Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Arjun Das

Comedy

4  

Arjun Das

Comedy

ଗଞ୍ଜେଇ ଚାଷ

ଗଞ୍ଜେଇ ଚାଷ

1 min
276



ଗଞ୍ଜେଇଆଙ୍କ ଦିନେ ବସିଲା ସଭା 

ବିଚାରିଲେ ଗଞ୍ଜେଇ ଚାଷ କରିବା।

ଏମିତି ଆଉ କେତେ କିଣି ଖାଇବା 

ନିଜେ ଚାଷକରି ନିଜେ ଚଳିବା।

ଯତନେ କିଆରୀ ପ୍ରସ୍ତୁତ କଲେ 

ବାଛି ବାଛି ଚାରା କିଣି ଆଣିଲେ।

ଯେତେ ଥିଲା ଧନ ଲଗାଇଦେଲେ 

ବହୁତ ଦିନକୁ ଅପେକ୍ଷା କଲେ।

ଗଛ ବଡ ହେଲେ ଟାଣିବୁ ଆମେ 

ଜଳକା ପରି ଚାହିଁଥିବା ଯେ ତୁମେ।

ଗଛ ବଡ ହୋଇ ହେଲା ପାକଳ 

ପୋଲିସ ଭାଇଙ୍କ ଲାଗିଲା ମେଳ।

ଏହାଦେଖି ସେ କାବା ହୋଇଲେ 

ମାମୁଁ ମାନେ କିପରି ଜାଣିପାରିଲେ।

ମାମୁଙ୍କର କାମ ଆରମ୍ଭ ହେଲା 

ଗଞ୍ଜେଇ ଦମନ କାର୍ଯ୍ୟ ଚାଲିଲା।

ପୋଲିସ ବାବୁଙ୍କ ଚଢାଉ ଦେଖି

ଗଞ୍ଜେଇଆ ଗଲେ ଲାଙ୍ଗୁଡ଼ ଜାକି।


Rate this content
Log in

Similar oriya poem from Comedy