହି ଯାଇଥିଲେ ପରା ॥ 

ମୋହରି ଘରଣୀ କଥାଟି କହିବି 

ଶୁଣିବଟି ଦେଇ ମନ

ଶୁଣିଲା ପରେ ବାହା ହେବ ପାଇ ତ

କରିବ ନାହିଁ କେବେ ମନ ॥

 ସେଏ ଆମ ଘର ଆସିଲା ଦିନଠୁ 

ଶାନ୍ତିରେ ଶୋଇନି ଦିନେ

ଯଦି କେବେ ତାକୁ ରାଗିକି କହୁଛି

ଚଖେଇ ଦଉଛି ପାନେ ॥

ସବୁବେଳେ ପରା ଶଳା ଶାଳିଙ୍କର

ଡିମାଣ୍ଡ ହୁଏ ପୁରଣ

ନହଲେ ଭାଇ ଦେଉନାହି ସେ ତୁଣ୍ଡେ 

ଭାତ ଲଙ୍କା ଟିକେ ଲୁଣ ॥

ମନେ ମନେ ଥରେ ଉପାୟ ପାଞ୍ଚିଲି

ଘରୁତାକୁ ତଡି ଦେବି

ଏକୁଟିଆ ହୋଇ ରହିଯିବି ପଛେ 

ତାକୁ ଆଉ ନ ଆଣିବି ॥

ନିଦ ବାଉଳା ରେ କହିଦେଲି ସବୁ

ଯାହା ମନେ ଥିଲି ଭାବି

ରାଗିଯାଇ ପୁରା ନାଲି ପଡିଗଲା 

ତଡାରେ ଦେଲାସେ ଖୋବି ॥


Rate this content
Log in

Similar oriya poem from Comedy