ଗୁରୁ ମୋହର
ଗୁରୁ ମୋହର
ମଣିଷ ଭୁଲ୍ କରେ,
ଘଟିଥାଏ ସଭିଙ୍କ ଜୀବନେ,
ସତ୍ ଶିକ୍ଷା ହୁଏ ପ୍ରେରଣା ଉତ୍ସ,
ସେହି ଶିକ୍ଷା ଦିଅନ୍ତି ସେ ଗୁରୁ,
ପରହିତ ପାଇଁ ପ୍ରାଣ ତାଂକ କାନ୍ଦେ,
ସେ ତ ଦିବ୍ୟ ଜୀବନର ମାନ।
ବହୁ ବିଜ୍ଞ ମାନବଙ୍କ ଦାନ,
ବିଶ୍ଵେ ଅତୁଳନୀୟ,
ଅଜ୍ଞାନ ଅନ୍ଧାର କରନ୍ତି ଦୂର,
ତାଙ୍କ ଗଢ଼଼ା ନବ ଉଦ୍ଭାବନେ ଆବିଷ୍କାରେ,
ସଂସାରର ମାନବ ଜୀବନ ହୁଏ ଧାବମାନ,
ଅନୁଭବେ କରୁଛନ୍ତି କେବେ ସତ୍ୟର ସନ୍ଧାନ।
ଅବିରତ ପୂରଣ କରନ୍ତି କର୍ତ୍ତବ୍ୟ ତାଙ୍କର,
ମାନବର ହିଂସା, ଦ୍ୱେଷ, ଘୃଣା, କ୍ରୋଧ, ଅଭିମାନର,
ଦୂର କରିବା ପାଇଁ ନିଜକୁ ହଜାନ୍ତି,
ଖୋଜିବାକୁ ଉଚିତ ପଥ ମୁକ୍ତିର,
ମାନବ ଚାହୁଁଥାଏ ମନ ଭିତର,
ହୃଦୟରେ ସ୍ମୃତି ଖୋଜୁଥାଏ,
ସେମାନଂକ ପାଦ ଚିହ୍ନ,
ସେ ପରା ଗୁରୁ ଆମର ।
ପ୍ରତି ମଣିଷର ସଦା ପୂଜନୀୟ,
ସେହି ମହାନ୍ ପୁରୁଷ,
ବିଶାଳ ହୃଦୟ ଅଧିକାରୀ,
ଗୁରୁ ଆମର,
ଜୀବନେ ସୁନ୍ଦର ଶିକ୍ଷା ଦିଅନ୍ତି,
ମୂଲ୍ୟହୀନ ବାକ୍ୟେ,
ନଷ୍ଟ କରିବାନି ମନ,
କରିବାନି କଦାଚନ,
ଆମେ ତାଂକ ଜୀବନ ପଥକୁ କରୁ
ଅନୁସରଣ,
ସେହି ପୁଣ୍ୟାତ୍ମାଙ୍କ ପାଦ ପଦ୍ମକୁ
ଆଜ କରୁ ସ୍ମରଣ।