Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Arjun Das

Inspirational

3  

Arjun Das

Inspirational

ମୁହଁ ହୋଇଗଲା ବଙ୍କା

ମୁହଁ ହୋଇଗଲା ବଙ୍କା

1 min
164


 ମୁହଁ ହୋଇଗଲା ବଙ୍କା 

ଯେବେ ଜାଣିଥିଲି 

ଫେସବୁକ ପ୍ରେମ ,ପ୍ରେମ ତ ନୁହଇ 

ସବୁ ଗୋଟେ କୁହୁଳିକା ॥

ମିଛି ମିଛିକା ପ୍ରେମ କରୁଥିଲା  

ଗୋଟିଏ ସୁନ୍ଦରୀ ଝିଅ 

କେତେ କେତେ ମିଠା କଥା କହୁଥିଲା 

ପଖାଳେ ପକାଇ ଘିଅ ॥

ପ୍ରେମରେ କେତେଯେ ଆଳପ କରଇ

କରେନାହି କେବେ ଶଙ୍କା

ମନେ ମନେ ମୁହି ଗୁଡ ଖାଉଥାଇ

ପାଇ ଫେସବୁକ ପ୍ରେମିକା ॥

କଥାଟି ତାହାର ବାଟୁଳି ପଥର 

ମାରୁଥାଏ ପରାଟାଣି 

ହୃଦୟକୁ ମୋହର ଚୋରି କରି ନେଲା

ତାର ସେ ଚୋରା ଚାହାଣି ॥

ଏମିତି କେତେଯେ ପେରେମ ଚାଲିଲା 

ବର୍ଷ ଆଉ ଦିନ ମାସ 

ଆଉସେ ଫାନ୍ଦରୁ ବାହାରି ନପାରି 

ହୋଇଗଲି ସର୍ବନାଶ ॥

ଥରେ ମୁ ଜାଣିଲି ଫେସବୁକ୍ ବାଲି

ଝିଅ ନୁହେ ଶଳା ଟୋକା 

ଏମିତି ଖବର ପାଇଲା ପରେ ତ

ଭାଇ ମୋ ମୁହ ହୋଇଗଲା ବଙ୍କା ॥


Rate this content
Log in

Similar oriya poem from Inspirational